କୋର୍ବା: ଜଣେ ୨୮ବର୍ଷୀୟା ମହିଳା ଆଜି ମହା ଶିବରାତ୍ରୀ ପାଳନ ଅବସରରେ ମନ୍ଦିରରେ ସର୍ବ ସମ୍ମୁଖରେ ନିଜର ଜିଭ କାଟି ଶିବଙ୍କୁ ଦାନ କରିଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଏହି ଘଟଣା ଘଟିଛି, ଛତିଶଗଡ଼ର କୋର୍ବା ଜିଲ୍ଲାରେ । ବୁଧବାର ସକାଳେ କୋର୍ବା ଜିଲ୍ଲାରେ ଥିବା ନୁନେରୁ ଗ୍ରାମର ଶିବ ମନ୍ଦିରରେ ଏହି ଘଟଣା ଘଟିଥିଲା । ପୂଜା କରିବାକୁ ଆସିଥିବା ସୀମା ବାଇ ଗୋଣ୍ଡ ଭଗବାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ପରେ ଏକ ଧାରୁଆ ଅସ୍ତ୍ରରେ ନିଜର ଜିଭକୁ କାଟି ଦେଇଥିଲେ । ଏହା ସହ ଜିଭକୁ ଶିବଲିଙ୍ଗ ପାଖରେ ନେଇ ରଖିଥିଲେ ।
/sambad/media/post_attachments/wp-content/uploads/2018/02/2018_2largeimg214_Feb_2018_182416627-300x200.jpg)
ମହିଳାଙ୍କ ଏଭଳି କାର୍ଯ୍ୟକୁ ଦେଖି ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଯିବା ସହ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନା ନେଇ ଯାଇଥିଲେ । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣା ପଡ଼ିଛି । ତେବେ, ମହିଳା ଜଣକ ଏପରି ପଦକ୍ଷପ କ’ଣ ପାଇଁ ନେଲେ, ତାହା କେହି ଜାଣି ପାରୁ ନାହାନ୍ତି । ଅନ୍ୟ ପକ୍ଷରେ ସେ ଏହା କୌଣସି ମାନସିକ ପୂରଣ ଉଦ୍ଦେଶ୍ୟ କରିଥାଇ ପାରନ୍ତି ବୋଲି କିଛି ଲୋକେ ସନ୍ଦେହ କରୁଛନ୍ତି। କିନ୍ତୁ ଏହାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/somnath-mahadev-district-dedicated-saurath-village-madhubani_b57ca88c-1184-11e8-82d6-43c3cccec057.jpg)