ମହିଳାଙ୍କ ଠାରେ ଅବସାଦ ସୃଷ୍ଟି ପଛରେ ପୁରୁଷମାନଙ୍କ ସହିତ ସାମଞ୍ଜସ୍ୟ ଥିବା ୭,୦୦୦ ପ୍ରକାର ଜିନ୍ ବ୍ୟତୀତ ଅତିରିକ୍ତ ୬,୦୦୦ ପ୍ରକାର ଜିନ୍ ଦାୟୀ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଏହି କାରଣରୁ ପୁରୁଷଙ୍କ ତୁଳନାରେ ମହିଳାଙ୍କ ମଧ୍ୟରେ ଅବସାଦର ବିପଦ ଦିଗୁଣା ବୋଲି କ୍ୱିନ୍ସଲ୍ୟାଣ୍ଡ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର ଗବେଷକମାନେ ଅନୁମାନ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଅବସାଦ ରୋଗ ଜିନ୍ଗତ ପରିବର୍ତ୍ତନ ଜରିଆରେ ପିତାମାତାଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ମିଳିପାରେ କିମ୍ବା ସ୍ୱତଃସ୍ଫୂର୍ତ୍ତ ଭାବେ ସୃଷ୍ଟି ହୋଇପାରେ।
ଗବେଷକମାନେ ଅଷ୍ଟ୍ରେଲିଆ, ନେଦରଲ୍ୟାଣ୍ଡ, ୟୁକେ ଓ ଆମେରିକାର ପ୍ରାୟ ୧,୩୦,୦୦୦ ମହିଳା ଏବଂ ୬୫,୦୦୦ ପୁରୁଷଙ୍କଠାରେ ଅବସାଦ ସହ ଜଡ଼ିତ ଜେନେଟିକ୍ ତଥ୍ୟର ବିଶ୍ଳେଷଣ କରି ଏପରି ନିଷ୍କର୍ଷରେ ପହଞ୍ଚିଛନ୍ତି। ସେହିପରି ଅବସାଦ ସହ ଜଡ଼ିତ ଜିନ୍ ପରିବର୍ତ୍ତନଗୁଡ଼ିକ ମହିଳାମାନଙ୍କ ମଧ୍ୟରେ ମେଟାବୋଲିକ୍ ପରିବର୍ତ୍ତନ ମଧ୍ୟ ସୃଷ୍ଟି କରୁଥିବାର ଲକ୍ଷ୍ୟ କରାଯାଇଥିଲା। ସେଥିରୁ ଅବସାଦଗ୍ରସ୍ତ ମହିଳାମାନେ କାହିଁକି ଓଜନ ପରିବର୍ତ୍ତନ କିମ୍ବା ପରିବର୍ତ୍ତିତ ଶକ୍ତି ସ୍ତର ଭଳି ମେଟାବୋଲିକ୍ ଲକ୍ଷଣଗୁଡ଼ିକୁ ଅଧିକ ଅନୁଭବ କରନ୍ତି, ତାହା ବ୍ୟାଖ୍ୟା କରାଯାଇପାରିବ ବୋଲି ଗବେଷକମାନେ ଆଶା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/15/adgdagaczvvcv-2025-10-15-00-48-07.jpg)