ପ୍ରତିଦିନ ଖାଇବାକୁ ଦେଉଥିବା ବୃଦ୍ଧା ଅସୁସ୍ଥ ହୋଇପଡ଼ିବା ପରେ ଦେଖିବାକୁ ଆସି ଆଲିଙ୍ଗନ କଲା ମାଙ୍କଡ଼

ନୂଆଦିଲ୍ଲୀ: ପଶୁ ଓ ମଣିଷ ମଧ୍ୟରେ ସମ୍ପର୍କ ବହୁତ ପୁରୁଣା। ଏଭଳି ସମ୍ପର୍କ ଦେଖି ମନ ଖୁସି ହୋଇଯାଏ। ନିକଟରେ ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି।

ଜଣେ ବୃଦ୍ଧା ମହିଳା ପ୍ରତିଦିନ ଏକ ମାଙ୍କଡ଼କୁ ଖାଇବାକୁ ଦେଇଥାଆନ୍ତି। ଆଉ ମାଙ୍କଡ଼ଟି ଜାଣିଲା ଭଳିଆ ଖାଇବା ସମୟ ହେଲେ ଆସି ବୃଦ୍ଧାଙ୍କ ଦ୍ବାରରେ ପହଞ୍ଚି ଯାଇଥାଏ। କିଛିଦିନ ହେବ ବୃଦ୍ଧାଜଣକ ଅସୁସ୍ଥ ହୋଇପଡ଼ିଥିଲେ। ଆଉ ସେ ବିଶ୍ରାମ ନେଉଥିଲେ। ମାଙ୍କଡ଼ ପ୍ରତିଦିନ ଭଳି ଆସିଥିଲା କିନ୍ତୁ ସେ ବୃଦ୍ଧାଙ୍କୁ ଦେଖିବାକୁ ପାଇ ନଥିଲା।

ମାଙ୍କଡ଼ ବୃଦ୍ଧାଙ୍କୁ ଖୋଜିଖୋଜି ଘର ଭିତରେ ପଶି ଯାଇଥିଲା। ମାଙ୍କଡ଼କୁ ଦେଖି ବୃଦ୍ଧା ବି ଖୁସି ହୋଇ ତାକୁ ପାଖକୁ ନେଇ ଆଉଁସି ସ୍ନେହ କରିଥିଲେ। ବୃଦ୍ଧାଙ୍କ ଠାରୁ ଏଭଳି ସ୍ନେହ ପାଇ ମାଙ୍କଡ଼ ତାଙ୍କୁ ଆଲିଙ୍ଗନ କରି ପକାଇଥିଲା। ଏହି ଘଟଣା ଅତ୍ୟନ୍ତ ହୃଦୟସ୍ପର୍ଶୀ ଥିଲା। ଯେମିତି କି ମାଙ୍କଡ଼ ବୃଦ୍ଧଙ୍କୁ କହିବାକୁ ଚାହୁଁଥିଲା, ‘ତୁମେ ଶୀଘ୍ର ସୁସ୍ଥ ହୋଇଯାଅ।’

ସମ୍ବନ୍ଧିତ ଖବର