ନୂଆଦିଲ୍ଲୀ : କାହା ଭାଗ୍ୟରେ କେତେ ବେଳେ କ’ଣ ପରିବର୍ତ୍ତନ ଆସେ, ତାହା କହିବା ଅସମ୍ଭବ । ପୂର୍ବରୁ ରାତାରାତି କୋଟିପତି ହେବା ଘଟଣା ଆମେ ଆପଣଙ୍କୁ ଜଣାଇଥିବା ବେଳେ କାନାଡାରେ ଘଟିଥିବା ଘଟଣା ସେ ସବୁ ଘଟଣାଠାରୁ ଟିକେ ଭିନ୍ନ । ନିଜ ନାତିକୁ ପଢ଼ାଇବା ପାଇଁ ବସିବା ପରେ ନାତିର ବହିରୁ ଯାହା ବାହାରିଥିଲା, ତାହା ବୃଦ୍ଧାଙ୍କୁ କୋଟିପତି ବନାଇ ଦେଇଥିଲେ । ଏହି ଘଟଣା ପରେ ସେ ବୃଦ୍ଧାଜଣଙ୍କ ଭଗବାନଙ୍କୁ ଧନ୍ୟବାଦ୍ ଦେବା ଆରମ୍ଭ କରିଛନ୍ତି ।
/sambad/media/post_attachments/wp-content/uploads/2019/04/ghrytry-1554440704-300x225.jpg)
ସୂଚନା ମୁତାବକ, କାନାଡାରେ ରହୁଥିବା ନିକୋଲ ପେଡ୍ନାଲ୍ଟ ନିଜ ନାତିକୁ ପଢ଼ାଇବାକୁ ବସିବା ପରେ ବହି ଭିତରେ ଥିବା ପୁରୁଣା ଲଟେରୀ ଟିକେଟ୍ ଦେଖିଥିଲେ । ଯାହାକୁ ସେ ଅପ୍ରେଲ ୫, ୨୦୧୮ରେ କିଣିଥିଲେ । କିନ୍ତୁ କିଣିବା ପରେ ବୃଦ୍ଧା ଲଟେରୀ ଟିକେଟ୍କୁ କେଉଁଠି ରଖି ଆଉ ପାଇ ନଥିଲେ । ବର୍ଷେ ବିତିବା ପରେ ନିଜ ନାତିର ବହିରେ ଲଟେରୀ ଟିକେଟ୍ ଦେଖି ଖୁସି ହେବା ସହ ଏହାକୁ କିଣିଥିବା ସ୍ଥାନକୁ ଯାଇ ଏହାକୁ ଦେଖାଇବା ପରେ ତାଙ୍କର ୧୦କୋଟି ଟଙ୍କାର ଲଟେରୀ ଉଠିଥିଲା । ବର୍ଷେ ପରେ ମଧ୍ୟ ଲଟେରୀର ସମୟସୀମା ଥିବାରୁ ନିକୋଲ ଏହାର ସୁବିଧା ନେଇ ପାରିଲେ । ୧୦କୋଟି ଟଙ୍କା ପାଇବା ପରେ ଏବେ ସେ ନିଜ ଭାଗ୍ୟକୁ ନେଇ ଖୁସିଥିବା ସହ ଭଗବାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।