ଗୋଟିଏ ଭୁଲ ହେତୁ ମହିଳା ବନିଲେ କୋଟିପତି, କ’ଣ ସେହି ଭୁଲ ଜାଣନ୍ତୁ

ନୂଆଦିଲ୍ଲୀ: ଆମେରିକାରେ ଲଟେରି ମାୟାରେ ସମସ୍ତେ ବାୟା। ଏହି ଲଟେରି ଖେଳି କେହି ଲାଭ ପାଇଥିବା ବେଳେ ଅନେକ କ୍ଷତି ବି ସହି ଥାଆନ୍ତି। ଆମେରିକାରେ ଲଟେରି ଏକ ସାଧାରଣ କଥା ହୋଇଥାଏ। ସେଠାରେ ଛୋଟ ଦୋକାନଠାରୁ ଆରମ୍ଭ କରି ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଲଟେରି  ଟିକେଟ ମିଳିଥାଏ।

ତେବେ ନିକଟରେ ଏକ ଖବର ଆସିଛି କି ଜଣେ ମହିଳା ଗୋଟିଏ ଲଟେରି  ଟିକେଟ କିଣିବାକୁ ଯାଇ ଭୁଲରେ ଆଉ ଗୋଟିଏ ଲଟ୍ରି ଟିକେଟ ନେଇ ଆସିଥିଲେ, ଯାହାକି ତାଙ୍କୁ ରାତାରାତି କୋଟିପତି କରିଦେଇଛି।

ତେବେ ଘଟଣାଟି ହେଉଛି ଏପରି, ନ୍ୟୁ ଜର୍ସିର ମେନହେଟନ୍‌ରେ ମାର୍କେଟିଂ ପାଇଁ ଯାଇଥିବା ଔକସାନା ଜହାରୋବ ସୁପରମାର୍କେଟରୁ ୧ ଡଲାରର ଲଟେରି ଟିକେଟ କିଣିଥିଲେ। କିନ୍ତୁ ଷ୍ଟୋରରେ ଥିବା ଅଧିକାରୀ ତାଙ୍କୁ ୧୦ ଡଲାର ଏକ ‘ସେଟ୍‌ ଫର୍‌ ଲାଇଫ୍‌’ ଟିକେଟ ଦେଇଥିଲେ। ଭୁଲ ଟିକେଟ ପାଇବା ପରେ ଏହି ଟଙ୍କା ପୈଠ ନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ପୁଣି ଭାବିଲେ କିଏ ତାଙ୍କଠାରୁ ଏହି ଲଟେରି ଟିକେଟ କିଣି ନେଲେ ଭଲ ହୁଅନ୍ତା।

ଜହରୋବ ଏହି ଟିକେଟ ସ୍କ୍ରାଚ କରି ନଥିଲେ । ସେ ଏହି ଟିକେଟ ବୁକ୍‌ମାର୍କ ପାଇଁ କିଣିଥିଲେ। କିନ୍ତୁ ପୁଣି ତାଙ୍କୁ ଲାଗିଲା ଏହି ଟିକେଟ ନକଲି ହୋଇଥାଇପାରେ ! ସେ ଏହି ଲଟେରି ଟିକେଟ ନେଇ ଅଫିସ ଆସିବାରୁ ଜାଣିବାକୁ ପାଇଥିଲେ ତାଙ୍କର ଏହି ଟିକେଟ ଅସଲି ଅଟେ। ସେ ପାଇଥିବା ଲଟେରି ଟିକେଟ ସ୍କ୍ରାଚ କରି ଜାଣିବାକୁ ପାଇଲେ ତାଙ୍କର ଏହି ଟିକେଟର ମୂଲ୍ୟ ୩୧କୋଟି ୬୬ଲକ୍ଷ ଟଙ୍କାର ଥିଲା।

୪୬ବର୍ଷୀୟ ଜହରୋବଙ୍କ କହନ୍ତି, ମୁଁ ଆଜି ପର୍ଯ୍ୟନ୍ତ ଜୀବନରେ କିଛି ବି ହାସଲ କରି ନଥିଲି। ଏହି ଟିକେଟ ପାଇ ମୁଁ ଖୁବ୍‌ ଖୁସି। ଲଟେରି ଟିକେଟରୁ ହାସଲ କରିଥିବା ରାଶିରେ ମୋର ପରିବାର ସହିତ ଛୁଟି କଟାଇବି ଓ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚରେ ଲଗାଇବି। ଜହରୋବ ଏହି ଲଟେରି ଜିତି ୧୯ବର୍ଷ ପର୍ଯ୍ୟନ୍ତ ୧କୋଟି ୬୪ଲକ୍ଷ ଟଙ୍କା ପାଇବେ।

ସମ୍ବନ୍ଧିତ ଖବର