ବଜାରରେ ଗରିବ ଯୁବକଙ୍କ ଏଭଳି କାମକୁ ଦେଖି ଘରକୁ ନେଇ ଆସିଥିଲେ ଯୁବତୀ, ପରିବାରଲୋକଙ୍କ ସହମତି କ୍ରମେ କରିଥିଲେ ବିବାହ!

ନୂଆଦିଲ୍ଲୀ: ମଲକୁ ସପିଂ କରିବାକୁ ଯାଇଥିବା ଜଣେ ଯୁବତୀ ଗରିବ ଯୁବକଙ୍କୁ ଦେଖି ଭଲ ପାଇ ବସିଥିଲେ। ଏହି ଯୁବକଙ୍କ ନିଜର କୌଣସି ଘର ନଥିଲା। ଯୁବତୀ ଜଣକ ଏହି ଯୁବକଙ୍କୁ ବିବାହ କରି ନେଇଥିଲେ। ବର୍ତ୍ତମାନ ଦୁହିଁଙ୍କ ଦୁଇଟି ସନ୍ତାନ ରହିଛି। ଯୁବତୀଙ୍କ ନାମ ଜସ୍ମିନ ଗ୍ରୋଗନ ରହିଥିବା ବେଳେ ସେ ବିବାହ କରିଥିବା  ଗରିବ  ଯୁବକଙ୍କ ନାମ ମେକାଲି ମର୍ଚ୍ଚି ରହିଛି।

ଜସ୍ମିନ ଗ୍ରୋଗନ ଓ ମେକାଲି ମର୍ଚ୍ଚିଙ୍କ ମଧ୍ୟ‌ରେ ସମ୍ପର୍କ ସୁପରମାର୍କେଟ ବାହାରୁ ଆରମ୍ଭ ହୋଇଥିଲା। ଜସ୍ମିନ ସପିଂ ପାଇଁ ଯାଇଥିଲେ। ସୁପରମାର୍କେଟ ସାମ୍ନାରେ ସେ ଜଣେ ଗରିବ ଯୁବକଙ୍କୁ ଦେଖିଥିଲେ। ଯାହାଙ୍କୁ ସେ କିଛି ଟଙ୍କା ଦେଇଥିଲେ, କିନ୍ତୁ ଉକ୍ତ ଯୁବକ ଜଣକ ଟଙ୍କା ନେବାକୁ ମନା କରି ଦେଇଥିଲେ। ଯେମିତି ହିଁ ଜସ୍ମିନ ମାର୍କେଟିଂ କରି ବାହାରକୁ ବାହାରି ଆସିଥିଲେ। ଉକ୍ତ ଯୁବକ ଜଣକ ତାଙ୍କ ବ୍ୟାଗ ଉଠାଇବାରେ ସାହାଯ୍ୟ କରିଥିଲେ। ଏହି ଘଟଣା ଦେଖି ଜସ୍ମିନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କାରଣ ଜସ୍ମିନ ପାଖ‌ରେ ଏତେଗୁଡ଼ିଏ ଜିନିଷ ହୋଇଯାଇଥିଲା କି ସେ ଉଠାଇବାକୁ କାହାରି ସାହାଯ୍ୟ ଖୋଜୁଥିଲେ। ଏହି ସମୟରେ ମେକାଲି ଜସ୍ମିନଙ୍କ ସାମଗ୍ରୀ ଉଠାଇ ତାଙ୍କ ଗାଡ଼ି ପର୍ଯ୍ୟନ୍ତ ନେଇ ଆସିଥିଲେ। ଯୁବକଙ୍କ ଏହି କାମ ଜସ୍ମିନଙ୍କୁ ପ୍ରଭାବିତ କରିଥିଲା। ସେ ମେକାଲିଙ୍କ ପ୍ରେମରେ ପଡ଼ି ତାଙ୍କୁ ଘରକୁ ନେଇ ଆସିଥିଲେ। ରାତି ଭୋଜନ କରିବା ପରେ ଜସ୍ମିନ ମେକାଲିଙ୍କ ଜୀବନ ବିଷୟ‌ରେ ସବୁକିଛି ପଚାରି ବୁଝିଥିଲେ।

ଏହାପରେ ଯୁବତୀ ମେକାଲିଙ୍କ ରହିବା ପାଇଁ ହୋଟେଲ ବୁଝିବା ସହିତ ପିନ୍ଧିବା ପାଇଁ ପୋଷାକ ଓ ଏକ ଫୋନ କିଣି ଦେଇଥିଲେ। ଧୀ‌ରେଧୀରେ ପରସ୍ପରକୁ ଦୁହେଁ ଭଲ ପାଇ ବସିଥିଲେ। ଦିନେ ମେକାଲିଙ୍କୁ ଜସ୍ମିନ ବିବାହ ପ୍ରସ୍ତାବ ଦେଇଥିଲେ। ସେ ବି ରାଜି ହୋଇଯାଇଥିଲେ। ପରିବାରଲୋକଙ୍କ ସହମତି କ୍ରମେ ଦୁହେଁ ବିବାହ କରିଥିଲେ। ପରେ ମେକାଲି ଏକ ଚାକିରି ପାଇଥିଲେ। ଏବେ ଦୁହେଁ ହସଖୁସିରେ ଜୀବନ ବିତାଉଛନ୍ତି।

ସମ୍ବନ୍ଧିତ ଖବର