ବ୍ରାଇଟ୍‌ନେସ୍‌ ଫୁଲ କରି ବ୍ୟବହାର କରୁଥିଲେ ମୋବାଇଲ୍‌, ଆଖିରେ ହେଲା ୫୦୦ଟି ଛିଦ୍ର

ତାଇବାନ୍‌: ଆଜିକାଲି ସାଧାରଣତଃ ଲୋକମାନେ ଘଣ୍ଟାଘଣ୍ଟା ଧରି ମୋବାଇଲ୍‌ରେ ସମୟ ବିତାଉଥିବାର ଦେଖିବାକୁ ମିଳିଥାଏ। ଦିନକୁ ଦିନ ବଢ଼ୁଥିବା ଆପ୍‌ କାରଣରୁ ମୋବାଇଲ୍‌ ସହିତ ଅଧିକରୁ ଅଧିକ ସମୟ ବିତାଉ ଥିବାର ଘଟଣା ସାମ୍ନାକୁ ଆସିଛି। କିଛିବର୍ଷ ତଳେ ଲୋକମାନେ ମୋବାଇଲ୍‌ରେ ଏକଘଣ୍ଟା କିମ୍ବା ଦୁଇଘଣ୍ଟା ସମୟ ବିତାଉ ଥିଲେ। ଆଜିକାଲିର ଓଲଟା ଦେଖିବାକୁ ମିଳିଛି। ଲୋକମାନେ ଏକ କିମ୍ବା ଦୁଇଘଣ୍ଟା ମୋବାଇଲ ବିନା ରହୁଛନ୍ତି। ମୋବାଇଲ୍‌ ଅତ୍ୟଧିକ ବ୍ୟବହାର ଆଖିରୁ ନେଇ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ବୋଲି ଜାଣି ସୁଦ୍ଧା ଆମେ ଏଥିରୁ ନିଜକୁ ନିବୃତ୍ତ ରହି ପାରୁ ନାହିଁ। ନିକଟରେ ଜଣେ ମହିଳାଙ୍କୁ ମୋବାଇଲ୍‌ର ବ୍ରାଇଟନେସ୍‌ ବଢ଼ାଇ ଦେଖିବା ମହଙ୍ଗା ପଡ଼ିଛି।

ସୂଚନାଯୋଗ୍ୟ, ୨୫ବର୍ଷୀୟ ଜଣେ ଯୁବତୀ ମୋବାଇଲ୍‌ ବ୍ରାଇଟ୍‌ନେସ୍‌ ବଢ଼ାଇ ଦିନ-ରାତି ଫୋନ୍‌ ସହିତ ସମୟ କାଟୁ ଥିଲେ। କେବଳ ରାତିରେ ଯେତିକି ସମୟ ଶୋଇ ରହନ୍ତି, ସେତିକି ସମୟ ଫୋନ୍‌ରୁ ସେ ଦୂରେଇ ରହନ୍ତି। ତାଇବାନରେ ବସବାସ କରୁଥିବା ଏହି ଯୁବତୀଙ୍କ ଆଖି ଖରାପ ନୁହେଁ ବରଂ ଆଖିର କୋର୍ନିୟାରେ ଛିଦ୍ର ହୋଇଯାଇଥିଲା।

ଯୁବତୀ ଜଣକ ପେସାରେ ଜଣେ ସେକ୍ରେଟେରି ହେତୁ ମୋବାଇଲ୍‌ରେ ମେଲ୍‌, ମେସେଜ ଓ କଲ୍‌ର ଜବାବ ଦେବାକୁ ପଡ଼ିଥାଏ। ଦିନ ହେଉ ଅବା ରାତି ମୋବାଇଲ୍‌ରେ ତାଙ୍କୁ ଆକ୍ଟିଭ ରହିବାକୁ ପଡ଼ିଥାଏ। ଏହି କାରଣରୁ ସେ ତାଙ୍କ ମୋବାଇଲ୍‌ର ବ୍ରାଇଟନେସ୍‌ ଫୁଲ ରଖିଥାଆନ୍ତି। ତାଙ୍କ ଆଖିରେ ଏମିତି ପ୍ରଭାବ ପଡ଼ିଲା କି ତାଙ୍କ କୋର୍ନିୟାରେ ୫୦୦ଟି ଛିଦ୍ର ହୋଇଯାଇଥିଲା। ସେ ତାଙ୍କ ଆଖିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଧୀରେ ଧୀେରେ ତାଙ୍କୁ ଦେଖିବାରେ ବି ଅସୁବିଧା ହୋଇଥିଲା। ସେ ଡାକ୍ତରଙ୍କ ପାଖକୁ ଯାଇ ଆଖି ପରୀକ୍ଷା କରିବା ପରେ ଜଣାପଡ଼ିଲା କି ତାଙ୍କ କୋର୍ନିୟାରେ ୫୦୦ଟି ଛିଦ୍ର ହୋଇଯାଇଛି। ଏବେ ବି ତାଙ୍କ ଚିକିତ୍ସା ଜାରି ରହିଛି।

ସମ୍ବନ୍ଧିତ ଖବର