ନୂଆଦିଲ୍ଲୀ: ଫେବ୍ରୁଆରି ୧୪କୁ ପ୍ରେମ ଦିବସ ଭାବେ ପାଳନ କରାଯାଏ। ଏହି ଦିନ ସାଥୀମାନେ ଉପହାର ଦେଇଥାଆନ୍ତି। ପ୍ରେମଦିବସରେ ଏମିତି ଏକ ଉପହାର ସ୍ବାମୀଙ୍କ ଠାରୁ ପାଇବା ପରେ ଜଣେ ମହିଳାଙ୍କ ଭାଗ୍ୟ ବଦଳି ଯାଇଛି।
ଉକ୍ତ ମହିଳା ଜଣକ ହେମାର୍କେଟରରେ ବସବାସ କରନ୍ତି। ଗତ ପ୍ରେମଦିବସରେ ତାଙ୍କ ସ୍ବାମୀ ତାଙ୍କୁ ଆଣି ଏକ ଲଟେରି ଟିକେଟ ଦେଇଥିଲେ। ଯାହାକୁ ଦେଖି ସେ ରାଗି ଯାଇଥିଲେ। କାରଣ ପ୍ରେମଦିବସରେ ସେ ସ୍ବାମୀଙ୍କ ଠାରୁ ଅଲଗା କିଛି ଉପହାର ଆଶା କରିଥିଲେ। କିନ୍ତୁ ସ୍ବାମୀ ତାଙ୍କୁ ଏଭଳି ଉପହାର ଦେଇଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ। କାରଣ ପୂର୍ବରୁ ବି ଏମିତି ଅନେକ ଲଟେରି ଟିକେଟ ଆଣି ତାଙ୍କ ସ୍ବାମୀ ତାଙ୍କ ହାତରେ ଧରାଇଥିଲେ। ଯାହା ପରବର୍ତ୍ତୀ ମୁହୂର୍ତ୍ତରେ ଏକ ଆଲୋଡା କାଗଜ ପାଲଟି ଯାଇଥାଏ।
ତେବେ କଥାରେ ଅଛି ଭାଗ୍ୟ କେତେବେଳେ କାହାକୁ କେଉଁ ସ୍ଥାନରେ ନେଇ ପହଞ୍ଚାଇବ ତାହା କେହି କହି ପାରି ନଥାଆନ୍ତି। ଏଭଳି କଥା କହିବାର କାରଣ ହେଉଛି ପ୍ରେମଦିବସରେ ମହିଳାଙ୍କୁ ତାଙ୍କ ସ୍ବାମୀ ଦେଇଥିବା ଲଟେରି ଉଠି ଯାଇଥିଲା। ଆଉ ଏହି ଲଟେରିରେ ମହିଳା ୧୦କୋଟି ଟଙ୍କା ଜିତି ଯାଇଥିବା ଜାଣିବାକୁ ପାଇଥିଲେ। ଏହି ଘଟଣା ପରେ ଉଭୟ ସ୍ବାମୀ-ସ୍ତ୍ରୀ ଖୁସିରେ କାନ୍ଦି ପକାଇଥିଲେ। ଏହି ଟିକେଟକୁ ମାନାସର ୯୧୦୩ ମ୍ୟାଥିସ ଆଭେନ୍ୟୁରେ ଇନ ଓ ଆଉଟ ମାର୍ଟରୁ କିଣିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/index-24.jpg)
