ଚୋରି କରିବାର ଭିନ୍ନ ଉପାୟ: ଏକା ସାଙ୍ଗରେ ୮ଟି ଜିନ୍ସ ପିନ୍ଧି ଦୋକାନରୁ ବାହାରୁଥିବା ବେଳେ ଧରା ପଡ଼ିଲେ ଯୁବତୀ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଆଜିକାଲି ଯୁବପିଢ଼ି ମଧ୍ୟରେ ସ୍କିନଫିଟ୍ ଜିନ୍ସର ଚାହିଦା ବଢ଼ୁଥିବାର ଦେଖାଯାଉଛି। ସମସ୍ତେ ଏହାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଜଣେ ମହିଳା ଜିନ୍ସ ପ୍ୟାଣ୍ଟ ଚୋରି କରିବାକୁ ଯାଇ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟେ ସ୍କିନ୍ ଫିଟ୍ ଜିନ୍ସ ପିନ୍ଧିବା ସହଜ ନ ଥିବା ବେଳେ ଯୁବତୀଜଣଙ୍କ ଚୋରି କରିବା ପାଇଁ ଗୋଟେ ପରେ ଗୋଟେ ୮ଟି ଜିନ୍ସ ପିନ୍ଧିବା ଖବର ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଚୋରି କରିବା ପ‌ାଇଁ ଯୁବତୀଜଣଙ୍କ ଏଭଳି ବାଟ ଆପଣାଇଥିଲେ ମଧ୍ୟ ତାହା ସଫଳ ହୋଇ ପାରି ନ ଥିଲା ବୋଲି ଜଣାପଡ଼ିଛି। ଦୋକାନରୁ ବାହାରୁଥିବା ବେଳେ ତାଙ୍କୁ ଦୋକାନର ସୁରକ୍ଷା ଗାର୍ଡ ଧରି ନେଇଥିଲେ।

ଏହି ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିିଛି, ଯେଉଁଥରେ ଜଣେ ଯୁବତୀ ଗୋଟେ ପରେ ଗୋଟେ ୮ଟି ଜିନ୍ସ କାଢ଼ୁଥିବାର ଦେଖାଯାଇଛି। ଦୋକାନର ଶୌଚାଳୟରେ ଯୁବତୀଜଣଙ୍କ ଜିନ୍ସ କାଢ଼ୁଥିବାର ଦେଖିବାକୁ ମିଳିଛି। ତେବେ ଭିଡିଓଟି କେବେ ଓ କେଉଁଠି ରେକର୍ଡ କରାଯାଇଛି, ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଯୁବତୀଜଣଙ୍କ ଭେନେଜୁଏଲାର ବାସିନ୍ଦା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର