ଦୁନିଆ ହସିନୋଁ କା ମେଲା ହୈ..., ବବି ଦେଓଲ୍‌ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ଗୁପ୍ତ’ରେ ଉଦିତ୍‌ ନାରାୟଣ ଗାଇଥିବା ଏହି ଗୀତଟି ଆଜି ବି ବେଶ୍‌ ଲୋକପ୍ରିୟ ଏବଂ ଜୀବନସାଥୀଙ୍କୁ ଖୋଜି ଖୋଜି ଚିହ୍ନିବା ପାଇଁ ଏକ ମନଜିଣା ଗୀତ। ତେବେ ସୁନ୍ଦରୀ ଦିଶିବାକୁ କିଏ ବା ନ ଚାହେଁ! ଚେହେରାକୁ ଦେଖି ଟିକେ ପ୍ରଶଂସା କରିଦେଲେ ଝିଅଟିଏ ଖୁସିରେ ଅଧୀର ହୋଇଯିବା ଏକ ସାଧାରଣ କଥା। କିନ୍ତୁ ଏହା ଉପରକୁ ଯାଇ ରାଜ୍ୟ ବା ଦେଶରେ ଚିହ୍ନା ଚେହେରା ହେବା କିମ୍ବା ଆଉଟିକେ ସ୍ବପ୍ନରେ ଡେଣା ଖଞ୍ଜି ବିଶ୍ବ ସୁନ୍ଦରୀ ହେବା ଅନେକ ସୁନ୍ଦରୀଙ୍କ ପ୍ରିୟ ସ୍ବପ୍ନ କହିଲେ ଭୁଲ୍‌ ହେବନାହିଁ। ସେମିତି କିଛି ଭାରତୀୟ ମହିଳା ସୁନ୍ଦରୀ ବର୍ଗରେ ବିଶ୍ବ ବିଜୟିନୀ ମୁକୁଟ ପିନ୍ଧି ଦେଶ ଓ ନିଜ ପ‌ାଇଁ ଗୌରବ ଆଣିବାରେ ସଫଳ ‌େହାଇଛନ୍ତି।

Advertisment

ରିତା ଫରିଆ: ରିତା ଫରିଆ ମିସ୍‌ ୱାର୍ଲଡ୍‌ ହେବାରେ ପ୍ରଥମ ଏସୀୟ ଓ ପ୍ରଥମ ଭାରତୀୟ ମହିଳା ଥିଲେ। ୧୯୪୩ରେ ଜନ୍ମିତ ରିତା ଜଣେ ଡାକ୍ତରୀ ଛାତ୍ରୀ। ପରେ ମଡେଲିଂରେ ଯୋଗ ଦେଇ ସେ ମାତ୍ର ୨୧ବର୍ଷ ବୟସରେ ପ୍ରଥମେ ଏହି ବିଶ୍ବ ବିଜୟିନୀର ମୁକୁଟ ପିନ୍ଧିଥିଲେ। ତାଙ୍କଠାରୁ ହିଁ ଆରମ୍ଭ ହୋଇଥିଲ‌ା ଭାରତର ବିଶ୍ବ ସୁନ୍ଦରୀର ଯାତ୍ରା। ମୁକୁଟ ହାସଲ କରିବାର ବର୍ଷକ‌ ପରେ ମଡେଲିଂରୁ ବିଦାୟ ନେଇଥିଲେ ରିତା। ବର୍ତ୍ତମାନ ସେ ନିଜ ପରିବାର ସହିତ ଡବ୍ଲିନ୍‌ରେ ରହୁଛନ୍ତି।

ଐଶ୍ବର୍ଯ୍ୟା ରାୟ ବଚ୍ଚନ: ଐଶ୍ବର୍ଯ୍ୟା ରାୟ ମିସ୍‌ ୱାର୍ଲଡ୍‌ ହେବାରେ ଦ୍ବିତୀୟ ଭାରତୀୟ। ସେ ୧୯୯୪ ମସିହାରେ ଏହି ମୁକୁଟ ପିନ୍ଧିଥିଲେ। କର୍ଣ୍ଣାଟକର ମ‌ାଙ୍ଗାଲୋର‌େର ୧୯୭୩ରେ ଜନ୍ମିତ ଐଶ୍ବର୍ଯ୍ୟା ସ୍ଥାପତ୍ୟ କଳାର ଛାତ୍ରୀ ଥିଲେ। ହେଲେ ପାଠ ଅଧାରୁ ଛାଡ଼ି ମଡେଲିଂ ଓ ଅଭିନୟ ପାଇଁ ମନ ବଳାଇଲେ। ଏହାପରେ ସେ ମିସ୍‌ ୱାର୍ଲଡ୍‌ ଭାବେ ଭାରତର ଦ୍ବିତୀୟ ସୁନ୍ଦରୀ ହେବାର ଆଖ୍ୟା ପାଇବା ସହ ବଲିଉଡ୍‌ର ଜଣେ ଆଗଧାଡ଼ିର କଳା‌କାର ଭାବେ ସୁଖ୍ୟାତି ପାଇଲେ। ଏବେ ବି ସାରା ବିଶ୍ବରେ ସୁନ୍ଦରତମ ମହିଳା ଭାବେ ତାଙ୍କର ଖ୍ୟାତି ରହିଛି।

ଡାଏନା ହେଡେନ୍‌:
୧୯୯୭ରେ ବିଶ୍ବ ସୁନ୍ଦରୀ ଭାବେ ଡାଏନା ଭାରତକୁ ତୃତୀୟ ଥର ମୁକୁଟ ‌େ‌ଦବାର ଗୌରବ ଆଣିଥିଲେ। ହାଇଦ୍ରାବାଦରେ ୧୯୭୩ ମସିହାରେ ଜନ୍ମିତ ଡାଏନା ଲଣ୍ଡନ୍‌ ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସରୁ ସ୍ନାତକ ଶିକ୍ଷା ପରେ ମଡେଲିଂରେ ଯୋଗ ଦେଲେ। ସେ ୧୯୯୭ରେ ଫେମିନା ମିସ୍‌ ଇଣ୍ଡିଆ ୱାର୍ଲଡ୍‌ ମୁକୁଟ ହାସଲ କରିଛନ୍ତି। ମିସ୍‌ ୱାର୍ଲଡ୍‌ ସହିତ ‌େସ ତିନିଟି ସବ୍‌ ଟାଇଟଲ୍‌ ମଧ୍ୟ ଜିତିଛନ୍ତି ଏବଂ ଏସବୁ ପ‌ାଇବାରେ ସେ ଏକମାତ୍ର ଭାରତୀୟ ମହିଳା ଅଟନ୍ତି। ବର୍ତ୍ତମାନ ସେ ସେଲିବ୍ରିଟି ଅତିଥି ଅଧ୍ୟାପିକା ଭାବେ କାମ କରୁଛନ୍ତି।
ଯୁକ୍ତା ମୁଖି: ଚତୁର୍ଥ ଥର ପାଇଁ ଭାରତକୁ ୧୯୯୯ ମସିହାରେ ମିସ୍‌ ୱାର୍ଲଡ୍‌ ଟାଇଟଲ୍‌ ଯୁକ୍ତା ମୁଖିଙ୍କ ଦ୍ବାରା ମିଳିବାର ଗୌରବ ହେଲା। ମୁମ୍ବାଇରେ ୧୯୭୯ରେ ଜନ୍ମିତ ଯୁକ୍ତା କମ୍ପ୍ୟୁଟର୍‌ ସାଇନ୍ସ ଓ ପ୍ରାଣୀ ବିଜ୍ଞାନରେ ଡିଗ୍ରୀ ହାସଲ କରିଛନ୍ତି। ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିସାରିଲା ପରେ ସେ ବ୍ୟବସାୟ କ୍ଷେତ୍ରରେ ମନୋନିବେଶ କଲେ ଏବଂ ‌ଏକ ରେଷ୍ଟୁରାଣ୍ଟ ‌େଖାଲି ବ୍ୟବସାୟ ଦୁନିଆରେ ନିଜର ପରିଚୟ ତିଆରି କଲେ। ପରେ ସେ ଜଣେ ଆଇନଜୀବୀ ଭାବେ ମହିଳା ଅଧିକାର ଓ ଶିକ୍ଷା ପାଇଁ ଲଢ଼ିଲେ।
ପ୍ରିୟଙ୍କା ଚୋପ୍ରା: ପ୍ରିୟଙ୍କା ଚୋପ୍ରା ୨୦୦୦ ମସିହାରେ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିବାରେ ପଞ୍ଚମ ଭାରତୀୟ ମହିଳା ଥିଲେ। ଝାଡ଼ଖଣ୍ଡର ଜାମସେଦପୁରରେ ୧୯୮୨ ମସିହାରେ ଜନ୍ମ ହୋଇଥିଲେ ପ୍ରିୟଙ୍କା। ତାଙ୍କ ପିତା ଅଶୋକ ଚୋପ୍ରା ଓ ମାତା ମଧୁ ଚୋପ୍ରା ଉଭୟ ଭାରତୀୟ ସେନାରେ ସ୍ବାସ୍ଥ୍ୟ ବିଶେଷଜ୍ଞ ଥିଲେ। ଜୟ ହିନ୍ଦ୍‌ କଲେଜରୁ ପାଠପଢ଼ା ପରେ ସେ ୨୦୦୦ ମସିହାରେ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହୋଇଥିଲେ। ଉଭୟ ବଲିଉଡ୍‌ ଓ ହଲିଉଡ୍‌ରେ ନିଜ ଅଭିନୟର ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି ପ୍ରିୟଙ୍କା। ବର୍ତ୍ତମାନ ସେ ଅନ୍ତର୍ଜାତୀୟ ସେଲିବ୍ରିଟି ଭାବେ ପରିଚିତି ପାଇବା ସହ ବିଦେଶୀ ବୋହୂର ଆଖ୍ୟା ମଧ୍ୟ ପାଇଛନ୍ତି।

ମାନୁସୀ ଚିଲ୍ଲର୍‌: ମାନୁସୀ ଚିଲ୍ଲର୍‌ ୨୦୧୭ ମସିହାରେ ଷଷ୍ଠ ଭ‌ାରତୀୟ ମହିଳା ଭାବେ ବିଶ୍ବ ସୁନ୍ଦରୀ କ୍ରାଉନ୍‌ ପିନ୍ଧିଥିଲେ। ହରିୟାଣାର ରୋହତକ୍‌ରେ ୧୯୯୭ ମସିହାରେ ଜନ୍ମ ହୋଇଥିଲେ ମାନୁସୀ। ତାଙ୍କ ପିତ‌ା ମିତ୍ର ବସୁ ଚିଲ୍ଲର୍‌ ଓ ମାତା ନୀଳିମ‌ା ଚିଲ୍ଲର୍‌ ଉଭୟ ପେସାରେ ଡାକ୍ତର। ମାନୁସୀ ଦିଲ୍ଲୀରେ ସ୍କୁଲ୍‌ ଶିକ୍ଷା ଶେଷ ପରେ ଭାଗର୍‌ ପୋଲ୍‌ ସିଂ ମେଡିକା‌ଲ୍‌ କଲେଜରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ମଡେଲିଂକୁ ବାଛିଲେ। ବିଶ୍ବ ସୁନ୍ଦରୀ ଟାଇଟଲ୍‌ ପାଇବା ପରେ ସେ ବର୍ତ୍ତମାନ ବଲିଉଡ୍‌ରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନିଜର ପ୍ରଥମ ଚଳଚ୍ଚିତ୍ର କରିବା ସହ ହିନ୍ଦୀ ସିନେମା ଶିଳ୍ପରେ ନିଜର କ୍ୟାରିୟର୍‌ ଗଢ଼ିବାକୁ ପ୍ରଚେଷ୍ଟା କରୁଛନ୍ତି। ମାନୁସୀଙ୍କ ପରେ ଏଯାଏ ଆଉ କେହି ଭାରତୀୟ ସୁନ୍ଦରୀ ବିଶ୍ବରେ ତାରାଭଳି ଚମକି ନାହାନ୍ତି।

କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ନିର୍ମିତ ମଡେଲ୍‌ ଓ ଇନ୍‌ଫ୍ଲୁଏସର୍‌ମାନଙ୍କ ମଧ୍ୟ‌େର ୨୦,୦୦୦ ଡଲାର ପୁରସ୍କାର ରାଶି ସହିତ ଏକ ‘ମିସ୍ ଏଆଇ’ ସୁନ୍ଦରୀ ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଛି। ଫୋର୍ବସ୍‌ ରିପୋର୍ଟ ଅନୁଯାୟୀ, ଏହା ହେଉଛି ବିଶ୍ବର ପ୍ରଥମ ଏଆଇ ସୁନ୍ଦରୀ ପ୍ରତିଯୋଗିତା। ସଫଳ ପ୍ରତିଯୋଗୀମାନଙ୍କୁ ସେମାନଙ୍କର ରୂପ, ଅନ୍‌ଲାଇନ୍‌ରେ ନିର୍ଦ୍ଦେଶ ଦେଉଥିବା ବୈଷୟିକ କୌଶଳ ଉପରେ ଆଧାର କରି ଚୟନ କରାଯିବ। ପ୍ରଶଂସକମାନଙ୍କ ସହିତ ସେମାନଙ୍କର ଯୋଗଦାନ ସଂଖ୍ୟା, ଦର୍ଶକଙ୍କ ଅଭିବୃଦ୍ଧି ହାର ଏବଂ ପ୍ଲାଟଫର୍ମର ଉପଯୋଗ ଉପରେ ଆଧାର କରି ଏଆଇ ଇନ୍‌ଫ୍ଲୁଏସର୍‌ମାନଙ୍କ ସାମାଜିକ କ୍ଲାଉଟ୍ ଆକଳନ କରାଯିବ ବୋଲି ‘ଆଉଟଲେଟ୍ ୱାର୍ଲଡ୍‌ ଏଆଇ କ୍ରିଏଟିଭ୍ ଆୱାର୍ଡସ୍’ (ଡବ୍ଲ୍ୟୁଏଆଇସିଏ) କହିଛି।

ଦୁଇଜଣ ଏଆଇ ଇନ୍‌ଫ୍ଲୁଏନ୍ସର୍‌ଙ୍କ ସମେତ ବିଚାରପତିମାନଙ୍କ ଏକ ପ୍ୟାନେଲ୍‌ ସମ୍ମୁଖରେ ଏହି ଏଆଇ ସୁନ୍ଦରୀମାନେ ପ୍ରତିଯୋଗିତାର ସାମ୍ନା କରିବେ। ପ୍ରଥମ ଥର ପାଇଁ ଏମିତି ଏକ ପ୍ରତିଯୋଗିତାର ଆୟୋଜନ କରାଯାଇଛି। ଆଗକୁ ମୁଖ୍ୟତଃ ଫ୍ୟାସନ୍‌, କୃତ୍ରିମ ବୁଦ୍ଧିମତାର ବିବିଧକ୍ଷେତ୍ର ଓ କମ୍ପ୍ୟୁଟର୍‌ ଦ୍ବାରା ପରିଚାଳିତ ପୁରୁଷଙ୍କ ଉପରେ ମଧ୍ୟ ଅଧିକରୁ ଅଧିକ ଗବେଷଣା କରାଯାଉଛି। ଏହି ପ୍ରତିଯୋଗିତାର ପ୍ରଥମ ପୁରସ୍କାର ହେଉଛି ୫,୦୦୦ ଡଲାର ନଗଦ ଅର୍ଥ, ଯାହା ଫ୍ୟାନ୍‌ଭ୍ୟୁ ପ୍ରମୋସନ୍‌ ଓ ପିଆର୍‌ ସପୋର୍ଟ ପାଇଁ ମିସ୍‌ ଏଆଇ ବିଜେତାଙ୍କୁ ଦିଆଯିବ। ରନର୍ସ ଅପ୍‌ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାଙ୍କୁ ମଧ୍ୟ ନଗଦ ଅର୍ଥରାଶି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ଏବଂ ମେ ମା‌ସ ୧୦ ତାରିଖରେ ବିଜେତା ଘୋଷଣା କରାଯିବ ବୋଲି ରିପୋର୍ଟରୁ ଜଣାପଡ଼ିଛି। ତେବେ ବିଚାରପତିଙ୍କ ମଧ୍ୟରୁ ଦୁଇଜଣ ‌କୃତ୍ରିମ ବୁଦ୍ଧିମତା ଦ୍ବାରା ତିଆରି ହୋଇଥିବା ଜଜ୍‌ ଏବଂ ଅନ୍ୟ ଦୁଇଜଣ ମଣିଷ ବିଚାରପତି ଏହି ପ୍ରତିଯୋଗିତାକୁ ବିଚାର କରିବେ। ବର୍ତ୍ତମାନର ସମୟରେ କୃତ୍ରିମ ବୁଦ୍ଧିମତା ସବୁ ‌େକ୍ଷତ୍ରରେ ସ୍ବତନ୍ତ୍ର ସ୍ଥାନ ଦଖଲ କଲାଣି। ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ପ୍ରଯୁକ୍ତିକୁ ଭିନ୍ନ ଏକ ଦିଗ ଦେବାକୁ ବିଜ୍ଞାନର ଏହି ପ୍ରଚେଷ୍ଟା ନିଶ୍ଚିତ ପକ୍ଷେ ଆଗକୁ ସଫଳ ସାବ୍ୟସ୍ତ ହେବ ଏଥିରେ ଦ୍ବିମତ ନାହିଁ।