ଆଜି ଓ୍ୱାର୍ଲ‌୍‌ଡ ସେରିବ୍ରାଲ୍‌ ପାଲ୍‌ସି ଡେ

ଆଜି ‘ବିଶ୍ୱ ପ୍ରମସ୍ତିଷ୍କାଘାତ ଦିବସ’ ବା ଇ˚ରେଜୀରେ ‘ଓ୍ୱାର୍ଲ‌୍‌ଡ ସେରିବ୍ରାଲ୍‌ ପାଲ୍‌ସି ଡେ’। ୨୦୧୨ରେ ଅଷ୍ଟ୍ରେଲିଆର ‘ସେରିବ୍ରାଲ୍‌ ପାଲ୍‌ସି ଆଲିଆନ୍‌ସ’ ଓ ଆମେରିକାର ‘ୟୁନାଇଟେଡ୍‌ ସେରିବ୍ରାଲ୍‌ ପାଲ୍‌ସି’ ଅନୁଷ୍ଠାନ ପକ୍ଷରୁ ପ୍ରଥମେ ଏହା ପାଳିତ ହୋଇଥିଲା। ସ˚ପ୍ରତି ଭାରତ ସମେତ ବିଶ୍ୱର ବାଷଠିଟି ଦେଶରେ ଏହା ପାଳନ କରାଯାଉଛି। ସାରା ବିଶ୍ୱରେ ଏହି ବ୍ୟାଧି ପୀଡ଼ିତଙ୍କ ସ˚ଖ୍ୟା ୧.୭ କୋଟିରୁ ଅଧିକ। ଏହାକୁ ଏକ ପ୍ରକାରର ପକ୍ଷାଘାତ କହାଯାଇପାରେ। ପୀଡ଼ିତ ଠିକ୍‌ ଭାବେ ଚଳ-ପ୍ରଚଳ ହୋଇପାରେନାହିଁ। ଆଜୀବନ ଚକ ଲଗା ଚୌକି ବା ହୁଇଲ୍‌ ଚେଆର‌୍‌ ଉପରେ ନିର୍ଭର କରିବାକୁ ପଡ଼େ। ଆଦ୍ୟ ଶୈଶବରେ ଏହି ରୋଗ ଦେଖାଯାଏ। ଏହାର କାରଣ ଅଜଣା। ଅଦ୍ୟାବଧି ଚିକିତ୍ସା ଦ୍ବାରା ସ˚ପୂର୍ଣ୍ଣ ଭଲ କରାଯାଇପାରୁନାହିଁ। ଏ ବାବଦରେ ସଚେତନତା ସୃଷ୍ଟି ଏହି ଦିବସ ପାଳନର ଲକ୍ଷ୍ୟ।

ସମ୍ବନ୍ଧିତ ଖବର