ମହିଳାଙ୍କ ବେକରୁ ଟ୍ୟୁମରର ଅସ୍ତ୍ରୋପଚାର କରିବା ସମୟରେ ଡାକ୍ତର ଯାହା ଦେଖିଲେ ଉଡ଼ିଗଲା ତାଙ୍କ ହୋସ୍‌

ସୋସିଆଲ ମିଡିଆରେ ଜଣେ ମହିଲାଙ୍କ ଭିଡିଓ ଏବେ ବହୁଳ ଭାବରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମହିଳାଙ୍କ ପାଟିର  ଅସ୍ତ୍ରୋପଚାର ହେଉଥିବାର ଭିଡିଓକୁ ଡାକ୍ତର ସେୟାର କରିଛନ୍ତି । ଆପଣ ଯଦି ଏ ଭିଡିଓ ଦେଖିବେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ, ଦି ନିୟୁ ଷ୍ଟାଟିକ୍‌ ଟାଇମସର ରିପୋର୍ଟ ଅନୁସାରେ ଭିଏତନାମର ଜଣେ ମହିଳାଙ୍କ କିଛି ଦିନ ହେବ ମୁଣ୍ଡ ବିନ୍ଧା ହେଉଥିଲା । କିନ୍ତୁ ମହିଳା ଜଣଙ୍କ ଏହି ଘଟଣାକୁ ଗୁରୁତ୍ବର ସହ ନେଉନଥିଲେ, ଯେତେବେଳେ ମୁଣ୍ଡବିନ୍ଧା ଅସମ୍ଭାଳ ହେବା‌ରେ ଲାଗିଲା ସେ ଡାକ୍ତରଙ୍କ ପାଖକୁ ଗଲେ । ଡାକ୍ତର ପରୀକ୍ଷା କରିବା ପରେ ପ୍ରଥମେ ଭାବିଲେ ଯେ ବେ‌କରେ ଟ୍ୟୁମର ଅଛି ଯାହାର ଅସ୍ତ୍ରୋପଚାର କରିବା ପରେ ମହିଳାଙ୍କ ମୁଣ୍ଡ ବିନ୍ଧା ଭଲ ହୋଇଯିବ ।

NetDoctor

ପରେ ଅସ୍ତ୍ରୋପଚାର ସମୟରେ ଡାକ୍ତର ମହିଳାଙ୍କ ବେକରେ ଥିବା ଟ୍ୟୁମରକୁ ଦେଖି ନିଜ ଆଖିକୁ ବିଶ୍ବାସ କରିପାରିନଥିଲେ । ମହିଳାଙ୍କ ବେକ ଭିତରେ ଟ୍ୟୁମର ନୁହେଁ ଥିଲା ଏକ ଜୋକ, ତାହା ପୁଣି ଜୀବିତ।  ହା ଜିୟାଂ ନାମକ ଡାକ୍ତରଖାନାରେ ମହିଲାଙ୍କ ଚିକିତ୍ସା ହେଉଥିଲା । ଅସ୍ତ୍ରୋପଚାର ସମୟରେ ଡାକ୍ତର ଏହାର ଏକ ଭିଡିଓ କରି ସୋସିଆଲ ମଡିଆରେ ପୋଷ୍ଟ କରିଦେଇଥିଲେ । ୧.୩୦ ସେକେଣ୍ଡର ଏହି ଭିଡିଓରେ ମହିଲାଙ୍କ ପାଟି ଖୋଲାଥିଲା ସେ ଏକ ବେଡରେ ଶୋଇଥିଲେ ଡାକ୍ତର ତାଙ୍କ ପାଟିରୁ ଏକ ଜୋକକୁ ବାହାର କରି ଆଣି ଟେବୁଲ ଉପରେ ରଖୁଛନ୍ତି । ସେହି ଜୋକଟି ମହିଳାଙ୍କ ଭୋଜନ ନଳିରେ ଅଟକିଥିଲା । ଡାକ୍ତର ସଫଳତାର ସହ ଅସ୍ତ୍ରୋପଚାର କରି ଜୋକଟିକୁ ବାହାରକୁ ଆଣିଥିଲେ । କୁହାଯାଉଛିକି ବର୍ଷା ପାଣିରେ ଗାଧୋଇବା ସମୟରେ ଜୋକଟି ମହିଳାଙ୍କ ପାଟିରେ ପ୍ରବେଶ କରିଥିବ ।

ସମ୍ବନ୍ଧିତ ଖବର