ନୂଆଦିଲ୍ଲୀ: ବଲିଉଡ୍‌ରେ ଏମିତି ଅନେକ କାହାଣୀ ଆମେ ଦେଖିଛେ। ଯେଉଁଥିରେ ନାୟକ ଓ ନାୟିକାଙ୍କ ଭେଟ ହେବାର ଦୃଶ୍ୟ ଖୁବ୍‌ ଆକର୍ଷଣୀୟ ଶୈଳୀର ହୋଇଥାଏ। କିନ୍ତୁ ବାସ୍ତବ ଜୀବନରେ ଏଭଳି ଏକ ଛୋଟିଆ ପ୍ରେମ କାହାଣୀ ଦେଖିବାକୁ ମିଳିଛି।

Advertisment

ଜଣେ ଯୁବତୀ ପେରିସର ଏଫିଲ ଟାଓ୍ଵରକୁ ବୁଲିବାକୁ ଯାଇଥିଲେ। ସେଠାରେ ସେ ଏକ ଅଜଣା ଯୁବକଙ୍କୁ ଚୁମ୍ବନ ଦେଇଥିଲେ। ଏହାପରେ ସେ ସେହି ଯୁବକଙ୍କ ନମ୍ବର ନେବାକୁ ଭୁଲି ଯାଇଥିଲେ। ଯିଏବି ଏହି ପ୍ରେମ କାହାଣୀ ଶୁଣନ୍ତି ତାଙ୍କୁ ପୁରାପୁରି ସିନେମା କାହାଣୀ ଭଳି ଲାଗିଥାଏ।

publive-image

ଆମେରିକାର କେଲିଫୋର୍ଣ୍ଣିଆରେ ରହୁଥିବା ୧୮ବର୍ଷୀୟ ଜୁଲିୟାନା କୋରେଲ୍ସ ନିଜର ସାଙ୍ଗମାନଙ୍କ ସହିତ ପେରିସ୍‌ ସ୍କୁଲ ଟ୍ରିପ୍‌ରେ ବୁଲିବାକୁ ଯାଇଥିଲେ। ସେଠାରେ ସେ କ’ଣ ପାଇଁ ଏକ ଅଜଣା ଯୁବକଙ୍କୁ ଚୁମ୍ବନ ଦେଲେ ଆସନ୍ତୁ ଜାଣିବା।

ଜୁଲିୟାନା କୋରେଲ୍ସ ୧୨ଦିନ ପାଇଁ ପେରିସ୍‌ ଟ୍ରିପ୍‌ରେ ଯାଇଥିଲେ। ଟ୍ରିପ୍‌ର ଶେଷଦିନ ଜୁଲିୟାନା ନିଜର ସାଙ୍ଗମାନଙ୍କ ସହିତ ଟାଓ୍ଵାର ବୁଲୁଥିଲେ। ଏହି ସୁନ୍ଦର ସ୍ଥାନ ଦେଖି ତାଙ୍କର ଜଣଙ୍କୁ ଚୁମ୍ବନ ଦେବାର ମନ ହୋଇଥିଲା। ସେ ଚୁମ୍ବନ ଦେବା ପାଇଁ ଜଣେ ବ୍ୟକ୍ତିଙ୍କୁ ଖୋଜିବାକୁ ଲାଗିଲେ। କିନ୍ତୁ ସେଭଳି କୌଣସି ବ୍ୟକ୍ତିଙ୍କୁ ସେ ଚୁମ୍ବନ ଦେବା ପାଇଁ ପାଇଲେ ନାହିଁ। କାରଣ ସେଠାରେ ତାଙ୍କ ବୟସର କେହି ବି ନଥିଲେ। ତାଙ୍କ ସାଙ୍ଗ ଜଣେ ବ୍ୟକ୍ତିଙ୍କୁ ଦେଖିଲା। ଯିଏକି ନିଜ ମା’ ସହିତ ବୁଲୁଥିଲେ। ସେହି ବ୍ୟକ୍ତିଙ୍କ ନାମ ଗୋବିନ। ଏହାପରେ ଜୁଲିୟାନା ଗୋବିନ୍‌ଙ୍କୁ ଚୁମ୍ବନ ଦେଇ ପାରିବେ କି ନାହିଁ ବୋଲି ପଚାରିଥିଲେ। ଜୁଲିୟାନାଙ୍କ କଥାରେ ଗୋବିନ୍‌ ରାଜି ବି ହୋଇଥିଲେ। ଏହାପରେ ଦୁହେଁ ଏଫିଲ ଟାଓ୍ଵର ଶୀର୍ଷକୁ ଯାଇ ଚୁମ୍ବନ ଦିଆ ନିଆ ହୋଇଥିଲେ। ଜୁଲିୟାନାଙ୍କ ସାଙ୍ଗମାନେ ମଧ୍ୟ ଏହି ଘଟଣାର ଦୃଶ୍ୟକୁ କ୍ୟାମେରାରେ କୈଦ୍‌ କରିଥିଲେ।

publive-image

ଆଶ୍ଚର୍ଯ୍ୟ କଥା ଗୋବିନ୍‌ ଜୁଲିୟାନାଙ୍କୁ ଚୁମ୍ବନ ଦେଉଥିବା ସମୟରେ ତାଙ୍କ ମା’ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଗୋବିନ୍‌ଙ୍କ ମା’ବି ଏହି ମୁହୂର୍ତ୍ତର ଫଟୋ ମଧ୍ୟ ଉଠାଇଥିଲେ। ଏହାପରେ ଜୁଲିୟାନା ଗୋବିନଙ୍କ ନମ୍ବର ନେବା ପାଇଁ ଭୁଲି ଯାଇଥିଲେ। ଏହାପରେ ଜୁଲିୟାନା ଏହି ଘଟଣା ସମ୍ପର୍କରେ ଟୁଇଟର ଜରିଆରେ ସମସ୍ତଙ୍କୁ ଜଣାଇଥିଲେ ଏବଂ ଗୋବିନ୍‌ଙ୍କୁ ଖୋଜିବାକୁ କହିଥିଲେ।

ଲୋକମାନେ ବି ଜୁଲିୟାନାଙ୍କ ପାଇଁ ଗୋବିନ୍‌ଙ୍କୁ ଖୋଜିବାକୁ ଲାଗିଲେ, ଶେଷରେ ଗୋବିନ୍‌ଙ୍କ ଠିକଣା ପାଇ ପାରିଲେ। ଗୋବିନ୍‌ଙ୍କ ଠିକଣା ଖୋଜି ବାହାର କରିଥିବା ଲୋକମାନଙ୍କୁ ଜୁଲିୟାନା ଅଶେଷ ଧନ୍ୟବାଦ ଟୁଇଟର ଜରିଆରେ ଜଣାଇଛନ୍ତି।