ସରକାରୀ ଚାକିରି ପାଇଁ ବେକରୁ ମଙ୍ଗଳସୂତ୍ର କାଢ଼ିଲେ ହିନ୍ଦୁ ନାରୀ, ସ୍ୱାମୀମାନଙ୍କ ପ୍ରତିବାଦ

ହାଇଦ୍ରାବାଦ:ତେଲେଙ୍ଗାନାରେ ଏକ ନିଯୁକ୍ତି ପରୀକ୍ଷା ଦେଉଥିବା ବିବାହିତା ମହିଳାମାନଙ୍କୁ ସେମାନଙ୍କ ବେକରୁ ମଙ୍ଗଳସୂତ୍ର କାଢ଼ିବାକୁ କୁହାଯିବା ଘଟଣାକୁ ପ୍ରତିବାଦ କରିଛନ୍ତି ସ୍ୱାମୀମାନେ। ତେବେ ନିଯୁକ୍ତିି ପ୍ରକ୍ରିୟାକୁ ସ୍ୱଚ୍ଛ କରିବା ପାଇଁ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପରୀକ୍ଷା କେନ୍ଦ୍ରର କର୍ତ୍ତୃପକ୍ଷ ଅଡ଼ିି ବସିବା ପରେ ସ୍ୱାମୀମାନେ ବାଧ୍ୟ ହୋଇ ସେମାନଙ୍କ ପତ୍ନୀମାନଙ୍କ ମଙ୍ଗଳସୂତ୍ର ଧରି ପରୀକ୍ଷା କେନ୍ଦ୍ର ବାହାରେ ଅପେକ୍ଷା କରିଥିଲେ।
ସୂଚନାଯୋଗ୍ୟ ଯେ ତେଲେଙ୍ଗାନା ପବ୍ଲିକ୍‌ ସର୍ଭିସ କମିସନଙ୍କ ପକ୍ଷରୁ ୭ଶହ ଭିଲେଜ ରେଭେନ୍ୟୁ ଅଫିସର ପଦବି ପୂରଣ ପାଇଁ ରାଜ୍ୟର ୨ହଜାର ପରୀକ୍ଷା କେନ୍ଦ୍ରରେ ଗତକାଲି ପରୀକ୍ଷା କରିଥିଲେ। ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ଏଥିପାଇଁ ଆବେଦନ କରିଥିଲେ। ତେବେ ଗତକାଲି ଅନୁଷ୍ଠିତ ଏହି ପରୀକ୍ଷା ପାଇଁ ନସରପୁରର ଲିଟିଲ ଫ୍ଲାଓ୍ଵାର ସ୍କୁଲ ପରୀକ୍ଷା କେନ୍ଦ୍ରରେ ଅପ୍ରୀତିକର ପରିସ୍ଥତି ସୃଷ୍ଟି ହୋଇଥିଲା। ପରୀକ୍ଷା ନିୟମ ଅନୁଯାୟୀ, କୌଣସି ପ୍ରାର୍ଥୀ ସୁନା ଅବା ଅନ୍ୟ କୌଣସି ଧାତବ ପଦାର୍ଥ ନେଇ ପରୀକ୍ଷା ହଲକୁ ଯାଇ ପାରିବେ ନାହିଁ। ବିଶେଷତଃ ପରୀକ୍ଷାରେ କପି କରିବା ପାଇଁ ଏହି ସବୁ ସୁନା ଅଳଙ୍କାରରେ ଇଲେକ୍ଟ୍ରୋନିକ୍ସ ଡିଭାଇସ୍‌ ଛପାଇ ପରୀକ୍ଷାର୍ଥୀ ପରୀକ୍ଷା ହଲକୁ ଯିବାର ସମ୍ଭାବନା ଥିବାରୁ କର୍ତ୍ତୃପକ୍ଷ ଏହା ଉପରେ ବାରଣ ଳଗାଇଥିଲେ। ତେଣୁ ମହିଳାମାନେ ବେକରୁ ମଙ୍ଗଳସୂତ୍ର କାଢ଼ିବାକୁ କୁହାଯିବାରୁ ସେମାନେ ଏହାର ପ୍ରତିବାଦ କରିଥିଲେ।ଏହା ହିନ୍ଦୁ ନାରୀର ଭାବନା ବିରୋଧୀ ବୋଲି ମଧ୍ୟ କହିଥିଲେ। ମାତ୍ର କର୍ତ୍ତୃପକ୍ଷ କିଛି ଶୁଣି ନଥିଲେ। ବାଧ୍ୟ ହୋଇ ସେମାନେ ମଙ୍ଗଳସୂତ୍ର ସେମାନଙ୍କ ସ୍ୱାମୀ ହାତରେ ଧରାଇ ପରୀକ୍ଷା ହଲକୁ ଯାଇଥିଲେ। ତେବେ ଅନ୍ୟ କତେକ ମହିଳା ଏ ନେଇ ପରୀକ୍ଷକେନ୍ଦ୍ରରେ ଉପସ୍ଥିତ ପୁଲିସର ଦୃଷ୍ଟି ଆକର୍ଷଣ କରିବା ପରେ ପୁଲିସ ଏଥିରେ ହସ୍ତକ୍ଷେପ କରଇିଥିଲା ଓ ଯେଉଁ ମହିଳାମାନେ ପରୀକ୍ଷାହଲକୁ ଯାଇ ନ ଥିଲେ ସେମାନେ ମଙ୍ଗଳସୂତ୍ର ପିନ୍ଧି ପରୀକ୍ଷା ଦେଇଛନ୍ତି।

ସମ୍ବନ୍ଧିତ ଖବର