ମହିଳା ବୈଜ୍ଞାନିକମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ରହିଛି ଏହି ବ୍ୟବସ୍ଥା

ସମଗ୍ର ଦେଶରେ ମହିଳା ବୈଜ୍ଞାନିକ ମାନଙ୍କୁ ପ୍ରୋତ୍ସାହିତ ଦେବା ଉଦ୍ଦେଶ୍ୟରେ ଡିପାର୍ଟମେଣ୍ଟ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି ଭାରତ ସରକାର ମହିଳାମାନଙ୍କୁ ସ୍କଲାରସିପ୍‌ ଦେବାର ଯୋଜନା କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଲା ସାଇନ୍ସ, ଇଂଜିନିୟରିଂ, ଓ ମେଡିସିନ୍‌ ରେ ହେଉଥିବା ବୈଜ୍ଞାନିକ ଅନୁସନ୍ଧାନ ଓ ଗବେଷଣା କ୍ଷେତ୍ରରେ ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା । ଏଥିରେ ପ୍ରତି ଭାଗ୍ୟଶାଳୀ ମହିଳାମାନଙ୍କୁ ମନୋନୀତ କରାଯାଇ ଏକ ବର୍ଷର ପେଟେଣ୍ଟ୍‌ ଫେସି ଲିଟିଙ୍ଗ୍‌ ସେଣ୍ଟର ( ପିଏଫ୍‌ସି) ଫୋରକାଷ୍ଟିଙ୍ଗ୍‌ ଆଣ୍ଡ ଆସେସମେଣ୍ଟ୍‌ କାଉନସିଲ୍‌ ( ଟି ଆଇଏଫ୍‌ସି)ରେ ସାମିଲ୍‌ କରାଯାଏ ।

 

ଯୋଗ୍ୟତା- -ପ୍ରାର୍ଥୀନୀ ଭାରତୀୟ ନାଗରିକ ହୋଇଥିବେ ।
– ସାଇନ୍ସରେ ମାଷ୍ଟର୍‌ ଡିଗ୍ରୀ । ଫିଜିକାଲ ସାଇନ୍ସ, କେମିକାଲ ସାଇନ୍ସ, ଲାଇଫ୍‌ ସାଇନ୍ସରେ ପିଏଚ୍‌ଡି । ଇଂଜିନିୟରିଂ, ମେଡିସିନ୍‌, ଫାର୍ମାସ୍ୟୁଟିକାଲ ସାଇନ୍ସ, ଭେଟରନାରୀ ସାଇନ୍ସରେ ବ୍ୟାଚେଲର ବା ମାଷ୍ଟର ଡିଗ୍ରୀ ହାସଲ କରିଥିବେ ।
-ଉଚ୍ଚ ଶିକ୍ଷାଗତ ସଂପନ୍ନ ମହିଳାଙ୍କୁ ଅଗ୍ରାଧିକାର ଦିଆଯିବ ।
-କଂପ୍ୟୁଟର ଡାଟାବେସ୍‌, ନେଟ୍‌ ସର୍ଫିଙ୍ଗ୍‌ର ଜ୍ଞାନ ଥିବା ଆବଶ୍ୟକ ।
-ରିସର୍ଚ୍ଚ, ପ୍ରୋଜେକ୍ଟ ରିପୋର୍ଟସ ପ୍ରସ୍ତୁତି କରିବାର ଅନୁଭବ ମଧ୍ୟ ଥିବା ଦରକାର ।

photo-womenswab.in

ଆବେଦନ କରିବେ କିପରି?

ଆପ୍ଲିକେସନ୍‌ ଫର୍ମ ଓ ଏହାର ଫର୍ମାଟର ସୂଚନା ଡିସେମ୍ବର ମାସର ଆରମ୍ଭରେ ବିଭିନ୍ନ ସମ୍ବାଦ ପତ୍ରରେ ବିଜ୍ଞାପନ ପ୍ରକାଶିତ ହୋଇଥାଏ । ଆବେଦନ ପତ୍ରକୁ ଠିକ୍‌ ଭାବେ ଓ ସଂପୂର୍ଣ୍ଣ ରୂପେ ପୂରଣ କରିବାକୁ ହୋଇଥାଏ । ଆବେଦନ ପତ୍ରରେ ନିଜର ବ୍ୟକ୍ତିଗତ ଦସ୍ତଖତ ନିଶ୍ଚିତ ଭାବେ କରନ୍ତୁ । ଆବେଦନ ପତ୍ରକୁ ଡାକ ରେ ପଠାନ୍ତୁ । ଇମେଲ୍‌ କିମ୍ବା ଫ୍ୟାକ୍ସ ଦ୍ୱାରା ଗ୍ରହଣୀୟ ନୁହେଁ । ଲିଖିତ ପରୀକ୍ଷା ଓ ସାକ୍ଷାତ୍‌କାର ପାଇଁ କୌଣସି ଏକ କୋର୍ଡିନେସନ୍‌ ସେଣ୍ଟର୍‌ ( ସଂଯୋଜନା କେନ୍ଦ୍ର)ର ଚୟନ କରନ୍ତୁ । ଯଦି ଆପଣ ଏଥିପାଇଁ ଯୋଗ୍ୟ ବିବେଚିତ ହୁଅନ୍ତି, ତେବେ ସେଣ୍ଟର ଆପଣଙ୍କ ଟ୍ରେନିଂର ବ୍ୟବସ୍ଥା କରିବ ।

ସୁବିଧା-ଏମ୍‌.ଏମ୍‌ସି /ବିଟେକ୍‌/ ଏମ୍‌ବିବିଏସ୍‌ / ବି ଫର୍ମା ଶିକ୍ଷାଗତ ଯୋଗ୍ୟତା ଥିବା ମହିଳାମାନଙ୍କୁ ମାସିକ ୧୨ ହଜାର ଟଙ୍କା ଦିଆ ଯାଇପାରିବ । ପିଏଚ୍‌ଡି/ଏମ୍‌ଟେକ୍‌/ ଏମ୍‌ଫାର୍ମ/ଏମ୍‌.ଏସି/ଏମ୍‌ଡି/ ଏମ୍‌ବିଏସ୍‌ସି ପ୍ରାର୍ଥୀ ମାନଙ୍କୁ ମାସିକ ୧୭ ହଜାର ୫୦୦ ଟଙ୍କାର ଛାତ୍ର ବୃତ୍ତି ମିଳିବ ।
ଏଫର୍ମସ ଓ ବିଭିନ୍ନ ପ୍ରକାର ଏଜେନ୍ସିରେ ଦଶ ମାସର ଟ୍ରେନିଂ ଦିଆଯିବ ।

କୋର୍ଡିନେସନ ସେଣ୍ଟର-ଦେଶର ନିମ୍ନଲିଖିତ ସ୍ଥାନମାନଙ୍କରେ କୋର୍ଡନେସନ୍‌ ସେଣ୍ଟର ରହିଛି । ଏଗୁଡି ହେଲା- ସେଣ୍ଟର ଫର୍‌ କୋଅପରେସନ୍‌ ଇନ୍‌ ସାଇନ୍ସ ଆଣ୍ଡ ଟେକ୍‌ନେଲୋଜି, ଚେନ୍ନାଇ । ଡେଭେଲପିଙ୍ଗ୍‌ ସୋସାଇଟିଜ୍‌ ଗାନ୍ଧି ମଣ୍ଡପମ୍‌ ରୋଡ୍‌, ଦିଲ୍ଲୀ , ପେଟେଣ୍ଟ ଫାସିଲିଟିଙ୍ଗ୍‌ ସେଣ୍ଟର, ଟେକ୍‌ନେଲୋଜି ଇନ୍‌ଫରମେସନ୍‌ ଫୋରକାଷ୍ଟିଙ୍ଗ୍‌ ଆଣ୍ଡ୍‌ ଆସେସ୍‌ମେଣ୍ଟ କାଉନସିଲ୍‌ ବିଶ୍ୱକର୍ମ ଭବନ, ଏ-ଉଇଙ୍ଗ୍‌ , ଶହିଦ୍‌ ଜୀତ୍‌ ସିଂହ ମାର୍ଗ , ଖଡଗପୁର କଣ୍ଟିନ୍ୟୁଇଙ୍ଗ୍‌ ଏଜୁକେସନ୍‌ ପ୍ରୋଗ୍ରାମ୍‌ , ପୁଣେ, ୟୁନିଟ୍‌ ଫର୍‌ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ ମେଣ୍ଟ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ, ଜୋପାସନା, ୫୮/୧ ପୁନେ ।

ଚୟନ ପ୍ରକ୍ରିୟା- ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ ଆଧାରରେ ଯୋଗ୍ୟ ପ୍ରାର୍ଥୀମାନଙ୍କର ଚୟନ ହେବ । ନୂଆଦିଲ୍ଲୀ, ଚେନ୍ନାଇ, କୋଲକାତା ଓ ପୁଣେ ରେ ଲିଖିତ ପରୀକ୍ଷା ଆୟୋଜିତ ହେବ ।

ସମ୍ବନ୍ଧିତ ଖବର