ବିଦେଶରେ ଲୁଙ୍ଗି ପିନ୍ଧି ପ୍ରଶଂସା ସାଉଁଟୁଛନ୍ତି ଯୁବତୀ

ମୁମ୍ବାଇ: ବିଦେଶରେ ଲୁଙ୍ଗି ପିନ୍ଧି ଜଣେ ଯୁବତୀ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତେବେ ପ୍ରତ୍ୟେକ ଦେଶର ଖାଦ୍ୟ ଖାଇବା ଓ ପୋଷାକ ପରିଧାନରେ ପାର୍ଥକ୍ୟ ରହିଥାଏ। ବିଦେଶରେ ଖୁବ କମ ଲୋକ ନିଜର ସଂସ୍କୃତିକୁ ପାଳନ କରିଥାଆନ୍ତି ଅର୍ଥାତ ନିଜ ସଂସ୍କୃତି ଅନୁଯାୟୀ ପୋଷାକ ପରିଧାନ କରିଥାଆନ୍ତି। ଏହି କ୍ରମରେ ଦକ୍ଷିଣ ଭାରତର କଥା କହିବାକୁ ଗଲେ ‌ସେଠାକାର ଲୋକେ ସିନେମା ହୁଅନ୍ତୁ ଅବା କୌଣସି କାର୍ଯ୍ୟକ୍ରମ ଅଥା ଅନ୍ୟ ଦେଶକୁ ଭ୍ରମଣ କରିବା ସମୟରେ ନିଜର ସଂସ୍କୃତିକୁ ବଜାୟ ରଖିବାର ଦେଖିବାକୁ ମିଳିଥାଏ। ପୁରୁଷମାନେ ଲୁଙ୍ଗି ସହିତ ସାର୍ଟ ଓ କାମୁଛ ପକାଇଥିବା ବେଳେ ମହିଳାମାନେ ଶାଢ଼ି, ଘାଘରା ସହିତ ମଥାରେ ଚନ୍ଦନ ଓ କେଶରେ ଫୁଲ ଲାଗାଇ ଥାଆନ୍ତି।

ନିକଟରେ ବିଦେଶରେ ଜଣେ ଭାରତୀୟ ତାମିଲ ଯୁବତୀ ଦକ୍ଷିଣ ଭାରତର ଲୁଙ୍ଗି ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି। ଏହି ଯୁବତୀ ଜଣକ ଅନେକ ଦିନ ହେବ ଲଣ୍ଡନରେ ବସବାସ କରୁଥିବା ବେଳେ କିଛିଦିନ ହେବ ଲୁଙ୍ଗି ପିନ୍ଧି ଲଣ୍ଡନ ରାସ୍ତାରେ, ମଲ‌ରେ, ବଜାରରେ ବୁଲୁଥିବା ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି।

ବିଦେଶରେ ଭାରତୀୟ ସଂସ୍କୃତିକୁ ଏଭଳି ଭାବେ ପ୍ରଚାର କରୁଥିବା ହେତୁ ଯୁବତୀଙ୍କୁ ଖୁବ ପ୍ରଶଂସା କରାଯାଉଛି।  ଯୁବତୀଙ୍କ ଏଭଳି ବେଶଭୂଷାର ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ତାଙ୍କ ଆତ୍ମବିଶ୍ବାସକୁ ସମ୍ମାନ ଜଣାଇବା ସହିତ ବିଦେଶରେ ନିଜର ଭାରତୀୟ ପୋଷାକକୁ ପ୍ରାଧାନ୍ୟ ଦେଉଥିବାରୁ ଯୁବତୀଙ୍କୁ ଖୁବ ପ୍ରଶଂସା କରିବା ସହିତ ଲୋକେ ତାଙ୍କର ଲୁଙ୍ଗି ପିନ୍ଧା ଫଟୋ ଓ ଭିଡିଓକୁ ନିଜନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ଓ କରୁଛନ୍ତି ମଧ୍ୟ।

ସମ୍ବନ୍ଧିତ ଖବର