ନୂଆଦିଲ୍ଲୀ: ଆପଣ ଏଯାବତ୍ ପ୍ରି ୱେଡିଙ୍ଗ ସୁଟ, ୱେଡିଙ୍ଗ ସୁଟ, ମ୍ୟାଟରନିଟି ସୁଟ ବିଷୟରେ ଶୁଣିବାକୁ ପାଇଥିବେ। କିନ୍ତୁ ନିକଟରେ ଜଣେ ମହିଳାଙ୍କ ବିବାହ ବିଚ୍ଛେଦ ହୋଇଯିବା ପରେ ସେ ଖୁସିରେ ଫଟୋ ସୁଟ କରୁଥିବା ଦେଖିବାକୁ ମିଳିଛି।
ମହିଳାଙ୍କ ବିବାହ ବିଚ୍ଛେଦ ଫଟୋସୁଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁ ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି, ସେଥିମଧ୍ୟରୁ ପ୍ରଥମ ଫଟୋରେ ମହିଳା କିଛି ଫଟୋକୁ ଖୁସିରେ ଫାଡ଼ୁଥିବା ଦେଖିବାକୁ ମିଳୁଛି। ଏହି ଫଟୋରେ ସେ ତାଙ୍କ ସ୍ବାମୀଙ୍କ ସହିତ ଥିବା ନଜରକୁ ଆସିଛି।
ସେହିପରି ଦ୍ବିତୀୟ ଫଟୋରେ ମହିଳା ବିବାହ ବିଚ୍ଛେଦ ପରେ ଖୁସିରେ ମଦ ବୋତଲ ଧରିଥିବା ବେଳେ ଅନ୍ୟ ହାତରେ ଏକ ପୋଷ୍ଟର ଧରିଛନ୍ତି। ଯେଉଁଥିରେ ଲେଖାହୋଇଛି, ‘ମୋତେ ମୋ ସ୍ବାମୀଙ୍କ ଠାରୁ ୧୦୦/୯୯ ଅସୁବିଧା ରହିଥିଲା। ତୃତୀୟ ଫଟୋରେ ମହିଳା ଫଟୋକୁ ପାଦରେ ଦଳୁଥିବା ଦେଖିବାକୁ ମିଳୁଛି।
ଏହି ମହିଳାଙ୍କ ନାମ କ’ଣ ସେ କେଉଁଠି ବସବାସ କରନ୍ତି ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିଲା। ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ଆମେରିକାରୁ ବି ଏମିତି ଏକ ଘଟଣା ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣେ ମହିଳା ବିବାହ ବିଚ୍ଛେଦ ପରେ ଫଟୋସୁଟ କରୁଥିବା ସମୟରେ ତାଙ୍କ ବିବାହ ପୋଷାକକୁ ଜାଳି କହିଥିଲେ,‘ଜୀବନରେ ଏହା ମୋ ପାଇଁ ସବୁଠାରୁ ଭଲ ନିଷ୍ପତ୍ତି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/2.jpg)