ଆଜି ବିଶ୍ବର ବିଭିନ୍ନ ପ୍ରାନ୍ତରେ ବିଶ୍ବ ସମାରୋହ ଦିବସ ପାଳନ କରାଯାଉଛି। ଏପରି ଦିବସ ପାଳନର ଉଦ୍ଦେଶ୍ୟ ହେଉଛି, ନିଜ ଢଙ୍ଗରେ ଜୀବନକୁ ଉପଭୋଗ କରିବା। ସାଧାରଣତଃ ସୁଖଦ ମୁହୂର୍ତ୍ତ ବିତାଇବା ପାଇଁ ପ୍ରାୟ ପ୍ରତ୍ୟେକଙ୍କର ଏକ ଅଭିଳାଷ ରହିଥାଏ। ତେବେ ତାହାକୁ କିପରି ସାକାର କରିହେବ, ତାହା ନିଜର ପସନ୍ଦ ଉପରେ ହିଁ ନିର୍ଭର କରିଥାଏ। ବିଶେଷ କରି ନିଜ ବନ୍ଧୁବାନ୍ଧବ, ସାଙ୍ଗସାଥୀ ଓ ଜ୍ଞାତିକୁଟୁମ୍ବମାନଙ୍କ ସହ ପ୍ରିୟ ସଂଗୀତ ପରିବେଷଣ ହେଉ, ପ୍ରିୟ ଖାଦ୍ୟ ପରିବେଷଣ ହେଉ ଅଥବା ଅନ୍ୟ କିଛି ଅବସର ବିନୋଦନ ପୂର୍ବକ ମନକୁ ହାଲକା କରିବା ଲାଗି ଏପରି ସାମାଜିକ ସମାରୋହ ଗୁରୁତ୍ବ ବହନ କରିଥାଏ। ତେଣୁ ନିଜ ବ୍ୟକ୍ତିତ୍ବ ସହ ଖାପ ଖାଇଲା ପରି ମନପସନ୍ଦର କିଛି ସମୟକୁ ଉତ୍ସବମୁଖର କରିବା ଲାଗି ଏହି ଦିବସ ଏକ ସୁବର୍ଣ୍ଣ ଅବସର। ୧୯୯୫ ମସିହାରେ ପ୍ରକାଶିତ ଆମେରିକୀୟ ଔପନ୍ୟାସିକ ଭାନ୍ନା ବଣ୍ଟାଙ୍କ ଉପନ୍ୟାସ ‘ଫ୍ଲାଇଟ୍: ଏ କ୍ବାଣ୍ଟମ୍ ଫିକ୍ସନ୍ ନୋଭେଲ’ର ପ୍ରେରଣାରୁ ଏହି ଦିବସ ପାଳନର ପରିକଳ୍ପନା କରାଯାଇଥିଲା। ତହିଁ ପର ବର୍ଷ ଏପ୍ରିଲ ୩ ତାରିଖରେ ବିଶ୍ବବ୍ୟାପୀ ଏହି ଉତ୍ସବ ପାଳନ କରାଯାଇଥିଲା। ସେବେଠାରୁ ପ୍ରତି ବର୍ଷ ସମାନ ଦିନରେ ସମାରୋହ ଦିବସ ପାଳିତ ହୋଇ ଆସୁଛି। ଏହା କୌଣସି ଧାର୍ମିକ ବା ରାଜନୈତିକ ସମାରୋହ ହୋଇନଥିବାରୁ ଏଥିରେ ସବୁ ସମ୍ପ୍ରଦାୟ ଓ ସବୁ ବର୍ଗର ଲୋକ ସାମିଲ ହୋଇ ପରସ୍ପର ମଧ୍ୟରେ ଖୁସି ବାଣ୍ଟିବାର ମଉକା ପାଇ ପାରୁଛନ୍ତି।
ବିଶ୍ବ ସମାରୋହ ଦିବସ
/sambad/media/post_attachments/wp-content/uploads/2023/04/wggadggdagdaagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)