ଚାକିରି ଛାଡ଼ି ନିଜ ହାତରେ ମହମବତୀ ତିଆରି କରି କୋଟିରୁ ଊର୍ଧ୍ବ ଟଙ୍କା ରୋଜଗାର କରୁଛନ୍ତି ମହିଳା

ନୂଆଦିଲ୍ଲୀ: ଜଣେ ମହିଳା ଚାକିରି ଛାଡ଼ି ନିଜ ହାତରେ ମହମବତୀ ତିଆରି କରି ବ୍ୟବସାୟ ଆରମ୍ଭ କରିଥିଲେ। ଏହି ଛୋଟ ବ୍ୟବସାୟର ଆରମ୍ଭରେ ମହିଳା ଜଣକ ପାଖାପାଖି ୩୭ହଜାର ଟଙ୍କା ଲଗାଇଥିଲେ। ଦେଖୁଦେଖୁ ଏହି ବ୍ୟବସାୟ ତାଙ୍କର ୨ବର୍ଷ ମଧ୍ୟରେ କୋଟିଏ ଟଙ୍କାରେ ପହଞ୍ଚିଯାଇଛି।

ପ୍ରକାଶିତ ରିପୋର୍ଟ ମୁତାବକ, ୩୦ବର୍ଷର ଏହି ମହିଳାଙ୍କ ନାମ ଜେନେଲ ପାଲିବ୍ରେକ। ଜେନେଲ ଅଷ୍ଟ୍ରେଲିଆ ମେଲବର୍ଣ୍ଣରେ ବସବାସ କରନ୍ତି। ସେ କିଛି ଦିନ ପୂର୍ବରୁ ସାଉଦି ଆରବର ମକ୍କାରେ ଚାକିରି କରିଥିଲେ। ଜେନେଲଙ୍କ ଦୁଇଟି ସନ୍ତାନ ଅଛନ୍ତି। ମାର୍ଚ୍ଚ ୨୦୧୯ରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଜେନେଲ ଅଷ୍ଟ୍ରେଲିଆ ଚାଲିଆସି ଖ୍ରୀଷ୍ଟଲ ମହମବତୀର ବ୍ୟବସାୟ ଆରମ୍ଭ କରିଥିଲେ। ଏହି ବ୍ୟବସାୟ ପାଇଁ ସେ ୩୭ହଜାର ଟଙ୍କା ନିବେଶ କରିଥିଲେ।

ଦୁଇବର୍ଷ ମଧ୍ୟରେ ଜେନେଲ ଏହି ବ୍ୟବସାୟରେ ଖୁବ୍ ଅଗ୍ରଗତି କରିଥିଲେ। ବର୍ତ୍ତମାନ ତାଙ୍କ ବ୍ୟବସାୟ ୧୮‌କୋଟିରୁ ଅଧିକ ରହିଛି। ଏହି ବ୍ୟବସାୟ‌ରେ ଜେନେଲଙ୍କ ସ୍ବାମୀଙ୍କ ସହିତ ୧୨ଜଣ ସଦସ୍ୟ କାମ କରୁଛନ୍ତି। କିଛିଦିନ ତଳେ ଜେନେଲ ଗୋଟିଏ ଦିନରେ ୭୪ଲକ୍ଷ ୫୪ ହଜାର ଟଙ୍କାର ହାତରେ ତିଆରି ମହମବତୀ ବିକ୍ରି କରିଥିଲେ।

ଜେନେଲ କହନ୍ତି, ଆମେ ଗ୍ରାହକଙ୍କ ପ୍ରତ୍ୟେକଟି ମେସେଜରେ ଉତ୍ତର ‌ଦେଇଥାଉ। ଆଉ ଗୁଣବତ୍ତା ସେବା ବି ଦେଉ। ସେହିପରି ଯଥାସମ୍ଭବ ଡେଲିଭରି ବି କରିଥାଉ। କାରଣ ଗ୍ରାହକ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। ହାତରେ ତିଆରି ଅଲଗାଅଲଗା ମହମବତୀ ପାଖାପାଖି ୫୫ଘଣ୍ଟା ପର୍ଯ୍ୟନ୍ତ ଜଳିଥାଏ। ଯାହାମୂଲ୍ୟ ୪ହଜାର ଟଙ୍କା ରହିଛି। ଅଷ୍ଟ୍ରେଲିଆରେ ଲକଡାଉନ ସମୟରେ ମହମବତୀ ବ୍ୟବସାୟ ବୃଦ୍ଧି ପାଇଥିଲା।

 

ସମ୍ବନ୍ଧିତ ଖବର