ମହିଳାଙ୍କ ଗୋଟିଏ ଟୁଇଟ ପାଇଁ ସାରା ଜୀବନ ମାଗଣାରେ ଖାଇବା ଅଫର ଦେଇଛି ରେସ୍ତୋରାଁ

ଓ୍ଵାସିଂଟନ୍‌: ଗୋଟିଏ ଟୁଇଟ ଆମେରିକାର ଜଣେ ମହିଳାଙ୍କ ଭାଗ୍ୟ ଖୋଲି ଦେଇଛି । ମହିଳା ଜଣକ କଲମ୍ବିଆର ଏକ ରେସ୍ତୋରାଁ ଖାଦ୍ୟର ପ୍ରଶଂସା କରି ଏକ ଟୁଇଟ କରିଥିଲେ। ଘଟଣାଚକ୍ରରେ ଏହି ଟୁଇଟ୍ ଭାଇରାଲ ହୋଇଯାଇଥିଲା। ଏହି ଟୁଇଟ କରିଥିବା ମହିଳାଙ୍କ ନାମ ବ୍ରି ହାଲ, ସେ ଜଣେ କଣ୍ଠଶିଳ୍ପୀ । ମାତ୍ର ଶ୍ରୋତା ମହଲରେ ସେ  ‘ଲା ହାରା’ ଭାବେ ପ୍ରସିଦ୍ଧି ଅର୍ଜନ କରିଛନ୍ତି।

ବ୍ରି ହାଲ ରୋମିଙ୍ଗ ରୋଷ୍ଟର ନାମକ ଏକ ରେସ୍ତୋରାଁରୁ ଖାଦ୍ୟ ଖାଇବା ପରେ ଏକ ଟୁଇଟ କରିଥିଲେ, ଯାହାକି ଉକ୍ତ ରେସ୍ତୋରାଁର ବ୍ୟବସାୟକୁ ବଢ଼ାଇ ଦେଇଛି। ଏବେ ଏହି ରେସ୍ତୋରାଁର ଫ୍ରାଏଡ ଚିକେନ୍‌ ସ୍ୟାଣ୍ଡଉଇଜ ଖାଇବା ପାଇଁ ଲୋକମାନେ ଲାଇନ୍‌ ଲଗାଉଛନ୍ତି। ହାଲ ନିଜ ଟୁଇଟରେ କହିଥିଲେ କି, ଯଦି ଆପଣ ଡିଏମ୍‌ବି ଅଞ୍ଚଳରେ ରହୁଛନ୍ତି ତେବେ ଡିସିରେ ରୋମିଙ୍ଗ ରୋଷ୍ଟର ରେସ୍ତୋରାଁର ଖାଦ୍ୟ ଆବଶ୍ୟ ଚାଖନ୍ତୁ।

ରେସ୍ତୋରାଁ ମାଲିକ ଦାବି କରି କହିଛନ୍ତି, ‘ହାଲଙ୍କ ଏହି ଟୁଇଟ ପାଇଁ ଆମର ବ୍ୟବସାୟ ବୃଦ୍ଧି ପାଇଛି। ତେଣୁ ଏହି ରେସ୍ତୋରାଁକୁ  ହାଲ ଯେବେ ବି ଖାଦ୍ୟ ଖାଇବା ପାଇଁ ଆସିବେ ତାଙ୍କ ଠାରୁ କୌଣସି ଟଙ୍କା ନିଆଯିବ ନାହିଁ। ସେ ଜୀବନସାରା ଏହି ରେସ୍ତୋରାଁରୁ ମାଗଣାରେ ଖାଇ ପାରିବେ।’

ସମ୍ବନ୍ଧିତ ଖବର