ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇସାରିଛି। ସାରା ଦେଶରେ କ୍ରିକେଟ୍ ପ୍ରଶଂସକମାନେ ମ୍ୟାଚ୍‌ ସମୟରେ ଟିଭି ସାମ୍ନାରେ ବସି ରହୁଛନ୍ତି।

Advertisment

ଅନେକ ଲୋକ ସେମାନଙ୍କର ପ୍ରିୟ କ୍ରିକେଟରଙ୍କୁ ଦେଖିବା ଆଶାରେ ଷ୍ଟାଡିୟମ୍ ଟିକେଟ୍ ବୁକ୍ କରନ୍ତି। ଏହା ମଧ୍ୟରେ ଷ୍ଟାଡିୟମରେ ବସିଥିବା ଜଣେ ଯୁବତୀ ତାଙ୍କ ଫୋନରେ ଆମେରିକୀୟ ସୋ’ 'ଫ୍ରେଣ୍ଡସ୍‌' ଦେଖୁଥିବାର ଚିତ୍ର ଇଣ୍ଟରନେଟରେ ଭାଇରାଲ ହୋଇଛି। ଅନେକ ଇଣ୍ଟରନେଟ୍ ବ୍ୟବହାରକାରୀ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ଯେ ସେ ଲାଇଭ୍ ମ୍ୟାଚ୍ ପରିବର୍ତ୍ତେ ସୋ’ ଦେଖିବା ପାଇଁ କାହିଁକି ଉଚିତ ମଣିଲେ?

ଚିତ୍ରରେ ଦର୍ଶାଯାଇଛି ଯେ ମହିଳା ଜଣକ ଏକ ଜନଗହଳିପୂର୍ଣ୍ଣ ଷ୍ଟାଡିୟମରେ ବସି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏବଂ ଲକ୍ଷ୍ନ ସୁପର ଜିଆଣ୍ଟସ୍ ମଧ୍ୟରେ ଚାଲିଥିବା ଆଇପିଏଲ୍ ମ୍ୟାଚ୍ ସମୟରେ ତାଙ୍କ ଫୋନରେ ଆମେରିକୀୟ ସୋ’ର ଏକ ଏପିସୋଡ୍ ଦେଖୁଛନ୍ତି।

ଦୀପକ କୁମାର ନାମକ ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ କ୍ୟାପସନରେ ଲେଖିଛନ୍ତି, ଏହି ଯୁବତୀ ଜଣକ ଆଇପିଏଲ୍ ମ୍ୟାଚ୍ ସମୟରେ ଫ୍ରେଣ୍ଡସ୍ ଦେଖୁଛନ୍ତି ବୋଲି ବିଶ୍ୱାସ କରି ହେଉନାହିଁ।’’

ଫଟୋଟି ସେୟାର୍‌ ହେବା ପରଠାରୁ, ଏହି ପୋଷ୍ଟଟି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମରେ ଦୁଇ ଲକ୍ଷରୁ ଅଧିକ ଭ୍ୟୁ ଏବଂ ଚାରି ହଜାର ଲାଇକ୍ ସଂଗ୍ରହ କରିସାରିଲାଣି। ଅନ୍ୟ ଜଣେ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ‘‘ମ୍ୟାଚ୍ ବିରକ୍ତିକର ହୋଇଥିବ ନିଶ୍ଚୟ।’’ ତେବେ ଏବର୍ଷର ଆଇପିଏଲ୍‌ ମ୍ୟାଚ୍‌ ଆଦୌ ଉତ୍ସାହଜନକ ଲାଗୁନାହିଁ ବୋଲି ଜଣେ ବ୍ୟବହାରକାରୀ ତାଙ୍କର ମତ ରଖିଛନ୍ତି।