ନୂଆଦିଲ୍ଲୀ : ଟିକେ ଭାବନ୍ତୁ, ଆପଣ କୌଣସି କାମରେ ଘରୁ ବାହାରକୁ ଯାଇଛନ୍ତି ଏବଂ ଘରକୁ ଫେରିବା ପରେ ଆପଣ ଜାଣୁଛନ୍ତି କି ଆପଣ କୋଟିପତି ହୋଇ ସାରିଛନ୍ତି । ତେବେ ଆପଣଙ୍କ ପ୍ରତିକ୍ରିୟା କିଭଳି ରହିବ? ପ୍ରଶ୍ନଟି ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଉଥିଲେ ମଧ୍ୟ ସତ । କାରଣ ଠିକ୍ ଏହି ଭଳି କିଛି ଘଟଣା ଆମେରିକାରେ ଘଟିଥିବା ଖବର ମିଳିଛି । ଜଣେ ମହିଳା ବଜାରକୁ କୋବି କିଣିବା ପାଇଁ ଯାଇ କୋଟିପତି ବନି ଯାଇଥିବା ଜଣାପଡ଼ିଛି ।
/sambad/media/post_attachments/wp-content/uploads/2018/12/download-22-300x157.jpg)
ସୂଚନା ମୁତାବକ, ବନେସା ଓ୍ଵାର୍ଡ଼ ନାମକ ଜଣେ ମହିଳା ଘର ଖାଦ୍ୟ ତିଆରି କରିବା ପାଇଁ ବଜାରକୁ କୋବି କିଣିବା ପାଇଁ ଯାଇଥିଲେ । ସେଠାରେ ସେ କୋବି କିିଣିବା ସହ ଏକ ସ୍କ୍ରାଚ୍ ଲଟେରୀ ଟିକେଟ ମଧ୍ୟ କିଣିଥିଲେ । ଘରକୁ ଫେରି ଟିକେଟକୁ ସ୍କ୍ରାଚ୍ କରିବା ପରେ ସେ ୧କୋଟି ୫୮ଲକ୍ଷ ଟଙ୍କା ଜିତି ଯାଇଥିବା ଜାଣିବାକୁ ପାଇଥିଲେ । କିନ୍ତୁ ସନ୍ଦେହ ହେବାରୁ ବନେସା ଟିକେଟ କିଣିଥିବା ଷ୍ଟୋରକୁ ଯାଇ ପଚାରିବା ପରେ ସତରେ ୧କୋଟି ୫୮ଲକ୍ଷ ଟଙ୍କା ଜିତିଥିବା ଜାଣି ତାଙ୍କ ଖୁସିର ଠିକଣା ରହି ନଥିଲା । ଏତେ ଟଙ୍କା ଜିତିବା ପରେ କିଭଳି ସେ ଟଙ୍କାକୁ ଖର୍ଚ୍ଚ କରିବେ ବୋଲି ପ୍ରଶ୍ନ କରାଯିବା ପରେ, ଜିତିଥିବା ଟଙ୍କାକୁ ସେ ଚାକିରିରୁ ଅବସର ନେବା ପରେ ଜୀବନଯାପନ ପାଇଁ ବ୍ୟବହାର କରିବେ ବୋଲି କହିଥିଲେ ।