ଆଜି ବିଶ୍ୱ ମୁକ୍ତି ଦିବସ

ଯୁକ୍ତରାଷ୍ଟ୍ର ଆମେରିକା ଆନୁକୂଲ୍ୟରେ ପ୍ରତିବର୍ଷ ନଭେମ୍ବର‌୍‌ ୯ ତାରିଖରେ ପାଳନ କରାଯାଉଛି ‘ବିଶ୍ବ ମୁକ୍ତି ଦିବସ’। ଦୁଇ ଜର୍ମାନି ମଧ୍ୟରେ ମିଳନକୁ ପାଶ୍ଚାତ୍ୟ ଜଗତ୍‌ରେ ବିଶ୍ବ ସ୍ବାଧୀନତା ଭାବେ ଦେଖାଯାଉଛି। ୯ ନଭେମ୍ବର‌ ୧୯୮୯ରେ ପୂର୍ବ ଜର୍ମାନି ସରକାର, ସ୍ବ-ଦେଶର ନାଗରିକଙ୍କୁ ବର୍ଲିନ୍‌ ପ୍ରାଚୀର ଅତିକ୍ରମ କରି, ପଶ୍ଚିମ ଜର୍ମାନି ତଥା ପଶ୍ଚିମ ବର୍ଲିନ୍‌ ଯିବା ପାଇଁ ଅନୁମତି ଦେଇଥିଲେ। ତାହା ପରେ ଏହି ପ୍ରାଚୀରର ପତନ ପର୍ବ ଆରମ୍ଭ ହୋଇଥିଲା। ବର୍ଲିନ୍‌ ପ୍ରାଚୀରର ଐତିହାସିକ ପତନ ସହ କେନ୍ଦ୍ର ଓ ପୂର୍ବ ଇଉରୋପ୍‌ରେ କମ୍ୟୁନିଷ୍ଟ୍ ଶାସନର ମଧ୍ୟ ଅନ୍ତ ହୋଇଥିଲା। ତେଣୁ, ଅନେକ ଦୃଷ୍ଟିକୋଣରୁ ଏହି ଦିନଟି ଗୁରୁତ୍ବପୂର୍ଣ୍ଣ।

ସମ୍ବନ୍ଧିତ ଖବର