ନିଜ ପରିସ୍ରା ବିକ୍ରି କରି ମାଲାମାଲ ମଡେଲ

ନୂଆଦିଲ୍ଲୀ : କାକଟସ୍ କୁଟି ନାମକ ଜଣେ ମଡେଲ୍ ନିଜ ଶରୀରର ବର୍ଜ୍ୟ ଜଳ ଅର୍ଥାତ୍ ପରିସ୍ରାକୁ ଅନଲାଇନ୍‌ରେ ବିକ୍ରି କରି ଚର୍ଚ୍ଚାରେ ରହିଛନ୍ତି। ପରିସ୍ରା ବିକ୍ରି କରି ଉକ୍ତ ମଡେଲ ଜଣକ ଭଲ ଦୁଇପଇସା ରୋଜଗାର କରି ପାରୁଛନ୍ତି। ତାଙ୍କ ଏକ କପ୍ ପରିସ୍ରାକୁ ସେ ୫୦୦୦ ରୁ ଅଧିକ ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିଛି ।

ଡେଲି ଷ୍ଟାରସ ରିପୋର୍ଟ ଅନୁଯାୟୀ, ଓନଲି ଫ୍ୟାନ୍ସ ନାମକ ଏକ ସାଇଟ୍‌ରେ କାକଟସ୍ କୁଟି ଜଣେ ମଡେଲ୍ ଭାବେ କାମ କରନ୍ତି । ସେ ୨୦୧୬ରୁ ଏହି ଅଜବ ବ୍ୟବସାୟ ଆରମ୍ଭ କରିଥିଲେ । ସେ କେବଳ ତାଙ୍କ ପ୍ରଶଂସକଙ୍କ ପାଇଁ ପରିସ୍ରା ବିକ୍ରି କରନ୍ତି ତାହା ନୁହେଁ ବରଂ ୧୦ ମିନିଟ୍ ପର୍ଯ୍ୟନ୍ତ ପରିସ୍ରା କରିବାର ଏକ ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲେ ।

ଜଣେ ପେସାଦାର ଫଟୋଗ୍ରାଫର ଭାବରେ କାମ କରୁଥିବା କାକଟସ୍ ନିଜେ କୁହନ୍ତି ଯେ ତାଙ୍କର ଏହି ଭିଡିଓକୁ ଲୋକେ ଖୁସ ପସନ୍ଦ କରିଥିଲେ । ତାଙ୍କ ପ୍ରଶଂସକମାନେ କାକଟସ୍ କୁଟିଙ୍କ ପରିସ୍ରା ଉପରେ ସନ୍ତୁଳନ ଦେଖି ଏତେ ପ୍ରଭାବିତ ହୋଇଥିଲେ ଯେ ସେମାନେ ତାଙ୍କ ପରିସ୍ରା କିଣିବାକୁ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲେ । ପ୍ରଶଂସକଙ୍କ ଏପରି ଉତ୍ସାହ ଦେଖି ଏହାକୁ ସେ ବ୍ୟବସାୟରେ ପରିଣତ କରିଦେଇଥିଲେ । ତେବେ ଆଶ୍ଚର୍ଯ୍ୟକର କଥା ଯେ, ଯେଉଁ ଗ୍ରାହକ ଅଧିକ ପରିସ୍ରା କିଣନ୍ତି ସେ ତାହା ଉପରେ ରିହାତି ଦେଇ  କଷ୍ଟମାଇଜ୍ ଭାବେ ମଧ୍ୟ ବିକ୍ରି କରନ୍ତି ।

ସମ୍ବନ୍ଧିତ ଖବର