ଆଇଲାଇନର ଓ ଇୟର ପିକ ପାଖରେ ଥିବାରୁ ଜୀବନ ବଞ୍ଚିଗଲା: ଶିକ୍ଷୟିତ୍ରୀ

ନୂଆଦିଲ୍ଲୀ: ଗୋଟିଏ କ‌ଠୋରିରେ ଆମେ ଯଦି ଅଧିକ ସମୟ ରହିଯାଉ ମନ ବ୍ୟସ୍ତବିବ୍ରତ ହୋଇଯାଇଥାଏ। ତେବେ ଥରେ ଚିନ୍ତା କରି ଦେଖନ୍ତୁ ତ ଯଦି ଜଣେ ଗାଧୁଆଘରେ ୭ଘଣ୍ଟା ବନ୍ଦ ହୋଇଯିବ କ୍’ଣ ହେବ। ଏମିତି ଏକ ଘଟଣା ନିକଟରେ ଜଣେ ଶିକ୍ଷୟିତ୍ରୀଙ୍କ ସହ ଘଟିଛି।

ଯିଏକି ଏହି ଘଟଣାକୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେୟାର କରିଛନ୍ତି। ପୀଡ଼ିତା ଜଣକ ପେସାରେ ଶିକ୍ଷୟିତ୍ରୀ ଥିବା ଜଣାପଡ଼ିଛି। ଶିକ୍ଷୟିତ୍ରୀ ଡକ୍ଟର କ୍ରିସଜଟିନା ଇଲକୋ କହିଛନ୍ତି, ‘ପାଇପ ତିଆରି କରୁଥିବା କର୍ମଚାରୀ ଜଣକ ଗାଧୁଆଘରର ତାଲା ଭାଙ୍ଗି ଦେଇଥିଲେ କିନ୍ତୁ ମୋତେ ଜଣାଇ ନଥିଲେ। ଯେତେବେଳେ ମୁଁ ଗାଧୁଆଘର ଭିତରେ ପଶି କବାଟ ଦେଇଥିଲି ତାହା ବାହାରପଟୁ ବନ୍ଦ ହୋଇଯାଇଥିଲା ଯେ ଆଉ ଖୋଲିଲା ନାହିଁ।

 

ସେ ସମୟରେ ଘରେ କେହି ନଥିଲେ। ମୁଁ ଭାବିଲି ୟା ଭିତରୁ ବୋଧ ହୁଏ ବାହାରି ପାରିବି ନାହିଁ। ଆଉ ଏଠାରେ ହିଁ ଭୋକଉପବାସରେ ମୋର ଜୀବନ ଚାଲି ଯିବ। ସୌଭାଗ୍ୟବଶତଃ ଏକ ଆଇଲାଇନର ଓ ଇୟର ପିକ ଜରିଆରେ ମୁଁ ଗାଧୁଆଘର କବାଟ ଖୋଲିବ‌ାରେ ସଫଳ ହୋଇଥିଲି।

ସମ୍ବନ୍ଧିତ ଖବର