୧୯୩ କିଲୋରୁ ୮୬କିଲୋର ଯାତ୍ରା, ଏହି ବାଟ ଆପଣାଇ ପତଳା ହୋଇଗଲେ ଦୁନିଆର ସବୁଠାରୁ ମୋଟା ବ‌ାଳକ ଆର୍ଯ୍ୟା

ନୂଆଦିଲ୍ଲୀ: ଏକ ସମୟରେ ଦୁନିଆର ସବୁଠାରୁ ମୋଟା ବାଳକ ଭାବେ ଚର୍ଚ୍ଚିତ ହୋଇଥିବା ଆର୍ଯ୍ୟା ପରମାର ଏବେ ନିଜର ଓଜନ କମ କରିସାରିଛନ୍ତି। ପ୍ରଥମେ ତାଙ୍କର ଓଜନ ୧୯୩ କିଲୋ ଥିବା ବେଳେ ଏବେ ତାଙ୍କର ଓଜନ ୮୬କିଲୋରେ ପହଞ୍ଚିଥିବା ଜଣାପଡ଼ିଛି। ପରାମାରଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ସହ ତାଙ୍କର ଯାତ୍ରା ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛି।

୨୦୧୬ରେ ଆର୍ଯ୍ୟା ୧୦ବର୍ଷର ଥିବା ବେଳେ ନିଜର ଓଜନ କମ କରିବାର ଯାତ୍ରା ଆରମ୍ଭ କରିଥିଲେ। ୪ବର୍ଷ ମଧ୍ୟରେ ଏବେ ସେ ୧୦୭କିଲୋ ଓଜନ କମ କରି ସାରିଛନ୍ତି। ନିଜର ଡାଏଟ୍ ଠିକ୍ ରଖିବା ସହ ଜିମ୍ ଯାଇ ବ୍ୟାୟାମ କରିବା ପରେ ତାଙ୍କର ଓଜନ ହ୍ରାସ ହୋଇ ପାରିଛି। ଏହା ସହ ତାଙ୍କର ଏକାଧିକ ସର୍ଜରୀ ମଧ୍ୟ କରାଯାଇଛି। ଆଗକୁ ଆହୁରି ଦୁଇଟି ସର୍ଜରୀ ହେବାକୁ ବାକିଥିବା କହିଛନ୍ତି ଆର୍ଯ୍ୟାଙ୍କ ବାପା।

दुबला हो गया दुनिया का सबसे मोटा बच्चा, अपनाई ये तरकीब
aajtak.intoday.in

ତେବେ ଆର୍ଯ୍ୟାଙ୍କ ଓଜନ କମ କରିବା ଯାତ୍ରାରେ ତାଙ୍କ ପ୍ରଶିକ୍ଷକ ଏଡେ ରାୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ଆର୍ଯ୍ୟାଙ୍କ ବାପା କହିଛନ୍ତି। ପ୍ରଶିକ୍ଷକ ଏଡେ ରାୟଙ୍କ କହିବାନୁସାରେ, ମୁଁ ପ୍ରଥମେ ୨୦୧୬ରେ ଆର୍ଯ୍ୟାଙ୍କୁ ଭେଟିଥିଲି। ତାଙ୍କର ସମସ୍ୟା ଜାଣିବା ପରେ ଦିନଚର୍ଯ୍ୟା ଧାର୍ଯ୍ୟ କରିବା ସହ ବ୍ୟାୟାମ କରାଇବା ଆରମ୍ଭ କରିଥିଲି। ୪ବର୍ଷ ମଧ୍ୟରେ ତାଙ୍କର ପରିଶ୍ରମ ତାଙ୍କୁ ଆଜି ଏତେ ବଡ଼ ସଫଳତା ଦେଇଛି। ଏ ନେଇ ଏବେ ସେ ଅନ୍ୟ ପିଲାଙ୍କ ସହ ଖେଳି ପାରୁଛନ୍ତି। ବ୍ୟାଡମିଣ୍ଟନ, ଟେନିସ୍ ଏବଂ ଫୁଟବଲ ଭଳି ଖେଳ ଏବେ ଆର୍ଯ୍ୟା ଖୁବ୍ ସହଜରେ ଖେଳି ପାରୁଛନ୍ତି।

ସମ୍ବନ୍ଧିତ ଖବର