ପରିବାର ଲୋକେ ଯୁବତୀଙ୍କୁ ଲୁହା ଚେନ୍‌ରେ ବାନ୍ଧି ରଖିଥିଲେ;ଜାଣନ୍ତୁ କାହିଁକି

ହାଇଦ୍ରାବାଦ: ତେଲେଙ୍ଗାନାରେ ଦେଖିବାକୁ ମିଳିଛି ଏକ ଅମାନୁଷିକ କାଣ୍ଡ । ନିଜ ଘରେ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ୨୨ ବର୍ଷୀୟ ଯୁବତୀ । ବାପାଙ୍କ ଦେହାନ୍ତ ପରେ ପାଠ ପଢ଼ି ଚାକିରି କରିବାକୁ ଚାହୁଁ ଥିବା ଯୁବତୀଙ୍କ ସ୍ୱପ୍ନ ତାଙ୍କ ଘର ଲୋକେ ବନ୍ଦ ଘର ଭିତରେ ହିଁ ମାରି ଦେଇଛନ୍ତି । ତାଙ୍କୁ ପାଗଳ କହି ଲୁହା ଚେନରେ ବାନ୍ଧିବା ଭଳି ଅମାନୁଷିକ ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ନିଜ ଘରେ ତାଙ୍କୁ ଏଭଳି ରଖା ଯାଇଥିବା କଥା ସହଜରେ ବିଶ୍ୱାସ କରାଯାଇ ପାରୁନାହିଁ ।

ଏଭଳି ଘଟଣା ଘଟିଛି ତେଲେଙ୍ଗାନାର ଚିତିୟାଲା ଗୀତାଙ୍କ ସହ । ତାଙ୍କ ବାପାଙ୍କ ଦେହାନ୍ତ ପରେ ସେ କଳାରେ ସ୍ନାତକ କରି ଗୋଟିଏ ଘରୋଇ ଶିକ୍ଷା କେନ୍ଦ୍ରରେ ପଢ଼ାଇବେ ବୋଲି ଭାବିଥିଲେ । କିନ୍ତୁ ତାଙ୍କର ତିନି ଭାଇ ଚିତ୍‌ୟାଲା ନାରାୟଣ, ରମେଶ ଏବଂ ଶ୍ରୀନିବାସ ପଢ଼ିବାକୁ ଦେଇ ନଥିବା ବେଳେ ଘରର କାମ କରିବା ପାଇଁ ବାଧ୍ୟ କରୁଥିଲେ । ତାଙ୍କର ତିନି ଭାଉଜ ମାନସା, ଲତାା ଏବଂ ରାଧା ନିଜର ପିଲାମାନଙ୍କର କାମ କରିବା ସହିତ ରୋଷେଇ ଏବଂ ପୋଷାକପତ୍ର ସଫା କରିବାକୁ ବାଧ୍ୟ କରୁଥିଲେ । ଏ ସବୁ କରିବାକୁ ସେ ମନା କରିବାରୁ ତାଙ୍କୁ ତାଙ୍କ ଭାଇ ମାନେ ମାଡ଼ ମାରିବା ଆରମ୍ଭ କରିଥିଲେ । ଏସବୁ ନିର୍ଯାତନାରୁ ବଞ୍ଚିବା ପାଇଁ ସେ ଘରୁ ଲୁଚି ପଳେଇବାକୁ ବାହାରିବା ବେଳେ ତାଙ୍କ ଭାଇମାନେ ତାଙ୍କୁ ଲୁହା ଚେନରେ ବାନ୍ଧି ବହୁତ ମାଡ଼ ମାରିଥିଲେ ବୋଲି ତାଙ୍କ ପଡ଼ୋଶୀ ଆଗରେ ପ୍ରକାଶ କରିଛନ୍ତି ଗୀତା । ପଡ଼ୋଶୀ ଭି ଶ୍ରୀନୀବାସଙ୍କ କହିବା ଅନୁଯାୟୀ “ଗୀତା ତାଙ୍କ ଘରୁ ଲୁଚି ଆସି ଆମ ଘର ସାମ୍ନାରେ କାନ୍ଦୁଥିଲେ । ତାଙ୍କ କାନ୍ଦିବା ଶୁଣି ମୁଁ ବାହାରକୁ ଆସିବା ପରେ ସେ ମତେ ତାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ କହିଥିଲେ । ”

ତାଙ୍କର ତିନି ଭାଉଜ ମାନସା, ଲତାା ଏବଂ ରାଧା ନିଜର ପିଲାମାନଙ୍କର କାମ କରିବା ସହିତ ରୋଷେଇ ଏବଂ ପୋଷାକପତ୍ର ସଫା କରିବାକୁ ବାଧ୍ୟ କରୁଥିଲେ । ଏ ସବୁ କରିବାକୁ ସେ ମନା କରିବାରୁ ତାଙ୍କୁ  ଭାଇମାନେ ମାଡ଼ ମାରିବା ଆରମ୍ଭ କରିଥିଲେ । ଏସବୁ ନିର୍ଯାତନାରୁ ବଞ୍ଚିବା ପାଇଁ ସେ ଘରୁ ଲୁଚି ପଳେଇବାକୁ ବାହାରିବା ବେଳେ ତାଙ୍କ ଭାଇମାନେ ତାଙ୍କୁ ଲୁହା ଚେନରେ ବାନ୍ଧି ବହୁତ ମାଡ଼ ମାରିଥିଲେ ।

ତା’ପରେ ପଡ଼ୋଶୀ ଜଣକ ସ୍ଥାନୀୟ କାଉନ୍‌ସିଲର ଗୁଗିଲା ହରିଷଙ୍କ ସହାୟତାରେ ତାଙ୍କୁ ଜଗ୍‌ତିଲାଲ ପୁଲିସ ଷ୍ଟେସନ ନେବା ପରେ ତାଙ୍କ ହାତରୁ ଲୁହା ଚେନ ଖୋଲା ଯାଇଥିଲା । ଏହା ପରେ ପୁଲିସ ତାଙ୍କ ଭାଇଙ୍କୁ ସମନ ପଠାଇ ଏ ବିଷୟରେ ପଚାରିଥିଲେ । ସମନ ପାଇବା ପରେ ସେ ଆସି ପୁଲିସକୁ କହିଥିଲେ କି ଗୀତା ଯେତେବେଳେ ୧୧ ବର୍ଷର ହୋଇଥିଲେ ସେବେଠୁ ତାଙ୍କ ମାନସିକ ସ୍ଥିତି ଭଲ ନଥିଲା । ଏଥିପାଇଁ ଆମେ ବହୁତ ପଇସା ଖର୍ଚ୍ଚ କରିସାରିଥିଲେ ମଧ୍ୟ କିଛି ଫଳ ମିଳି ନ ଥିଲା । ସେ ଲୋକମାନଙ୍କୁ ଟେକା ପଥର ଫୋପାଡ଼ିବା ଆରମ୍ଭ କଲାପରେ ଅନ୍ୟ କିଛି ବାଟ ନପାଇ ଆମେ ତାକୁ ଚେନରେ ବାନ୍ଧି ଦେଇଥିଲୁ ।

“ମହିଳା ଜଣକ ପାଗଳ ଦେଖାଯାଉଥିଲେ ମଧ୍ୟ ତାଙ୍କ କଥାବାର୍ତ୍ତରୁ ସେ ଠିକ୍‌ ଅଛନ୍ତି ବୋଲି ଜଣା ପଡ଼ୁଛି । ଏ ଦ୍ୱନ୍ଦ୍ୱରୁ ବାହାରିବା ପାଇଁ ଆମେ ତାଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନା ପଠାଇଛୁ । ଯଦି ତାଙ୍କର ରିପୋର୍ଟ ଠିକ୍‌ ଆସେ ତେବେ ଆଇନ ଅନୁଯାୟୀ ତାଙ୍କ ଭାଇ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ” ବୋଲି କହିଛନ୍ତି ଇନ୍ସ୍‌ପେକ୍ଟର ଆର୍‌ ପ୍ରକାଶ । “ଯଦି ତାଙ୍କ ଘର ଲୋକେ ମହିଳାଙ୍କ ଉପରେ ସତରେ ଅତ୍ୟାଚାର କରୁଥିଲେ ବୋଲି ପ୍ରମାଣ ହୁଏ ତେବେ ମହିଳା ଜଣଙ୍କୁ ହାଇଦ୍ରାବଦ୍‌ର ଷ୍ଟେଟ୍‌ ହୋମ୍‌ ଫର୍‌ ଓମେନ୍‌ ଏଣ୍ଡ ଚାଇଲ୍‌ଡ଼ େଓ୍ଵଲ୍‌ଫେୟାରକୁ ପଠାଯିବ,” ବୋଲି କହିଛନ୍ତି ସୁପରିଟେଣ୍ଡଣ୍ଟ ଅଫ୍‌ ପୁଲିସ ଅନନ୍ତ ଶର୍ମା ।

ସମ୍ବନ୍ଧିତ ଖବର