ହୃଦ୍‌ଘାତରେ ମୃତ୍ୟୁବରଣ କଲେ ଦୁନିଆ ସବୁଠାରୁ ସୁନ୍ଦର କୁକୁର ବୁ, ସୋସିଆଲ ମିଡିଆରେ ଥିଲେ ୨କୋଟି ଫଲୋଅର୍ସ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ସୁନ୍ଦର କୁକୁର ବୋଲି କୁହା ଯାଉଥିବା ‘ବୁ’ର ହୃଦ୍‌ଘାତରେ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସାନ୍‌ ଫ୍ରାନ୍‌ସିସ୍‌କୋରେ ରହୁଥିବା ଏହି କୁକୁରର ମାଲିକ ଇରିନ୍‌ଙ୍କ କହିବା ଅନୁଯାୟୀ ୨୦୧୭ରେ ବୁ ଅବସାଦଗ୍ରସ୍ତ ହୋଇ ଯାଇଥିଲା । ୨୦୧୭ରେ ବୁଙ୍କ ସବୁଠାରୁ ଭଲ ସାଙ୍ଗ ବଡ଼ିଙ୍କ ମୃତ୍ୟୁ ହେବା ପରେ ସେ ଚିନ୍ତାରେ ରହିବାକୁ ଲାଗିଥିଲେ । ଯାହା ପାଇଁ ତାଙ୍କ ପାଖରେ ହୃଦ୍‌ଜନିତ ସମସ୍ୟା ଦେଖାଯିବାକୁ ଲାଗିଥିଲା । ବୁ ଏବଂ ବଡ଼ି ୧୧ବର୍ଷ ପର୍ଯ୍ୟନ୍ତ ଏକା ସାଙ୍ଗରେ ରହିଥିଲେ । କିନ୍ତୁ ବଡ଼ି ୨୦୧୭ରେ ୧୪ବର୍ଷ ବୟସରେ ହିଁ ଆରପାରିକୁ ଚାଲି ଯାଇଥିଲେ । ଯାହା ପରେ ବଡ଼ିଙ୍କ ଯିବା ଦୁଃଖରେ ବୁ ଶନିବାର ଆର ପାରିକୁ ଚାଲି ଯାଇଥିବା କହିଛନ୍ତି ମାଲିକ ଇରିନ୍‌ ।

bhaskar.com

ସୂଚନା ମୁତାବକ, ନିଜ ସୁନ୍ଦରତା ପାଇଁ ସାରା ବିଶ୍ୱରେ ଚର୍ଚ୍ଚାରେ ରହିଥିଲେ ବୁ । ସୋସିଆଲ ମିଡିଆରେ ବୁଙ୍କର ୨କୋଟି ଫଲୋଅର୍ସ ଥିବା ଦେଖା ଯାଇଛି । ବୁଙ୍କ ଯିବା ପରେ ତାଙ୍କ ମାଲିକଙ୍କ ସହ ତାଙ୍କ ପ୍ରଶଂସକମାନଙ୍କର ମଧ୍ୟ ହୃଦୟ ଭାଙ୍ଗି ଯାଇଥିବା ଜଣା ପଡ଼ିଛି । ଅନେକ ଟିଭି ସୋ’କୁ ବୁ ଯାଇ ସାରିଥିବା ବେଳେ ତାଙ୍କ ଉପରେ ଏକ ବହି ମଧ୍ୟ ଲେଖା ଯାଇଥିଲା । ଯାହାର ନାଁ ଥିଲା ବୁ-ଦ ଲାଇଫ୍‌ ଅଫ୍‌ ଓ୍ଵାର୍ଲଡ୍‌ସ କ୍ୟୁଟେଷ୍ଟ ଡଗ୍‌ ।

ସମ୍ବନ୍ଧିତ ଖବର