ଜାଣନ୍ତୁ କାହିଁକି ବ୍ୟାଗରେ ନିଜ ହୃତ୍‌ପିଣ୍ଡକୁ ଧରି ଚଳପ୍ରଚଳ ହୁଅନ୍ତି ଏହି ମହିଳା !

ଆମେ ସମସ୍ତେ ଜାଣିଛେ ପ୍ରତି ଜୀବନ୍ତ ମଣିଷର ହୃତପିଣ୍ଡ ଥାଏ ତା’ର ହୃଦୟ ଭିତରେ। କିନ୍ତୁ ବ୍ରିଟେନ୍‌ର ୩୯ ବର୍ଷିୟା ମହିଳା ସିଲଭା ହୁସେନ ଏ ଦିଗରୁ ସଂପୂର୍ଣ୍ଣ ଭିନ୍ନ। ସେ ତାଙ୍କ ହୃତପିଣ୍ଡ ନିଜ ପିଠିରେ ବୋହି ବୁଲୁଛନ୍ତି। ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।

ମହିଳା ବଞ୍ଚିବା ପାଇଁ ବ୍ୟାଗରେ ଧରି ବୁଲନ୍ତି ହୃତ୍‌ପିଣ୍ଡ । ତାଙ୍କ ହୃତପିଣ୍ଡ ଶରୀର ବାହାରେ ରହି କାର୍ଯ୍ୟ କରିଥାଏ। ଘଟଣାଟି ଏମିତି। କିଛି ବର୍ଷ ପୂର୍ବେ ସିଲଭା ହୁସନଙ୍କର ହାର୍ଟ ଟାନ୍ସପ୍ଲାଣ୍ଟ ସର୍ଜରି ଲଣ୍ଡନର ହାରେଫିଲ୍ଡ ହସ୍ପିଟାଲରେ ହୋଇଥିଲା। ସେଠାରେ ପ୍ରାୟ ୬ ଘଣ୍ଟାର ଅସ୍ତ୍ରୋପଚାର ପରେ ଡାକ୍ତର ହୁସନଙ୍କ ଶରୀରରେ ଏକ କୃତ୍ରିମ ହୃତପିଣ୍ଡ ସଂଯୋଗ କରିଥିଲେ । ସେ କୃତ୍ରିମ ହୃତପିଣ୍ଡକୁୁ ସବୁ ସମୟରେ ଏକ ବ୍ୟାଗରେ ଧରିଥାନ୍ତି ।

rochakpost.com

ସିଲଭା ହୁସେନଙ୍କୁ ୬ ମାସ ଆଗରୁ ହଠାତ୍‌ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥିଲା । ଏହି ସମସ୍ୟା କ୍ରମଶଃ ସଂକଟଜନକ ହେବାରୁ ଗମ୍ଭୀର ଅବସ୍ଥାରେ ତାଙ୍କୁ ଡ଼ାକ୍ତରଖାନା ନିଆଯାଇଥିଲା। ସେଠାରେ ସିଲଭାଙ୍କର ହୃଦଘାତ ହେବା କଥା କହିଥିଲେ ଡ଼ାକ୍ତର । ପରେତାଙ୍କୁ ଲଣ୍ଡନର ପ୍ରସିଦ୍ଧ ଡ଼ାକ୍ତରଖାନା ହାରେଫିଲ୍ଡକୁ ପଠାଇ ଦିଆଯାଇଥିଲା । ସେଠାରେ ତାଙ୍କୁ ବଞ୍ଚାଇ ରଖିବା ପାଇଁ ଡ଼ାକ୍ତରଙ୍କୁ ବହୁତ କଷ୍ଟ କରିବାକୁ ପଡ଼ିଥିଲା । ଡ଼ାକ୍ତରୀ ଦଳ ପ୍ରାୟ ୬ ଘଣ୍ଟାର ଅସ୍ତ୍ରୋପଚାର ପରେ ତାଙ୍କୁ ଏକ ଆର୍ଟିଫିସିଆଲ ହୃତ୍‌ପିଣ୍ଡ ଧରାଇଥିଲେ, ଯାହାକୁ ସେ ଏକ ବ୍ୟାଗ ମାଧ୍ୟମରେ ସମସ୍ତ ସ୍ଥାନକୁ ତାଙ୍କ ସହ ନେଇ ଯାଇଥାନ୍ତି । ସିଲଭାଙ୍କର ଏହି ଅସ୍ତ୍ରୋପଚାରରେ ୮୬,୦୦୦ ପାଉଣ୍ଡ ଅର୍ଥାତ ପ୍ରାୟ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।

ସିଲଭାଙ୍କ ବ୍ୟାଗରେ ୨ଟି ବ୍ୟାଟେରି, ଗୋଟିଏ ମୋଟର ଏବଂ ଗୋଟିଏ ପମ୍ପ ରହିଥାଏ। ମୋଟର ପମ୍ପରୁ ଦୁଇଟି ପାଇପ ଶରୀର ମଧ୍ୟରେ ଥିବା ଦୁଇଟି ପ୍ଲାଷ୍ଟିକ କଠୋରୀରେ ପବନ ଭରିଥାଏ। ସେଠାରୁ ଏହି ପବନର ଚାପରେ ଶରୀରର ସମସ୍ତ ସ୍ଥାନକୁ ରକ୍ତ ବିଶୋଧନ ହୋଇ ପହଞ୍ଚିଥାଏ । କହିବାକୁ ଗଲେ ଏହା ବାସ୍ତବିକ ହୃତପିଣ୍ଡ ଭାବେ କାର୍ଯ୍ୟ କାରିଥାଏ। ଏହା ଛଡ଼ା ସିଲଭା ଆଉ ଗୋଟେ ବ୍ୟାକଅପ ବ୍ୟାଗ ନିଜ ପାଖରେ ରଖିଥାନ୍ତି। ସିଲଭା ଦୁଇଟି ସନ୍ତାନର ମାତା ଅଟନ୍ତି । ତାଙ୍କର ୫ ବର୍ଷର ଏକ ପୁଅ ଏବଂ ୧୮ ମାସର ଏକ ଝିଅ ଅଛି। “ମୁଁଏହି ସର୍ଜରି ପୂର୍ବରୁ ଏବଂ ପରେ ବହୁତ ଅସୁସ୍ଥ ଥିଲି ମତେ ଠିକ ହେବା ପାଇ ବହୁତ ସମୟ ଲାଗିଲା “,ବୋଲି କହିଛନ୍ତି ସିଲଭା ।

ସମ୍ବନ୍ଧିତ ଖବର