ଚପଲ ନେଇ ପଳାଇଲା ସାପ, ଚକିତ ହେଲେ ଲୋକ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ବନ ସେବା ଅଧିକାରୀ ପରବୀନ କସୱାନ୍‌ ନିକଟରେ ସେୟାର କରିଥିବା ଏକ ଭିଡିଓକୁ ଦେଖିଲେ ହସି ହସି ବେଦମ୍‌ ହେବେ। ସାପଟି ଖେଳୁଥିବା ବେଳେ ତାକୁ ଭଗାଇବା ପାଇଁ ଜଣେ ବ୍ୟକ୍ତି ତା’ ଉପରକୁ ଏକ ଚପଲ ଫିଙ୍ଗିଥିବା ବେଳେ ସାପଟି ସେହି ଚପଲ ନେଇ ସେଠାରୁ ପଳାଇଥିବା ଭିଢିଓରେ ଦେଖିବାକୁ ମିଳିଛି।

ଏକ ସାପର ଚପଲରେ ଯେ କ’ଣ କାମ ତାହା କାହାକୁ ବି ଜଣାନାହିଁ। ମାତ୍ର ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀମାନେ ଏହି ଭିଡିଓରେ ଭିନ୍ନ ଭିନ୍ନ ମତ ରଖି ଚାଲିଛନ୍ତି। ଆଇଏଫ୍‌ଏସ୍‌ଙ୍କ ଦ୍ବାରା ସେୟାର୍‌ କରାଯାଇଥିବା ଏହି ଭିଡିଟିର ଏବେ ସୁଦ୍ଧା ୧ ଲକ୍ଷରୁ ଅଧିକ ଭିୟୁ ହୋଇ ସାରିଲାଣି।

 

ତେବେ ଆଇଏଫ୍‌ଏସ୍‌ ଭିଡିଓଟିକୁ ସେୟାର୍‌ କରି ସେଥିରେ କ୍ୟ‌ାପ୍‌ସନ୍‌ ଲେଖିଛନ୍ତି, ‘ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ସାପଟି ସେ ଚପଲ ନେଇ କ’ଣ କରିବ? ତାହାର ତ ଗୋଡ଼ ବି ନାହିଁ। ଭିଡିଓଟି କେଉଁଠିକାର ତାହା ଅଜଣା।’

ତେବେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ଏଥିରେ ଭିନ୍ନ ଭିନ୍ନ ମତ ରଖିଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଲୋକମାନଙ୍କୁ କଥା ଶୁଣି ଭିଡିଓଟି କେଉଁ ଅଞ୍ଚଳର ଜାଣିବାକୁ ଚେଷ୍ଟା କରନ୍ତୁ।’ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହି ଭିଡିଓଟି ବିହାର ହୋଇଥାଇ ପାରେ।’ ଏହି ଭିଡିଓରେ ଅନ୍ୟ ଜଣେ କମେଣ୍ଟ୍‌ କରିଛନ୍ତି ସାପଟି ଚପଲରୁ ମଣିଷ ଚର୍ମର ଗନ୍ଧ ପାଇ ତାହାକୁ ନେଇଯାଇଛି।

ସମ୍ବନ୍ଧିତ ଖବର