ଏହି ୧୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସେକ୍ସ ପାର୍ଟନର ସଂଖ୍ୟା ଅଧିକ

ନୂଆଦିଲ୍ଲୀ: ନିକଟରେ ହୋଇଥିବା ସର୍ଭେରୁ ଏକ ଗୁରୁତ୍ବପୂର୍ଣ୍ଣ କଥ‌ା ଜଣାପଡ଼ିଛି। ୧୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାଙ୍କମାନଙ୍କର ଅଧିକ ସମ୍ଭୋଗ ସାଥୀ ବା ସେକ୍ସ ପାର୍ଟନର ଥିବା ଗବେଷକମାନେ ଗବେଷଣା କରି ସୂଚନା ପ୍ରଦାନ କରିଛନ୍ତି। ଏହି ସର୍ଭେ ୧.୧ ଲକ୍ଷ ମହିଳା ଓ ୧ ଲକ୍ଷ ପୁରୁଷଙ୍କୁ ନେଇ କରାଯାଇଥିଲା।

ତେବେ ଅନ୍ୟ ଏକ କ୍ଷେତ୍ରରେ କିନ୍ତୁ ମହିଳାଙ୍କଠାରୁ ପୁରୁଷ ଆଗୁଆ ରହିଛନ୍ତି। ପ୍ରାୟ ୪ ପ୍ରତିଶତ ପୁରୁଷ ନିଜ ପତ୍ନୀ ବା ନିଜ ଲିଭ୍‌-ଇନ୍‌-ପାର୍ଟନରଙ୍କୁ ବାଦ୍‌ ଦେଇ ଅନ୍ୟ ମହିଳାଙ୍କ ସହ ସଂପର୍କ ରଖୁଥିବା ବେଳେ ଏହି କ୍ରମ‌ରେ ମହିଳାଙ୍କ ପ୍ରତିଶତ ରହିଛି ମ‌ାତ୍ର ୦.୫।

ନେସ୍‌ନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ(ଏନ୍‌ଏଫ୍‌ଏଚ୍‌ଏସ୍‌)ରୁ ଜାଣିବାକୁ ମିଳିଛି ଯେ ରାଜସ୍ଥାନ, ହରିଆଣା, ଚଣ୍ଡିଗଡ଼, ଜମ୍ମୁ-କଶ୍ମୀର, ଲଦାଖ, ମଧ୍ୟପ୍ରଦେଶ, ଆସାମ, କେରଳ, ଲାକ୍ଷଦୀପ, ପୁଡୁଚେରୀ ଓ ତାମିଲ୍‌ନାଡୁ ଆଦି ରାଜ୍ୟ ଓ‌ କେନ୍ଦ୍ର ଶାସିତ ଅଞ୍ଚଳରେ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କ ସେକ୍ସ ପାର୍ଟନର୍‌ ସଂଖ୍ୟା ଅଧିକ।

ଏହି କ୍ଷେତ୍ରରେ ସର୍ବାଗ୍ରେ ରହିଛି ରାଜସ୍ଥାନ। ଏକାଧିକ ସମ୍ଭୋଗ ସାଥୀ ରଖିବାରେ ପୁରୁଷଙ୍କ ସଂଖ୍ୟା ମାତ୍ର ୧.୮ ପ୍ରତିଶତ ଥିବା ବେଳେ ମହିଳାଙ୍କ ସଂଖ୍ୟା ରହିଛି ୩.୧ ପ୍ରତିଶତ।

ଏହି ନେସ୍‌ନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ ୨୦୧୯-୨୧ ମଧ୍ୟରେ ଦେଶର ୨୮ଟି ରାଜ୍ୟର ୭୦୭ ଜିଲ୍ଲାରେ ହୋଇଥିଲା। ଏନ୍‌ଏଫ୍‌ଏଚ୍‌ଏସ୍‌ ଏହାଛଡ଼ା ଦେଶର ଅନ୍ୟ ବିଭବ, ଯେପରିକି ସାମାଜିକ, ‌ଅର୍ଥନୈତିକ, ନୂଆ ଯୋଜନା ଆଦିକୁ ନେଇ ଭିନ୍ନ ଭିନ୍ନ ସର୍ଭେ କରିଥାଏ।

ସମ୍ବନ୍ଧିତ ଖବର