ମୁମ୍ବାଇ: ପୁଣେରେ ରହୁଥିବା ଜଣେ ମହିଳା ବମ୍ବୋ ହାଇକୋର୍ଟରେ ୪ମାସ ପୂର୍ବେ ଜବତ କରାଯାଇଥିବା ତାଙ୍କ ବିଲେଇକୁ ଫେରାଇ ଦେବାକୁ ପାଇଁ ଗୁହାରି କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଏଥିସହିତ ତାଙ୍କର ୫୬ଟି ବିଲେଇକୁ ଜବତ କରି ସାଥୀରେ ନେଇଯାଇଥିବା ଅଧିକାରୀମାନଙ୍କ ବିରୋଧରେ ବି ଅଭିଯୋଗ କରିଛନ୍ତି ସେ।

Advertisment

publive-image

ବିଚାରପତି ଭୂଷଣ ଓ ବର୍ଗିସ କୋଲାବାବଙ୍କ ଖଣ୍ଡପୀଠ ସାମ୍ନାରେ ଗତ ସପ୍ତାହରେ ଏହି ମାମଲାର ଉଲ୍ଲେଖ କରାଯାଇଥିଲା। ଏହାପରେ ଖଣ୍ଡପୀଠ ମାମଲାର ଶୁଣାଣି ଜାନୁଆରି ୧୮ ତାରିଖରେ କରିବେ ବୋଲି କହିଛନ୍ତି। ୪୨ବର୍ଷୀୟ ସଙ୍ଗୀତା କପୁର ପେସାରେ ଜଣେ ଫେସନ୍‌ ଡିଜାଇନର। ସେ କୋର୍ଟକୁ କରିଥିବା ଆବେଦନର ଦାବି କରିଛନ୍ତି, ମୋତେ ଓ ମୋ ପରିବାରକୁ ପୁଲିଓ ଆନିମଲ େଓ୍ଵଲଫେୟାରର ଅଧିକାରୀମାନେ ବହୁତ ହଇରାଣ କରିଛନ୍ତି। ମୁଁ କୋଧବା ରୋଡସ୍ଥିତ ଆପାର୍ଟମେଣ୍ଟରେ ୭୩ବର୍ଷୀୟ ମା’ ଓ ଭଉଣୀଙ୍କ ସହିତ ରୁୁହେ। ମା’ ଦୃଷ୍ଟିହୀନ। ମୋର ଦୁଇଟି ଆପାର୍ଟମେଣ୍ଟ ରହିଛି। ଗୋଟିଏରେ ମୋର ପରିବାର ଓ ଅନ୍ୟଟିରେ ୫୬ଟି ବିଲେଇ ରହନ୍ତି। କିଛି ଲୋକ ୨୦୧୭ ସେପ୍ଟେମ୍ବର ୧୧ରେ ପୁଲିସ ସହିତ ଆସି ମୋର ସମସ୍ତ ବିଲେଇକୁ ଜବତ କରି ଆନିମଲ ସେଲ୍ଟର ନେଇ ଯାଇଥିଲେ। କେବଳ ଏତିକି ନୁହେଁ ଅଧିକାରୀମାନେ ଘରର ଅନେକ ସମାଗ୍ରୀ ନଷ୍ଟ କରିବା ସହିତ ସୁନା ଓ ଟଙ୍କା ଚୋରି କରି ମଧ୍ୟ ନେଇଥିଲେ।

ପୁଲିସ କପୁରଙ୍କ ବିରୋଧ ବିଲେଇମାନଙ୍କଠାରୁ ସଂକ୍ରମଣ ରୋଗ ହେବ ଓ ପଶୁଙ୍କ ଯତ୍ନ ନନେବା, ଖାଇବାକୁ ନଦେବା ଆଦିରେ ମାମଲା ରୁଜୁ କରିଥିଲେ।

publive-image

ଅନ୍ୟପକ୍ଷରେ ସଙ୍ଗୀତାଙ୍କ ଆଇନଜୀବୀ ହର୍ଷଦ ଗରୁଡ କହନ୍ତି, ବିଲେଇକୁ ଜବତ କରିବା ନେଇ କୌଣସି ବି ରିପୋର୍ଟ କୋର୍ଟରେ ଦାଖଲ ହୋଇନାହିଁ। ପିସିଏ ଆକ୍ଟ ଜରିଆରେ ଏହି ପ୍ରକାର ଜବତ ପାଇଁ ପ୍ରଥମେ କୋର୍ଟଙ୍କ ଅନୁମତି ନେବା ଜରୁରୀ ହୋଇଥାଏ। ଏହି ମାମଲାରେ ପଞ୍ଚନାମା ବି ଦାଖଲ କରାଯାଇ ନାହିଁ। ତେଣୁ ବିଲେଇ ଜବତକୁ ବେଆଇନ ଘୋଷଣା କରିବାକୁ କୋର୍ଟରେ ଆବେଦନ କରାଯାଇଛି।