ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସାପକୁ ନେଇ ଅନେକ ଭିଡିଓ ଭାଇରାଲ ହୋଇଥାଏ। ନିକଟରେ ଏମିତି ଏକ ଲୋମଟାଙ୍କୁର ଭିଡିଓ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।
ଭାଇରାଲ ଭିଡିଓରେ ଲୋମଟାଙ୍କୁରା ଦୃଶ୍ୟକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଭିଡିଓରେ ଦେଖିବାକୁ ମିଳୁଥିବା ଘଟଣା ରାଜସ୍ଥାନର କୋଟାରେ ଘଟିଥିବା ଜଣାପଡ଼ିଛି।
ଭିଡିଓରେ ଜଣେ ମହିଳା ସାପକୁ କାନ୍ଧରେ ପକାଇ ବ୍ୟସ୍ତବହୁଳ ରାସ୍ତାରେ ବୁଲୁଛନ୍ତି। ଏହି ସମୟରେ ସେ ସାପ ସହିତ କଥା ହେଉଥିବା ବି ଶୁଣିବାକୁ ମିଳୁଛି। ଆଉ ସାପ ବି ମହିଳାଙ୍କ କାନ୍ଧରେ ଆରାମରେ ଶୋଇଥିବା ଦେଖିବାକୁ ମିଳୁଛି।
ଏପରି କାହିଁକି ସାପକୁ କାନ୍ଧରେ ଧରି ବୁଲୁଛ ବୋଲି ମହିଳାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଥିଲେ,‘ମୁଁ ମୋ ପୁଅକୁ ହରାଇଛି। ସାପ ରୂପରେ ମୋ ପୁଅ ଦ୍ବିତୀୟ ଜନ୍ମ ପାଇଛି। ତେଣୁ ମୁଁ ଯେଉଁଆଡେ ବି ଯାଇଥାଏ। ମୋ ପୁଅକୁ ସାଙ୍ଗରେ ଧରି ଯାଇଥାଏ। କାରଣ ମୁଁ ମୋ ପୁଅକୁ ଆଉ ମୋ ଠାରୁ ଦୂରେଇ ଦେବାକୁ ଚାହେଁ ନାହିଁ।’
राजस्थान : महिला ने सांप को कंधे पर घुमाया, कहा, "बेटे का पुनर्जन्म है"
◆ वीडियो कोटा ज़िले का है #Rajasthan | #Kota | Kota pic.twitter.com/1KiZRPPXJK
— News24 (@news24tvchannel) October 18, 2023
ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ କହିଛନ୍ତି, ‘ଏମିତି ବିଷଧର ଜନ୍ତୁକୁ ରାସ୍ତାରେ ଧରି ବୁଲିବା ଅପରାଧ। କାରଣ ଯଦି ମହିଳାଙ୍କ କାନ୍ଧରୁ ସାପ ଖସି ଯାଇ କାହାକୁ ଦଂଶନ କରେ ତେବେ ଏଥିପାଇଁ କିଏ ଦାୟୀ ହେବ? ଆଉ କିଛିଲୋକ କହିଛନ୍ତି, ‘ବନ୍ୟଜୀବକୁ ଏପରି ଭାବେ ରଖିବା ଆଦୌ ଉଚିତ ନୁହେଁ।’