କାର ଦୁର୍ଘଟଣାରେ ମଥା ହରାଇଥିବା ମହିଳାଙ୍କୁ ନୂଆ ଜୀବନ ଦେଲେ ଡାକ୍ତର

ନୂଆଦିଲ୍ଲୀ: ଦୁନିଆରେ ପ୍ରତିଦିନ ଅସଂଖ୍ୟ ସଡ଼କ ଦୁର୍ଘଟଣା ଘଟୁଥିବାର ଖବର ସାମ୍ନାକୁ ଆସିଥାଏ। ସମୟସମୟରେ ଏହି ଦୁର୍ଘଟଣା ଏତେ ବିପଜ୍ଜନକ ହୋଇଥାଏ କି ଘଟଣାସ୍ଥଳରେ ଚାଳକ ବା ଯାତ୍ରୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥାଏ।

ସୌଭାଗ୍ୟବଶତଃ କେହିକେହି ଗୁରୁତର ଆହତ ହୋଇଥିଲେ ବି ମୃତ୍ୟୁମୁଖରୁ ବଞ୍ଚି ଯାଇଥାଆନ୍ତି। ଏମାନଙ୍କ ମଧ୍ୟରୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଦୁର୍ଘଟଣାର ଶିକାର ହେବାପରେ ତାଙ୍କ ଜୀବନ ପୂର୍ବ ଭଳି ରହି ନଥାଏ। ଏମିତି ଏକ ଘଟଣା ଜଣେ ମହିଳାଙ୍କ ସହିତ ଘଟିଛି।

ବାସ୍ତବରେ, ଏକ କାର ଦୁର୍ଘଟଣାରେ ଉକ୍ତ ମହିଳାଙ୍କ ମୁଣ୍ଡରେ ଏତେ ଗଭୀର ଆଘାତ ଲାଗିଥିଲା ଯେ ତାଙ୍କୁ ତାଙ୍କ ମଥା ହରାଇବାକୁ ପଡିଥିଲା।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଯେଉଁ ମହିଳାଙ୍କ ସହ ଏହି ଘଟଣା ଘଟିଥିଲା ତାଙ୍କ ନାମ ଗ୍ରେନେ କିଏଲି । ସେ ଆୟରଲ୍ୟାଣ୍ଡରେ ବସବାସ କରନ୍ତି। ତାଙ୍କ କାର ୨୦୦୬ ମସିହାରେ ବରଫରେ ଖସି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ସମୟରେ ସେ ଡ୍ୟାସବୋର୍ଡ ଉପରେ ପାଦ ରଖିଥିଲେ । ଦୁର୍ଘଟଣା ସମୟ‌ରେ ସେଠାରୁ ଏକ ହାଇ ସ୍ପିଡ୍ ଏୟାରବ୍ୟାଗ ବାହାଥିଲା, ଆଉ ମହିଳାଙ୍କ  ଆଣ୍ଠୁ ତାଙ୍କ ମଥାରେ ବାଜିଥିଲା। ଏହି ଶକ୍ତ ଆଘାତରେ ତାଙ୍କ ମୁହଁର ପ୍ରାୟ ସମସ୍ତ ହାଡ ଭାଙ୍ଗି ଯାଇଥିଲା । ଫଳସ୍ୱରୂପ ତାଙ୍କ ଚେହେରା ବିକୃତ ପ୍ରାୟ ‌ହୋଇଯାଇଥିଲା।

ଦୁର୍ଘଟଣାଗ୍ରସ୍ତ ମହିଳାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା। ତେବେ ମଥାରେ ଏତେ ଗଭୀର ଆଘାତ ଲାଗିଥିଲା କି ଡାକ୍ତରଙ୍କୁ ମହିଳାଙ୍କ ମଥା ବାହାର କରିବାକୁ ପଡ଼ିଥିଲା। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କିଛିଦିନ ତାଙ୍କୁ ବିନା ମଥାରେ ରହିବାକୁ ହେବ ବୋଲି ଡାକ୍ତର କହିଥିଲେ।

ତା’ପରେ ସର୍ଜନମାନେ ତାଙ୍କ ମଥା ଠିକ୍ କରିବା ବିଷୟରେ କହିଥିଲେ । ଏହି ଅସ୍ତ୍ରୋପଚାର ପାଇଁ ତାଙ୍କ ପେଟରୁ ଚର୍ବି ନିଆଯାଇଥିଲା ଏବଂ ଏହାକୁ ଗ୍ରେନେଙ୍କ ମଥାରେ ଲଗାଯାଇଥିଲା। ଡାକ୍ତର ମହିଳାଙ୍କୁ ଏକ ନୂଆ ମଥା ଦେଇଥିଲେ।

ଡାକ୍ତରଙ୍କ ଏଭଳି ସଫଳ ଅସ୍ତ୍ରୋପଚାରକୁ ଦେଖି ‌କେହି ଅନୁମାନ କରି ପାରିବେ ନାହିଁ କି ମହିଳାଙ୍କ ମଥାର ଅସ୍ତ୍ରୋପଚାର ଏପରି ହୋଇଛି ବୋଲି।

ଗ୍ରେନେ କିଏଲି ଲୋକଙ୍କୁ ସର୍ବଦା ସଡକ ସୁରକ୍ଷା ବିଷୟରେ ସଚେତନ କରାଉଛନ୍ତି । ଯେତେବେଳେ କେହି ଗ୍ରେନେ କିଏଲି ବିଷୟରେ ଶୁଣନ୍ତି ସମସ୍ତେ ତାଙ୍କ ସାହସକୁ ପ୍ରଶଂସା କରନ୍ତି ।

ସମ୍ବନ୍ଧିତ ଖବର