ନୂଆଦିଳ୍ଲୀ: ବିଶ୍ବର ଅନ୍ୟତମ ଧନୀ ତଥା ଲୁଇ ଭୁଟନ ଭଳି ବ୍ରାଣ୍ଡ୍ର ମାଲିକ ବର୍ନାର୍ଡ ଆର୍ନଲ୍ଟଙ୍କୁ ତ ଆପଣ ଜାଣିଥିବେ ନିଶ୍ଚୟ। ଏବେ ସେ ତାଙ୍କ ବ୍ୟବସାୟ ସାମ୍ରାଜ୍ୟପାଇଁ ଉତ୍ତରାଧିକାରୀ ଖୋଜିବା ଅଭିଯାନ ଆରମ୍ଭ କରିଛନ୍ତି। ଏହି ଧନୀ ବ୍ୟକ୍ତି ଜଣକ ଅବସର ନେବା ପୂର୍ବରୁ ନିଜର ୧୭ ଲକ୍ଷ କୋଟି ଟଙ୍କାର ମାଲିକାନା ନିଜର କେଉଁ ଜଣେ ସନ୍ତାନଙ୍କ ନାମରେ କରିବାକୁ ଚାହାନ୍ତି ଓ ସେଥିପାଇଁ ସେ ଅଭିଯାନ ଆରମ୍ଭ କରି ଦେଇଛନ୍ତି। ଫ୍ରାନ୍ସର ନାଗରିକ ବର୍ଣ୍ଣାର୍ଡ ନିଜ ବ୍ୟବସାୟର ଉତ୍ତରାଧିକାରୀ ଭାବେ ତାଙ୍କର ୪ ପୁଅ ଓ ଜଣେ ଝିଅ ମଧ୍ୟରୁ ଜଣଙ୍କୁ ବାଛିବେ। ସେଥିପାଇଁ ସେ ନିଜ ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ବିଶ୍ବର ଅନ୍ୟତମ ଧନୀ ବର୍ଣ୍ଣାର୍ଡ ୮୦ ବର୍ଷ ବୟସରେ ଅବସର ଗ୍ରହଣ କରିବେ। ତାଙ୍କ ଅବସରକୁ ଆହୁରି ୬ ବର୍ଷ ବାକି ରହିଛି। ତେବେ ସେ ଏବେ ଏବେଠାରୁ ନିଜର ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି। ତେବେ ପିଲାମାନଙ୍କୁ ପରଖିବା ପାଇଁ ସେ ୯୦ ମିନିଟ୍ର ଲଞ୍ଚ୍ ମିଟ୍ ରଖୁଛନ୍ତି ଓ ସେହି ସମୟ ବର୍ଣ୍ଣାର୍ଡ କେବଳ ନିଜ ପିଲାଙ୍କ ସହ ହିଁ ବିତାଉଛନ୍ତି। ବିତାଉଥିବା ସମୟ ମଧ୍ୟରେ ବର୍ଣ୍ଣାର୍ଡ ତାଙ୍କ ୫ ପିଲାଙ୍କୁ ବ୍ୟବସାୟ ସଂପର୍କିତ ବିଭିନ୍ନ ପ୍ରଶ୍ନ ପଚାରିବା ସହ ପରାମର୍ଶ ବି ମାଗୁଛନ୍ତି। ଏହି ତରିକାରେ ହିଁ ସେ ଜାଣିବାକୁ ଚାହୁଁଛନ୍ତି ଯେ ତାଙ୍କ ପରେ ଏତେ ବଡ଼ ସାମ୍ରାଜ୍ୟକୁ ଚଳାଇବା ପାଇଁ କିଏ ଯୋଗ୍ୟ।
ବର୍ନାର୍ଡଙ୍କ ବୟସ ୭୪ ବର୍ଷ ହୋଇଥିବା ବେଳେ ତାଙ୍କ ପାଞ୍ଚ ସନ୍ତାନ ମଧ୍ୟରେ ତିନି ପୁଅ ଓ ଦୁଇ ଝିଅ ରହିଛନ୍ତି। ପ୍ରତି ମାସରେ ସେ ଏଭଳି ଅଡିସନ୍ ଜରିଆରେ ନିଜ ପିଲାମାନଙ୍କୁ ବ୍ୟବସାୟ ସାମ୍ରାଜ୍ୟ ସମ୍ଭାଳିବାର କଳା ଶିଖାଉଛନ୍ତି। ବର୍ନାର୍ଡଙ୍କ ବଡ଼ ପୁଅ ଡେଲ୍ଫାଇନ୍ ଏବେ କ୍ରିଷ୍ଟିଆନ୍ ଡାୟର ବ୍ରାଣ୍ଡ୍ର ଦେଖାଶୁଣା କରୁଥିବା ବେଳେ ତାଙ୍କ ଭାଇ ଆଣ୍ଟୋନି ନିଜ ପରିବାର ସମ୍ପତ୍ତିର ବୁଝାଶୁଝା କରୁଛନ୍ତି। ତୃତୀୟ ପୁଅ ଫେଡେରିକ୍ ଟ୍ୟାଗ୍ ହେଉର ବ୍ରାଣ୍ଡ୍ର ସିଇଓ ଭାବେ କାମ କରୁଥିବା ବେଳେ ଆଲେକ୍ଜାଣ୍ଡ୍ରେ ଟିଫାନି ବ୍ରାଣ୍ଡ୍ର କାର୍ଯ୍ୟନିବାହୀ ଓ ଜିନ୍ ଲୁଇ ଭୁଟନ୍ର ମାର୍କେଟିଂ ବିଭାଗରେ କାମ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Barnard.jpg)