ପ୍ରତି ବର୍ଷ ଜୁନ ୧୪ ତାରିଖକୁ ବିଶ୍ବ ରକ୍ତଦାତା ଦିବସ ଭାବେ ପାଳନ କରାଯାଉଛି। ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ’ ଓ ‘ଇଣ୍ଟରନେସନାଲ୍ ଫେଡରେସନ୍ ଅଫ୍ ରେଡ୍ କ୍ରସ୍ ଆଣ୍ଡ୍ ରେଡ୍ କ୍ରିସେଣ୍ଟ ସୋସାଇଟି’ର ମିଳିତ ଆନୁକୂଲ୍ୟରେ ୨୦୦୫ ମସିହାରେ ଏହି ଦିବସ ପାଳନ ଆରମ୍ଭ ହୋଇଥିଲା। ବିଭିନ୍ନ ସ୍ବାସ୍ଥ୍ୟ ସେବା ପାଇଁ ରକ୍ତର ଆବଶ୍ୟକତା ଏବଂ ସ୍ବେଚ୍ଛାକୃତ ରକ୍ତଦାନର ଗୁରୁତ୍ବ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ଏହା ମଧ୍ୟ ସ୍ବେଚ୍ଛାକୃତ ରକ୍ତ ସଂଗ୍ରହ ବୃଦ୍ଧି ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ସରକାରଙ୍କ ଧ୍ୟାନ ଆକର୍ଷଣ କରିବାର ଦିନ। ରକ୍ତଦାନ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା ପାଉଛି ଏବଂ ଅନେକ ରୋଗୀଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହୋଇପାରୁଛି। ରକ୍ତ ଅଭାବର ମୁକାବିଲା ପାଇଁ ସୁସ୍ଥ ବ୍ୟକ୍ତିମାନେ ପର୍ଯ୍ୟାପ୍ତ ସଂଖ୍ୟାରେ ନିୟମିତ ରକ୍ତଦାନ କରିବା ଜରୁରୀ। ଏ ବର୍ଷ ବିଶ୍ବ ରକ୍ତଦାତା ଦିବସର ବାର୍ତ୍ତା ହେଉଛି- ‘ରକ୍ତ ଓ ପ୍ଲାଜ୍ମା ଦାନ କରନ୍ତୁ, ନିୟମିତ ଜୀବନ ବାଣ୍ଟନ୍ତୁ’। ୨୦୨୩ର ବିଶ୍ବ ରକ୍ତଦାତା ଦିବସର ଆୟୋଜକ ରାଷ୍ଟ୍ର ହେଉଛି ଆଲଜେରିଆ।
ବିଶ୍ବ ରକ୍ତଦାତା ଦିବସ ଆଜି
/sambad/media/post_attachments/wp-content/uploads/2023/06/54sf654fshsfhfh.jpg)