ସନ୍ତାନ ଜନ୍ମ ପାଇଁ ଦେଶ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ଏହି ଦେଶର ମହିଳା

ବ୍ରାଜିଲ: କିଛିବର୍ଷ ହେବ ଭେନେଜୁଏଲା ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏଠାକାର ଅବସ୍ଥା ଏତେ ଖରାପ ଯେ ଅନ୍ତସତ୍ତ୍ୱା ମହିଳାମାନେ ଅନ୍ୟ ଦେଶକୁ ଯାଇ ସନ୍ତାନ ଜନ୍ମ କରିବା ପାଇଁ ବାଧ୍ୟ ହେଉଛନ୍ତି। କାରଣ ଏହି ଦେଶରେ ମହିଳା ଅନ୍ତସତ୍ତ୍ୱା ହେବା ସମୟରେ ବ୍ୟବହାର ହେଉଥିବା ଜରୁରୀ ସାମଗ୍ରୀ, ଔଷଧ ଓ ଡାଏପର ସ୍ୱଳ୍ପ ପରିମାଣରେ ଅଛି, ତେଣୁ ମହିଳା ବ୍ରାଜିଲକୁ ଚାଲି ଯାଉଛନ୍ତି।

ମାରିଆ ଟେରେସା ଏମିତି ଜଣେ ମା’ ଯିଏକି ବ୍ରାଜିଲର ସୀମାବର୍ତ୍ତୀ ରାଜ୍ୟ ରୋରାଇମାକୁ ଯାଇ ନିଜର ସନ୍ତାନକୁ ଜନ୍ମ ଦେଇଥିଲେ। ତାଙ୍କ କହିବାନୁସାରେ ସେ ଯଦି ସନ୍ତାନ ଜନ୍ମ ପାଇଁ ଭେନେଜୁଏଲା ରହିଥାଆନ୍ତେ ତେବେ ତାଙ୍କ ସନ୍ତାନ ବଞ୍ଚି ନ ଥାଆନ୍ତା। କାରଣ, ନା ହିଁ ଏଠାରେ ଖାଦ୍ୟ ଅଛି ନା  ଉପଯୁକ୍ତ ଔଷଧ ଓ ଡାକ୍ତର। ଲୋପେଜ ପାଞ୍ଚ ମାସ ପୂର୍ବରୁ ନିଜ ଘର ଓରିନୋକୋରୁ ୫୦୦କିମି ଦୂର ବ୍ରାଜିଲକୁ ଯାଇଥିଲେ। ସେ ଏମିତି ୧୦୦ରୁ ଊର୍ଧ୍ୱ ମହିଳା ମଧ୍ୟରୁ ଜଣେ ଯିଏକି ଆର୍ଥିକ ଓ ରାଜନୈତିକ ସଙ୍କଟ ପାଇଁ ଦେଶ ଛାଡ଼ିବାକୁ ବାଧ୍ୟ ହୋଇଥିଲେ।

ସମ୍ବନ୍ଧିତ ଖବର