ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓଟି ମହାରାଷ୍ଟ୍ରର କୋଲହାପୁରର ବୋଲି କୁହାଯାଉଛି।

Advertisment

ଭାଇରାଲ ଭିଡିଓରେ ଏକ ବିଶାଳ ସାପ ଥିବା ଦେଖିବାକୁ ମିଳୁଛି। ଏହି ସାପଟି ଏକ ଦୋକାନ ଭିତରେ ପଶି ଯାଇଛି। ଦୋକାନ ଭିତରେ ସାପ ଥିବା ଦେଖି ଲୋକେ ଭୟଭୀତ ହୋଇ ଏଣେତେଣେ ଦୌଡ଼ି ପଳାଉଛନ୍ତି।

ତେବେ ଦୋକାନ ଭିତରେ ସାପ ପଶିଥିବା ଖବର ଜଣେ ମହିଳାଙ୍କ ପାଖରେ ପହଞ୍ଚିଥିଲା। ସେ ତୁରନ୍ତ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଆଉ ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ କହି କହିଥିଲେ, ‘ମୁଁ ଅଛି ବ୍ୟସ୍ତ ହୁଅ ନାହିଁ।’

ଏହାପରେ ମହିଳା ଜଣକ ନିର୍ଭୟରେ ବିନା କୌଣସି ଅସ୍ତ୍ର ସାହାଯ୍ୟରେ ସାପର ଲାଞ୍ଜକୁ ଧରି ଉପରକୁ ଟେକି ଦେଇଥି‌ଲେ। ଆଉ ସୁରକ୍ଷିତ ଭାବେ ତାହାକୁ ନିକଟସ୍ଥ ଏକ ବୁଦାମୂଳେ ଛାଡ଼ି ଦେଇଥିଲେ।

ତେବେ ଘଟଣାସ୍ଥଳରେ ଥିବା କିଛିଲୋକ ଏହି ଘଟଣାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥି‌ଲେ। ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ତାହା ଭାଇରାଲ ହୋଇଯାଇଛି। ଲୋକେ ମହିଳାଙ୍କ ସାହାସକୁ ଦେଖି ଭୁରିଭୁରି ପ୍ରଶଂସା କରିଛନ୍ତି।

ଲୋକେ ଏହି ଭିଡିଓ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ବାସ୍ତବରେ ମହିଳାଙ୍କ ସାହାସ ପ୍ରଶଂସାଯୋଗ୍ୟ ବୋଲି ବି ଲୋକେ ପ୍ରତିକ୍ରିୟା ଦେଇଛନ୍ତି।