ଉତ୍ତରପ୍ରଦେଶର ଏହି ଗାଁରେ ପ୍ରତି ବର୍ଷ ୩ ମାସ ପାଇଁ ବିଧବା ହୋଇଯାଆନ୍ତି ମହିଳା, ଜାଣନ୍ତୁ ଏହି ଅଜବ ପ୍ରଥା ବିଷୟରେ

ଭେଲଓ୍ଵାଡ଼ା(ଉତ୍ତରପ୍ରଦେଶ) : ବିବାହ ପରେ ସ୍ୱାମୀ-ସ୍ତ୍ରୀ ସଂପର୍କ ଜନ୍ମ ଜନ୍ମାନ୍ତର ପାଇଁ ହୋଇ ଯାଇଥାଏ ବୋଲି ବିଶ୍ୱାସ ରହିଛି । ସ୍ୱାମୀର ମୃତ୍ୟୁ ପରେ ହିଁ ସ୍ତ୍ରୀ ସିନ୍ଦୂର ପିନ୍ଧିବା ବନ୍ଦ କରିଥାଏ । କିନ୍ତୁ ଉତ୍ତରପ୍ରଦେଶର ଭେଲଓ୍ଵାଡ଼ା ଜିଲ୍ଲାରେ ଥିବା ଏକ ଗ୍ରାମରେ ଏଭଳି ପରମ୍ପରାର ଠିକ୍‌ ବିପରୀତ ଦୃଶ୍ୟ ଦେଖିବାକୁ ମିଳେ । ଏଠାରେ ପ୍ରତିବର୍ଷ ମହିଳାମାନେ ୩ ମାସ ପାଇଁ ବିଧବାର ଜୀବନ ବଞ୍ଚିଥାନ୍ତି । ସାଧା ପୋଷାକ ପରିଧାନ କରିବା ସହ ସିନ୍ଦୂର ଓ  ଚୁଡ଼ି ପିନ୍ଧନ୍ତି ନାହିଁ । ଗାଁରେ ଥିବା ଏକ ପୁରୁଣା ପରମ୍ପରା ପାଇଁ ମହିଳାମାନଙ୍କୁ ବାଧ୍ୟ ହୋଇ ଏପରି କରିବାକୁ ପଡ଼ିଥାଏ।

rochakpost.com

ଏହାର କାରଣ ହେଉଛି,ଏହି ଗ୍ରାମରେ ଥିବା ପୁରୁଷ ୩ ମାସ ପାଇଁ ତାଡ଼ି ବାହାର କରିବାକୁ ଯାଇଥାନ୍ତି । ଏହି ସମୟରେ ସେମାନେ ଘର ବାହାରକୁ ଯାଇ ତାଳ ଗଛରୁ ତାଡ଼ି ବାହାର କରିବା କାମ କରିଥାନ୍ତି । ଗଛର ଉପର ଭାଗ ଖସଡ଼ା ଏବଂ ଉଚ୍ଚା ହୋଇଥିବାରୁ କିଛି ଲୋକ ଗଛରୁ ଖସି ମୃତ୍ୟୁବରଣ କରୁଥିବାରୁ ମହିଳାମାନେ ଏପରି କରୁଥିବା ଜଣାପଡ଼ିଛି । ୩ ମାସ ପର୍ଯ୍ୟନ୍ତ କିଛି ଘଟିବା ଡ଼ରରେ ସେମାନେ ଏଭଳି ସାଧାସିଧା ଜୀବନ ବଞ୍ଚିବା ଆରମ୍ଭ କରିଥାନ୍ତି । ପରେ ସ୍ୱାମୀ ଠିକ୍‌ ଭାବରେ ଘରକୁ ଫେରିବା ପରେ ସେମାନେ ରଙ୍ଗବେରଙ୍ଗର ପୋଷାକକୁ ପିନ୍ଧି ସିନ୍ଦୂର ଲଗାଇବା ଆରମ୍ଭ କରିଥାନ୍ତି ।

ସମ୍ବନ୍ଧିତ ଖବର