ଆଜି ବିଶ୍ବ ମରୁଭୂମୀକରଣ ଓ ମରୁଡ଼ି ମୁକାବିଲା ଦିବସ। ମୃତ୍ତିକାକୁ ଉତ୍ପାଦନକ୍ଷମ ରଖିବା ଓ ମରୁଡ଼ି ମୁକାବିଲା ନେଇ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ। ୧୯୯୫ ମସିହା ଜାନୁଆରି ୩୦ ତାରିଖରେ ଅନୁଷ୍ଠିତ ଜାତିସଂଘର ସାଧାରଣ ବୈଠକରେ ମରୁଭୂମୀକରଣ ରୋକିବା ନିମନ୍ତେ ଖସଡ଼ା ପ୍ରସ୍ତୁତି ବେଳେ ଏହି ଦିବସ ପାଳନ ନେଇ ଘୋଷଣା କରାଯାଇଥିଲା। ବିଶ୍ବର ସମସ୍ତ ଜାତିସଂଘ ସଦସ୍ୟ ଦେଶ ଏହି ଦିବସକୁ ପାଳନ କରୁଛନ୍ତିି।

Advertisment

publive-image India Today

ଜନସଂଖ୍ୟା ବୃଦ୍ଧି ଫଳରେ ଖାଦ୍ୟ ଉତ୍ପାଦନ ପାଇଁ ଚାଷ ଜମିର ଆୟତନ ହ୍ରାସ ପାଉଛି। ବିଶ୍ବର ଏକ-ତୃତୀୟାଂଶ ଭୂପୃଷ୍ଠ ଶୁଖିଲା ଭୂଇଁ ଜୈବମଣ୍ଡଳ ଅନ୍ତର୍ଗତ ଥିବା ବେଳେ ସେଗୁଡ଼ିକ ମଣିଷର ଗତିବିଧି ଓ ଜଳବାୟୁ ପରିବର୍ତ୍ତନ କାରଣରୁ କ୍ରମେ ମରୁଭୂମି ପାଲଟିବାର ବିପଦ ରହିଛି। ସେହିପରି ଦାରିଦ୍ର୍ୟ, ଜଙ୍ଗଲ ଅବକ୍ଷୟ, ମାତ୍ରାଧିକ ପଶୁ ଚାରଣ ଓ ଖରାପ ଜଳସେଚନ ପଦ୍ଧତି ଆଦି କାରଣରୁ ମୃତ୍ତିକା ଅବକ୍ଷୟ ଘଟି ମରୁଡ଼ି ପଡ଼ିଥାଏ। ତେବେ ସ୍ଥାନୀୟ ଅଧିବାସୀ-ପ୍ରଶାସନ ସହଯୋଗ ଓ ଗୋଷ୍ଠୀ ସକ୍ରିୟତା ବଳରେ ବିଭିନ୍ନ ଉପାୟ ଅବଲମ୍ବନ କରି ଏହାକୁ ରୋକାଯିବା ସମ୍ଭବ।