ଏକାସାଙ୍ଗରେ ୧୦ଜଣ ଶିଶୁଙ୍କୁ ଜନ୍ମ ଦେଇ ରେକର୍ଡ କଲେ ମହିଳା

ନୂଆଦିଲ୍ଲୀ: ଦକ୍ଷୀଣ ଆଫ୍ରିକାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ମହିଳା ଏକାସାଙ୍ଗରେ ୧୦ଜଣ ପିଲାଙ୍କୁ ଜନ୍ମ ଦେଇ ବିଶ୍ୱରେ ଥିବା ସମସ୍ତ ରେକର୍ଡ ଭାଙ୍ଗି ଦେଇଛନ୍ତି ।

ସୂଚନା ମୁତାବକ ଦକ୍ଷୀଣ ଆଫ୍ରିକାର ଗୋଷିୟାମୀ ଥମରା ସିଥୋଲେ ନାମକ ଜଣେ ମହିଳା  ଏକା ସାଙ୍ଗରେ ୧୦ଟି ପିଲାଙ୍କୁ ଜନ୍ମ ଦେଇଛନ୍ତି । ୧୦ଜଣ ନବଜାତଙ୍କ ମଧ୍ୟରେ ୭ ଜଣ ପୁଅ ଥିବାବେଳେ ଓ ୩ ଜଣ ଝିଅ ରହିଛନ୍ତି।

ତେବେ ମହିଳା ଜଣଙ୍କ ଗର୍ଭବତୀ ଥିବା ବେଳେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଥିଲେ କି ଗର୍ଭରେ ୬ ଟି ଶିଶୁ ଅଛନ୍ତି । ହେଲେ ଜୁନ ୭ ତାରିଖରେ ମହିଳାଙ୍କ ଅସ୍ତ୍ରୋପଚାର କରାଯାଇ ୧୦ ଟି ଶିଶୁକୁ ବାହାର କରାଯାଇଥିଲା । ସମସ୍ତ ଶିଶୁ ସୁସ୍ଥ ବି ଅଛନ୍ତି। ଏହି ସମୟରେ ଡାକ୍ତରଙ୍କ ସମେତ ଘଟଣାସ୍ଥଳରେ ଉପସ୍ଥିତ ଥିବା ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଡାକ୍ତର ନବଜାତଙ୍କୁ କିଛି ଦିନ ଇନକ୍ୟୁଭେଟର୍ସରେ ରଖିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ଡାକ୍ତରମାନେ କହିଛନ୍ତି କି ଗୋଷିୟାମୀ ପ୍ରାକୃତିକ ପଦ୍ଧତିରେ ଗର୍ଭବତୀ ହୋଇଥିଲେ ।

ଗୋଷିୟାମୀଙ୍କ ପୂର୍ବରୁ ମୋରକ୍କୋ ମାଲୀର ହଲିମା ସିସି ନାମକ ଜଣେ ମହିଳା ଏକାସାଙ୍ଗରେ ୯ ଟି ଶିଶୁକୁ ଜନ୍ମ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୫ ଟି ଝିଅ ଓ ୪ ଟି ପୁଅ ଥିଲେ ।

 

ସମ୍ବନ୍ଧିତ ଖବର