ସୁଯୋଗ ପାଇଲେ ଫୁଲବାଣୀର ଏହି କୁନି ଝିଅ ଦିନେ ଓଡ଼ିଶା ପାଇଁ ଗର୍ବ ଆଣିବ ! ଦେଖନ୍ତୁ ଭିଡିଓ

ଫୁଲବାଣୀ: ପାରମ୍ପରିକ ସଂସ୍କୃତି ଓ ଲୋକକଳାକୁ ନେଇ ଏଠାକାର ଲୋକ ବଞ୍ଚନ୍ତି | ପ୍ରକୃତି ରାଣୀ ଏହିଠାରେ ନିଜ ରୁପକୁ ବିସ୍ତାର କରେ | ଜିଲ୍ଲାର ନାମ କନ୍ଧମାଳ | ଆଉ ଏବେ ଏହି କନ୍ଧମାଳରୁ ଏମିତି ଜଣେ କୁନି ଝିଅର ସୁନ୍ଦର କଥା ଦି ପଦ ଶୁଣିବାକୁ ମିଳିଛି | ଗାଁରୁ ଜିଲ୍ଲା ଓ ରାଜ୍ୟରୁ ଦେଶ ସବୁ ନିଜ କୁନି ମୁହଁରେ ବଖାଣି ଦେଇପାରୁଛି ଏହି ଝିଅ |

କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଟିକାବାଲିର ପିକରଡି ପଂଚାୟତର ରେକା ଗ୍ରାମ | ଏହି କୁନି ଗାଁରେ ରୁହନ୍ତି ଏହି ଝିଅ | ବୟସ ସିନା କମ ହେଲେ ବୁଦ୍ଧି ଓ ସ୍ମରଣ ଶକ୍ତି ପ୍ରଖର | ଯେଉଁ ସାଧାରଣଜ୍ଞାନ ଓ ମୌଳିକ କଥାଗୁଡିକୁ ଆଜିକାଲି କେହି ମନେରଖୁନାହାନ୍ତି, ଏହି ଝିଅ କିନ୍ତୁ ସବୁ ମନେରଖିଛି | ଏହି ଝିଅ ବିଷୟରେ ପ୍ରଥମେ ସାମ୍ବାଦିକ ଭବାନୀ ପ୍ରସାଦ ଦାସ ଟୁଇଟ୍ କରିବା ପରେ ସେ ଚର୍ଚ୍ଚାର ପରିସରକୁ ଆସିଥିଲା। ଝିଅଟି ବିଷୟରେ ଅଧିକ ତଥ୍ୟ ସଂଗ୍ରହ ଜାରି ରହିଛି, ତାହା ଆମେ ପରବର୍ତ୍ତୀ ସମୟରେ ଅବଗତ କରାଇବୁ।

ନିଜ ଦେଶର ଜାତୀୟ ଫୁଲ, ଜାତୀୟ ପଶୁ, ପକ୍ଷୀ, ଜାତୀୟ ନଦୀ ଓ ଜାତୀୟ ସଂଗୀତ ଭଳି ମୌଳିକ କଥା ସହ ନିଜ ଗ୍ରାମ ସହ ଜଡିତ ସମସ୍ତ ଠିକଣା ମଧ୍ୟ ସଫା ସଫା କହିଦେଉଛି ଏହି କୁନି ଝିଅ | ତେବେ ଏହି ଝିଅ ସେଭଳି ହଠାତ ଏତେ ସବୁ କଥା ମନେ ରଖିପାରିନାହିଁ | ବରଂ ପାଠ ପ୍ରତି ଥିବା ଆଗ୍ରହ ଓ ବାପା-ମା, ଗୁରୁଜନଙ୍କ ଭଲ ଶିକ୍ଷା ଏହି ଝିଅଟିକୁ ସତରେ ଭିନ୍ନ କରିଦେଇଛି | ଏହି ଭିଡିଓକୁ ଦେଖନ୍ତୁ |

ସମ୍ବନ୍ଧିତ ଖବର