କୋଳରେ ଶୋଇ ରହିଥିଲେ ମହିଳା, ମୁଣ୍ଡ ଆଉଁସି ଚାଲିଥିଲେ ସାଥୀ; ଭାଇରାଲ୍‌ ‌ହେଲା ଭିଡିଓ

ନୂଆଦିଲ୍ଲୀ: ସୋସିଆଲ୍‌ ମିଡିଆରେ ଆପଣ ଅନେକ ଭିଡିଓ ଦେଖୁଥିବେ। କିଛି ଭିଡିଓ ମଜାଦାର୍‌ ହୋଇଥାଏ ତ ଆଉ କିଛି ଭିଡିଓ ପ୍ରେରଣାଦାୟକ ହୋଇଥାଏ। ମାତ୍ର ନିକଟରେ ସୋସିଆଲ୍‌ ମିଡିଆରେ ଭ‌ାଇରାଲ୍‌ ହୋଇଥିବା ଏକ ଭିଡିଓରେ ଆପଣ ନିଚ୍ଛକ ପ୍ରେମକୁ ଦେଖିପାରିବେ।

ଭାଇରାଲ୍‌ ଭିଡିଓରେ ଜଣେ ବ୍ୟକ୍ତି ଏକ ସର୍ବସାଧାରଣ ସ୍ଥାନରେ ବସିଛନ୍ତି। ତାଙ୍କ‌ କୋଳରେ ମୁଣ୍ଡ ରଖି ଶୋଇଛନ୍ତି ଜଣେ ମହିଳା। ବ୍ୟକ୍ତି ଜଣକ ମହିଳାଙ୍କ ମୁଣ୍ଡକୁ ସ୍ନେହରେ ଆଉଁସି ଦେଉଛନ୍ତି।

ଏହି ଭିଡିଓଟିକୁ ଟ୍ବିଟର୍‌ରେ ‘ଜିନ୍ଦେଗୀ ଗୁଲ୍‌ଜାର୍‌ ହେ’ ପେଜ୍‌ରେ ସେୟାର୍‌ କରାଯାଇଛି। ପେଜ୍‌‌ରେ ଭିଡିଓଟି ସେୟାର୍‌ ହେବା ସହ କ୍ୟାପ୍‌ସନ୍‌ ଲେଖାଯାଇଛି ‘ହମ୍‌ସଫର୍‌ ୱହି ଯୋ ହର୍‌ ସଫର୍‌ ମୈ ଆପ୍‌କେ ସାଥ୍‌ ହୋ’।

 

ଭିଡିଓଟିର ଏବେ ସୁଦ୍ଧା ପ୍ରାୟ ଲକ୍ଷେ ଭିୟୁ ହୋଇ ସାରିଥିବା ବେ‌ଳେ ହଜାର ହଜାର ପ୍ରତିକ୍ରିୟା ମିଳିଛି। ଏହି ଭିଡିଓଟିକୁ ଲୋକ ଦେଖିବା ପରେ ଭଲପାଇବା ଉପରେ ପୁଣି ଥ‌ରେ ବିଶ୍ବାସ ଆସିଯାଇଛି ବୋଲି କମେଣ୍ଟ୍‌ ଲେଖିଛନ୍ତି।

ଜଣେ ବ୍ୟବହାରକାରୀ କମେଣ୍ଟ୍‌ରେ ଲେଖିଛନ୍ତି, ‘ନଜ ସାଥୀଙ୍କ ପ୍ରତି ଥିବା ଉକ୍ତ ପୁରୁଷଙ୍କ ପ୍ରେମ ଭିଡିଓଟିକୁ ଖୁବ୍‌ ସୁନ୍ଦର ବନାଇଛି।’ ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ସମସ୍ତଙ୍କୁ ଜୀବନରେ ଏପରି ଉତ୍ତମ ଜୀବନସାଥୀ ମିଳନ୍ତି ନାହିଁ। ଏପରି ବି ଲୋକ ଅଛନ୍ତି ଯାହାଙ୍କୁ ବିନା ସାଥୀରେ ଜୀବନ କାଟିବାକୁ ହୁଏ।’ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ନ୍ୟୁଜ୍‌ ଚ୍ୟାନେଲ୍‌ ଶ୍ରଦ୍ଧା-ଅଫ୍‌ତାବ କାହାଣୀ ଦେଖାଇ ଚାଲିଥିବା ବେଳେ ଏହା ହେଉଛି ସେପରି ଏକ କାହାଣୀଠୁ ପୂରା ଭିନ୍ନ।’

ସମ୍ବନ୍ଧିତ ଖବର