ଏହି ଗାଆଁରେ ପ୍ରତି ବର୍ଷ ତିନି ମାସ ଯାଏଁ ମହିଳାମାନେ ବିଧବା ହୁଅନ୍ତି!

ଭାରତୀୟ ମହିଳା ନିଜର ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା କରିଥାନ୍ତି। ସ୍ୱାମୀଙ୍କ ଖୁସି କରିବା ପାଇଁ ଶୃଙ୍ଗାର କରିଥାନ୍ତି। କିନ୍ତୁ ଏମିତି ଏକ ଗାଆଁ ଅଛି,ଯେଉଁଠି ମହିଳାମାନେ ପ୍ରତି ବର୍ଷ ତିନି ମାସ ଯାଏଁ ବିଧବା ଭାବେ ଜୀବନ ବିତାନ୍ତି।
ଉତ୍ତର ପ୍ରଦେଶର ବେହବାଡ଼ା ଜିଲ୍ଲାର ଜବରିୟା ଗାଆଁରେ ଏଭଳି ସ୍ଥିତି ଦେଖିବାକୁ ମିଳିଥାଏ। ଏହି ଗାଆଁର ବିବାହିତ ମହିଳାମାନେ ତିନିମାସ ଯାଏଁ ଶୃଙ୍ଗାର କରନ୍ତି ନାହିଁ,ବରଂ ବିଧବା ଭଳି ଧଳା ଶାଢ଼ି ପିନ୍ଧନ୍ତି ଓ କଷ୍ଟମୟ ଜୀବନ ବିତାନ୍ତି।
ଏହି ଗାଆଁରେ ପ୍ରତିବର୍ଷ ମଇ ମାସରୁ ଜୁଲାଇ ମାସ ଯାଏଁ ବିବାହିତ ମହିଳାମାନେ ବିଧବା ଭଳି ଜୀବନ ବିତାଇଥା’ନ୍ତି। ସେମାନଙ୍କୁ ପତିଙ୍କର ମୃତ୍ୟୁ ଆଶଙ୍କା ରହିଥାଏ। କିନ୍ତୁ ତିନି ମାସରେ ଯଦି ପତି ଘରକୁ ଫେରନ୍ତି,ତେବେ ଘରେ ଉତ୍ସବର ପରିବେଶ ଦେଖିବାକୁ ମିଳିଥାଏ।
ଏହି ଗାଆଁର ପୁରୁଷମାନେ ମଇ ମାସ ଆରମ୍ଭରେ ବିଭିନ୍ନ ସ୍ଥାନକୁ ଯାଇ ଖଜୁରି ଗଛରୁ ତାଡ଼ି ସଂଗ୍ରହ କରିଥାନ୍ତି। ଏହି ଗଛର ଉଚ୍ଚତା ପ୍ରାୟ ୫୦ ଫୁଟ୍‌ ବା ତା’ ଠାରୁ ଅଧିକ ଉଚ୍ଚ। ଏହା ଏକଦମ୍‌ ଲମ୍ବା ଓ ଡ଼ାଳ ବିହୀନ। ସେହି ଗଛରେ ଚଢ଼ି ପୁରୁଷମାନେ ତାଡ଼ି ସଂଗ୍ରହ କରିଥାନ୍ତି। ଏହି କାମ କରିବାବେଳେ ଅନେକ ସମୟରେ ଗଛ ଚଢ଼ାଳୀଙ୍କର ପ୍ରାଣହାନି ମଧ୍ୟ ହୋଇଥାଏ।


ଏହି କାରଣରୁ ଯେତେବେଳେ ସ୍ୱାମୀ ଘରୁ ତାଡ଼ି ସଂଗ୍ରହ କାମରେ ବାହାରନ୍ତି ,ସ୍ତ୍ରୀ ବିଧବା ବେଶ ଧାରଣ କରନ୍ତି ଓ ବିଧବାଙ୍କ ଭଳି ଜୀବନ ଅତିବାହିତ କରନ୍ତି।

ସମ୍ବନ୍ଧିତ ଖବର