ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷକଙ୍କୁ ମିଳିଲା ୬.୫ କୋଟି ଟଙ୍କାର ପୁରସ୍କାର

ଦୁବାଇ : ମଣିଷ ଜୀବନରେ ଜଣେ ଗୁରୁଙ୍କ ଅବଦାନର ବହୁ ମହତ୍ତ୍ୱ ରହିଛି । ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ସୁଦୃଢ଼ କରିବା ପାଇଁ ଜଣେ ଗୁରୁ ବା ଶିକ୍ଷକଙ୍କୁ ବହୁ ଶ୍ରମ ସ୍ୱୀକାର କରିବାକୁ ପଡ଼ିଥାଏ। ଶିକ୍ଷକଙ୍କର ଏହି ଶ୍ରମକୁ ସମ୍ମାନିତ କରିବା ପାଇଁ ଦୁବାଇଠାରେ ନିକଟରେ ଦିଆ ଯାଇଥିଲା ଗ୍ଲୋବାଲ ଟିଚର ପ୍ରାଇଜ । ଏହି ପ୍ରତିଯୋଗିତାରେ ବିଟେନର ଏଣ୍ଡିୟା ଜୋଫିରାଙ୍କୁ ସର୍ବଶ୍ରେଷ୍ଠ ଗୁରୁ ଭାବେ ମନୋନୀତ କରିବା ସହ ତାଙ୍କୁ ୬.୫ କୋଟି ଟଙ୍କାର ପୁରସ୍କାାର ପ୍ରଦାନ କରାଯାଇଛି।

IBTimes India

ପ୍ରତିବର୍ଷ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଫାଉଣ୍ଡେସନ ତରଫରୁ ଗ୍ଲୋବାଲ ଟିଚର ପ୍ରାଇଜ୍‌ ନାମକ ଏକ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥାଏ । ଚଳିତ ବର୍ଷ ଏହି ପ୍ରତିଯୋଗିତା ୟୁନାଇଟେଡ଼ ଆରବ ଏମରେଟ୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୭୦ଟି ଦେଶର ୩୦,୦୦୦ ଜଣ ଶିକ୍ଷକ-ଶିକ୍ଷୟତ୍ରୀ ଭାଗ ନେଇଥିଲେ । ତେବେ ସମସ୍ତଙ୍କୁ ପଛରେ ପକାଇ ସର୍ବଶେଷ୍ଠ ଟିଚର(ଗୁରୁ) ପୁରସ୍କାରର ବିଜେତା ବ୍ରିଟେନର ଆର୍ଟ ଏବଂ ଟେକ୍ସଟାଇଲ ପଢ଼ାଉଥିବା ଏଣ୍ଡିୟା ଜୋଫିରା ହୋଇଛନ୍ତିି । ତାଙ୍କୁ ୟୁଏଇ ପ୍ରଧାନମନ୍ତ୍ରୀ ଶେଖ ମହମ୍ମଦ ବିନ ରାସିଦ ଅଲ ମଖତୋମ ୬.୫ କୋଟିର ପୁରସ୍କାର ରାଶି ପ୍ରଦାନ କରିଛନ୍ତି ।

PUNJAB KESARI

ଏହି ପ୍ରତିଯୋଗିତାରେ ତୁର୍କି, ସାଉଥ ଆଫ୍ରିକା , କଲମ୍ବିଆ , ୟୁଏସ , ବ୍ରାଜିଲ ,ଅଷ୍ଟ୍ରେଲିଆ ଆଦି ଦେଶର ଶିକ୍ଷକଶିକ୍ଷୟତ୍ରୀ ଭାଗ ନେଇଥିଲେ । ପୁରସ୍କାର ହାସଲ କରିବା ପରେ ଏଣ୍ଡିୟା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ପାଇଁ ବର୍ତ୍ତମାନ ସମୟରେ କେତେ ପରିମାଣର କଷ୍ଟ କରିବାକୁ ପଡ଼ିଥାଏ ତାହା ବିଷୟରେ ବର୍ଣ୍ଣନା କରିଥିଲେ ।

ସମ୍ବନ୍ଧିତ ଖବର