ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ ହୋଇଛି। ଏଥିରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି ତାକୁ ଦେଖି ଲୋମମୂଳ ଟାଙ୍କୁରି ଉଠୁଛି। ଦେଖୁଦେଖୁ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା।
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି ଦୁଇଜଣ ମହିଳା କଳାରଙ୍ଗର ପୋଷାକ ପିନ୍ଧିଛନ୍ତି ଆଉ ଆଗପଛ ହୋଇ ଛିଡ଼ା ହୋଇଛନ୍ତି। ପଛରେ ଥିବା ମହିଳା ଜଣକ ତାଙ୍କ ସାମ୍ନାରେ ଥିବା ମହିଳାଙ୍କ ମୁଣ୍ଡକୁ ଦୁଇହାତରେ ଧରିଛନ୍ତି। ଏତିକି ବେଳେ ସାମ୍ନାରେ ଥିବା ମହିଳା ଜଣକ ନିଜ ମୁଣ୍ଡକୁ ଧୀରେଧୀରେ କରି ୧୮୦ଡିଗ୍ରି ପର୍ଯ୍ୟନ୍ତ ବୁଲାଇ ଦେଉଥିବା ଦେଖିବାକୁ ମିଳୁଛି। ଏପରି କଲା ବେଳେ ତାଙ୍କୁ କଷ୍ଟ ହେଉଥିବା ଭିଡିଓରୁ ଜଣାପଡ଼ୁଛି। କିନ୍ତୁ ଏପରି ଅବସ୍ଥାରେ ସେ ବେଶୀ ସମୟ ରହି ପାରି ନଥିଲେ। କିଛି ସେକେଣ୍ଡ ଭିତରେ ସେ ପୁଣି ନିଜ ସାଧାରଣ ଅବସ୍ଥାକୁ ଫେରି ଆସିଥିଲେ।
Ain’t no way this real 😳 pic.twitter.com/FoLSLfeche
— Viral Uncensored Tv (@uncensoredpromo) March 1, 2023
ତେବେ ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇ କହିଛନ୍ତି, ଯେଉଁମାନେ କୌଣସି ଅସ୍ବଭାବିକ ଦୃଶ୍ୟକୁ ଦେଖି ପାରନ୍ତି ନାହିଁ, ଦୟାକରି ସେମାନେ ଏହି ଭିଡିଓକୁ ଦେଖନ୍ତୁ ନାହିଁ। ସେହିପରି ଏହି ଭିଡିଓକୁ ଦେଖି ଘରେ ଏହାକୁ କେହି ଅଭ୍ୟାସ କରନ୍ତୁ ନାହିଁ। ଜୀବନ ପ୍ରତି ବିପଦ ଆସିପାରେ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/download-1-1.jpg)