ଏଲିଏନ୍‌ ପିଲାକୁ ଜନ୍ମ ଦେଇଥିବା ଦାବି କଲେ ମହିଳା, ‘ଆଇରନ୍‌ ମାସ୍‌’ ମେସିନ୍‌ ଦ୍ୱାରା ଭବିଷ୍ୟତକୁ ଯାଇ ହାତେଇଲେ ଆଶ୍ଚର୍ଯ୍ୟଜନକ ଅନୁଭୂତି

ନୂଆଦିଲ୍ଲୀ: ଜଣେ ମହିଳା ଦାବି କରିଛନ୍ତି ଯେ ତାଙ୍କ ପେଟରୁ ଏକ ଏଲିଏନ୍‌ର ଶିଶୁ ଜନ୍ମ ନେଇଛି। ୟୁଟୁବ୍ୟରେ ଆପେକ୍ସ ଟିଭି ଅପ୍‌ଲୋଡ କରିଥିବା ଏକ ଭିଡିଓରେ ମହିଳା ଜଣକ ସାକ୍ଷାତ୍‌କାରେ ଦେଇ ଏପରି କହୁଥିବାର ଦେଖିବାକୁ ମିଳିଛନ୍ତି। ମହିଳା ଜଣକ କହୁଛନ୍ତି କି ସେ ୩୫୦୦ ମସିହାକୁ ଯାତ୍ରା କରିବା ପରେ ଜଣେ ଏଲିଏନ୍‌ ଦ୍ୱାରା ଗର୍ଭବତୀ ହୋଇ ପିଲା ଜନ୍ମ ଦେଇଛନ୍ତି।

ଆପେକ୍ସ ଟିଭି ମହିଳାଙ୍କର ଏକ ୮ ମିନିଟ୍‌ର ଭିଡିଓ ସେୟାର୍‌ କରିଛି। ଭିଡିଓରେ ମହିଳା ଜଣକ କହୁଥିବାର ନଜର ଆସିଛନ୍ତି ଯେ ସେ ଅଧା-ଏଲିଏନ୍‌-ଶିଶୁକୁ ଜନ୍ମ ଦେଇଛନ୍ତି। ମହିଳା ଜଣକ ତାଙ୍କ ଶିଶୁର ଫଟୋ ବି ଭିଡଓରେ ଦେଖାଉଥିବାର ଦେଖିବାକୁ ମିଳିଛି।

କେବଳ ସେତିକି ନୁହେଁ, ଭବିଷ୍ୟତ ପାଇଁ ଏଲିଏନମାନଙ୍କର ଦୃଢ଼ ଗୋପନୀୟତା ବିଷୟରେ ବି ସେ ଜାଣନ୍ତି ବୋଲି ଦାବି କରିଛନ୍ତି।

ମହିଳା ଜଣକ କହିଛନ୍ତି କି ସେ ପ୍ୟାରିସ୍‌ ୟୁନିଭରସିଟିରେ ପାଠ ପଢ଼ାଉଥିବା ବେଳେ ତାଙ୍କ ଭବଷ୍ୟତକୁ ଯିବାର ଯାତ୍ରା ଆରମ୍ଭ ହୋଇଛି। ସେ କହନ୍ତି କି ୟୁନିଭରସିଟି ଭିତରେ ଏକ ଲାବ୍ରୋଟୋରି ଥିଲା। ସେଠାକୁ ସଭିଙ୍କୁ ଯିବାର ଅନୁମତି ମିଳୁନଥିଲା। ସେ ଲବ୍ରୋଟୋରି ଭିତରକୁ ଯାଇ ସେ ‘ଆଇରନ୍‌ ମାସ୍‌’ ମେସିନ୍‌ ବିଷୟରେ ଜାଣିଥିଲେ।

ସେ ଧୀରେ ଧୀରେ ଉକ୍ତ ମେସିନ୍‌ ସହ ଅଧିକରୁ ଅଧିକ ସମୟ ଅତିବାହିତ କରିବାକୁ ଲାଗିଲେ। ପରେ ସେ ନିଜ ଉପରେ ଏକ ଗବେଷଣା କରି ଭବିଷ୍ୟତକୁ ଯାତ୍ରା କରିବାର ନିଷ୍ପତ୍ତି ନେଲେ। ସେ ଭବିଷ୍ୟତକୁ ଯାଇ ଏଲିଏନ୍‌ ସଂସ୍ପର୍ଶରେ ଆସି ଗର୍ଭବତୀ ହୋଇପଡ଼ିଲେ।

ସମ୍ବନ୍ଧିତ ଖବର