ନୂଆଦିଲ୍ଲୀ: ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପଶୁ ଓ ପକ୍ଷୀଙ୍କୁ ପୋଷା ବନାଇ ରଖିଥାଆନ୍ତି। ଆଇନ ଅନୁଯାୟୀ ଏହା ଦଣ୍ଡନୀୟ ହୋଇଥିବା ବେଳେ କିଛିଟା ଦେଶରେ ଏହି ନିୟମ କୋହଳ ରହିଛି।
ତେବେ ପଶୁ ଓ ପକ୍ଷୀଙ୍କୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏହି କ୍ରମରେ ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ମହିଳା ବିମାନରେ ନିଜର ପିଲା ଭଳି ମୟୂର ଧରି ଚଢ଼ୁଥିବା ଦେଖିବାକୁ ମିଳୁଛି। ଏହାପରେ ଅତି ଯତ୍ନରେ ସେ ମୟୂର ପୁଚ୍ଛକୁ ସାଇଜ କରି ବିମାନ ସିଟରେ ବସି ଯାଉଛନ୍ତି। ମୟୂରର ପୁଚ୍ଛ ସୁନ୍ଦର ଭାବେ ବିମାନ ଚଟାଣରେ ବିଛେଇ ହୋଇ ଯାଉଛି।
ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟ ୨୦୨୨ରେ ଘଟିଥିବା କୁହାଯାଉଛି। ତେବେ ଏହି ଭିଡିଓ ଏବେ ପୁଣିଥରେ ଏକ୍ସରେ ଭାଇରାଲ ହୋଇଛି। ଯାହାକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରିବା ସହିତ ସେୟାର ବି କରୁଛନ୍ତି।
Bruh why is a peacock on the plane? 💀 pic.twitter.com/Sc8lGxynRj
— Wild content (@NoCapFights) August 14, 2023