ପୁଅ ଜନ୍ମ ଦେବାକୁ ମହିଳାମାନେ ଭୋରରୁ ଉଠି ଗାଈ କ୍ଷୀର ସହ ଏପରି ଏକ ବଟିକା ସେବନ କରୁଛନ୍ତି, ଯାହା ସ୍ୱାସ୍ଥ୍ୟ ଲାଗି ବିପଜ୍ଜନକ !

ଚଣ୍ଡିଗଡ: ପୁଅ ଜନ୍ମ ଦେବା ଲାଗି ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ବିଷାକ୍ତ ଔଷଧ ସେବନ କରୁଛନ୍ତି ହରିୟାଣାର କଇଥାଲ୍‌ ଗ୍ରାମର ମହିଳା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଗର୍ଭରେ ଭ୍ରୁଣ ସଞ୍ଚାର ହେବା ପରେ ଏହି ଔଷଧ ସେବନ ଫଳରେ କନ୍ୟାଭ୍ରୁଣ ରହିଥିଲେ ହେଁ ତାହାର ଲିଙ୍ଗ ପରିବର୍ତ୍ତନ ହୋଇ ପୁତ୍ର ଜନ୍ମ ନେବ ବୋଲି ମହିଳାଙ୍କର ବିଶ୍ୱାସ ରହିଛି।

କଇଥାଲ୍‌ର କେତେକ ମହିଳା ଜଣେ ଭଣ୍ଡ ଚିକିତ୍ସକଙ୍କ ଦ୍ୱାରା ପ୍ରଦତ୍ତ ଏହି ବଟିକା ଖାଇ ପୁତ୍ରବତୀ ହେବା ପରେ ଅନ୍ୟମାନେ ତାହାକୁ ସତ୍ୟ ବୋଲି ଗ୍ରହଣ କରି ନେଇଛନ୍ତି। ଡାକ୍ତରୀ ବିଜ୍ଞାନ ଅନୁସାରେ ଭ୍ରୁଣର ଲିଙ୍ଗ ଥରେ ନିର୍ମିତ ହେବା ପରେ ଆଉ ବଦଳି ପାରେ ନାହିଁ। କିନ୍ତୁ ଏହା ବୁଝିବାକୁ ମହିଳାମାନେ ପ୍ରସ୍ତୁତ ନୁହନ୍ତି।

rochakpost.com

କଇଥାଲ୍‌ର କେତେକ ଗର୍ଭବତୀ ପୁତ୍ର ସନ୍ତାନର ଜନନୀ ହେବା ଲାଗି ଭୋର୍‌ରୁ ଉଠି କେବଳ ଅଣ୍ଡିରା ବାଛୁରୀ ଜନ୍ମ ନେଇଥିବା ଗାଈର କ୍ଷୀର ସହ ବଟିକା ସେବନ କରିଥାଆନ୍ତି। ସେବନ ସମୟରେ କୌଣସି ମହିଳା ସେଠାରେ ଉପସ୍ଥିତ ନ ଥିବା ଦରକାର। କିଛିମାସ ଲାଗି ଦିନେ ଛାଡି ଦିନେ ମହିଳାମାନେ ଏହି ବଟିକା ଖାଇଥାଆନ୍ତି।

କଇଥାଲ୍‌ର ଅନେକ ମହିଳା ଏହି ଉପଚାର ବଳରେ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଅଞ୍ଜଳି ଦେବୀ ଅନ୍ୟତମ। ତେବେ ପରବର୍ତ୍ତୀ ସମୟରେ ସେ ସରକାରୀ ଚାକିରି କରିବା ପରେ ଏହା ଏକ ଅନ୍ଧବିଶ୍ୱାସ ବୋଲି ଜାଣିବାକୁ ପାଇଥିଲେ। ଅନ୍ୟପକ୍ଷରେ ଏହି ବଟିକା ଖାଇବା ଦ୍ୱାରା ରୁଗ୍‌ଣ ଓ ବିକଳାଙ୍ଗ ଶିଶୁ ଜନ୍ମ ହେବାର ଅନେକ ଆଶଙ୍କା ବି ରହିଛି।

ବର୍ତ୍ତମାନ ସରକାରୀ ଅଧିକାରୀଙ୍କ ସହ ମିଶି ଅଞ୍ଜଳୀ ଦେବୀ ପୁତ୍ର ସନ୍ତାନ ଲାଗି କବିରାଜମାନେ ଦେଉଥିବା ଔଷଧ ନ ଖାଇବାକୁ ସଚେତନତା ଅଭିଯାନ ଚଳାଇଛନ୍ତି।

ସମ୍ବନ୍ଧିତ ଖବର