ମହିଳାଙ୍କ ଆଖିରୁ ଲୁହ ବଦଳରେ ବାହାରୁଛି କ୍ରିଷ୍ଟାଲ ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ୟେରେଭାନ୍‌: ଆର୍ମେନିଆର ସ୍ପେଣ୍ଡରିଆନରେ ଜଣେ ମହିଳାଙ୍କ ଆଖିରୁ ଲୁହ ବଦଳରେ କ୍ରିଷ୍ଟାଲ ଭଳି ପଥର ବାହାରୁ ଥିବା ଦେଖିବାକୁ ମିଳୁଛି।

ସ୍ପେଣ୍ଡରିଆନରେ ବସବାସ କରୁଥିବା ୨୨ବର୍ଷୀୟ ସାଟନିକ୍‌ କାଜର଼୍ୟାନ୍‌ଙ୍କ କହିବାନୁସାରେ, ମୋ ଆଖିରୁ ପ୍ରତିଦିନ ଲୁହ ବଦଳରେ ୫୦ଟି କ୍ରିଷ୍ଟାଲ ଭଳି ପଥର ବାହାରୁଛି। କିଛି ଦିନ ତଳେ ଆଖିରେ ଧୂଳି ପଡିବା ଭଳି ଅନୁଭବ ହୋଇଥିଲା । ଏହାପରେ ଚକ୍ଷୁ ବିଶେଷଜ୍ଞଙ୍କ ପାଖକୁ ଯାଇଥିଲି। ଡାକ୍ତର କିଛି ଔଷଧ ଦେଇଥିଲେ। କିନ୍ତୁ କୌଣସି ସୁଫଳ ମିଳି ନ ଥିଲା।। ଆଗ ଅପେକ୍ଷା ଆଖିରୁ ଅଧିକ କ୍ରିଷ୍ଟାଲ ବାହାରୁଛି। ଡାକ୍ତର ବି ମୋର ଏହି ଅସୁବିଧା ବିଷୟରେ ସଠିକ୍‌ ଭାବେ ଜାଣି ପାରୁ ନାହାନ୍ତି। ତେଣୁ ଅସ୍ତ୍ରୋପଚାର ବି ହୋଇପାରୁ ନାହିଁ। ମୋର ପରିବାର ଚାଷ କାମ କରନ୍ତି। ଏଥିରୁ ଯାହା ରୋଜଗାର ହୋଇଥାଏ ସେଥିରେ ପରିବାର ଚଳିଥାଏ। ଏମିତିରେ ପାଖରେ ଏତେ ପରିମାଣର ଅର୍ଥ ନାହିଁ କି ମୋର ଏହି ଅଦ୍ଭୁତ ରୋଗରେ ଚିକିତ୍ସା କରି ହେବ।’

ତେବେ ସନ୍ଦେହ କରାଯାଉଛି କି ଲୁହରେ ଅଧିକ ପରିମାଣରେ ପ୍ରୋଟିନ୍‌ ଥିଲେ ଏମିତି ରୋଗ ହେବାର ସମ୍ଭାବନା ରହିଥାଏ। ଏତଦ୍‌ବ୍ୟତୀତ ଲୁହରେ ଲୁଣ ମାତ୍ରା ଅଧିକ ରହିଥିଲେ ବି ତାହା କ୍ରିଷ୍ଟଲରେ ପରିଣତ ହୋଇଯାଇଥାଏ ବୋଲି କୁହାଯାଇଥାଏ।

ସମ୍ବନ୍ଧିତ ଖବର